ଆଜି ଆମ ନେତାମାନେ ଅଣ୍ଟା ସିଧା କରି ଛିଡା ହେଇପାରୁ ନାହାନ୍ତି: ଶିବ ପ୍ରଧାନ

ଓଡ଼ିଶା ରାଜନୀତି ଓ ସାମ୍ପ୍ରତିକ ପରିସ୍ଥିତି ଉପରେ IT ଇଞ୍ଜିନିଅର ଶିବ ପ୍ରଧାନଙ୍କ ମତାମତ

ମୁଁ ଜଣେ ରାଜନେତା କିମ୍ବା କୌଣସି Public Figure ନୁହେଁ, ମୁଁ ଜଣେ ସାଧାରଣ ଜନତା, ବିଦେଶରେ IT ରେ ଚାକିର କରେ | ଜଣେ ସାଧାରଣ ଜନତାର ବାର୍ତ୍ତା ବାହକ ଭାବରେ ଆସିଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

ପରବର୍ତ୍ତୀ କଥା ହଉଛି, କାହିଁକି ମୋ ଭଳି ଜଣେ ସାଧାରଣ ଜନତାକୁ ହଠାତ ଆପଣ ମାନଙ୍କଦ୍ୱାରା ଏପରି ବାର୍ତ୍ତା ଦେବାର ଦରକାର ପଡିଲା ? ବହୁତ ଦିନରୁ ଅନେକ ବେଦନା ଛାତିରେ ଦବିଯାଇଥିଲା, ବିଗତ କିଛି ଦିନ ହେଲା ବିଦେଶରୁ ମୁଁ ମୋର ବେଦନାକୁ ବ୍ୟଙ୍ଗ କବିତା ମାଧ୍ୟମରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉପସ୍ଥାପନା କରି ଆସିଛି । ମୁଁ କୌଣସି ଲେଖକ କିମ୍ବା କବି ନୁହେଁ, ଯାହାବି ଲେଖିଛି ତାହା କେବଳ ମୋର ବେଦନାର ପରିପ୍ରକାଶ । କିନ୍ତୁ, ସାମାଜିକ ଗଣମାଧ୍ୟମରେ ମୋର ପହଞ୍ଚ ସୀମିତ ଲୋକଙ୍କ ପାଖରେ ଅଛି, ଭାବିଲି ଏବେ ପ୍ରକୃତ ସମୟ ମୋର ପହଞ୍ଚର ବାଳୟକୁ ଆପଣ ମାନଙ୍କ ମାଧ୍ୟମରେ ବଢ଼େଇ ମୋର ବେଦନାକୁ ସର୍ବସମୁଖରେ ରଖିବା ପାଇଁ ।

ପରବର୍ତ୍ତୀ କଥା ଏବେ କାହିଁକି? ବନ୍ଧୁଗଣ ମୁଁ ରାଜନେତା ନୁହେଁ, କିନ୍ତୁ ଦେଶ ବିଦେଶ ଯେଉଁଠି ଥିଲେବି, ରାଜ୍ୟର ରାଜନୌତିକ ଗତିବିଧି ଉପରେ ନଜର ରଖି, ମୁଁ ମୋର ଭିତରେ ରାଜନୌତିକ ସଚେତନତାକୁ ଉଜାଗର ରଖେ । ବିଗତ କିଛି ବର୍ଷର ରାଜନୌତିକ ପରିସ୍ଥିତି ମୋର ସମସ୍ତ ବେଦନାର କାରଣ । ତେଣୁ, ଜଣେ ସାଧାରଣ ଜନତା ପାଇଁ ଗଣତନ୍ତ୍ରର ଏହି ମହାପର୍ବ ହିଁ ପ୍ରକୃଷ୍ଠ ସମୟ ନିଜର ସ୍ୱରକୁ ଶାଣିତ କରି ପ୍ରଶ୍ନ କରିବା ପାଇଁ ।

ତେବେ ପ୍ରଶ୍ନ ଉଠୁଛି ମୁଁ କଣ ପାଇଁ ବ୍ୟଥିତ ଏବଂ କଣ ମୋର ବେଦନା ?

ବନ୍ଧୁଗଣ ଆମର ଜନପ୍ରତିନିଧି ମାନେ କେବଳ ଜଣେ ଜଣେ ବ୍ୟକ୍ତି ନୁଁହନ୍ତି, ୨ – ୩ ଲକ୍ଷ ଲୋକଙ୍କର ଜନ ପ୍ରତିନିଧି । ଜଣେ ଜନ ପ୍ରତିନିଧିକୁ ଅମେରୁଦଣ୍ଡୀ ପ୍ରାଣୀ ଭଳି କାହା ପାଖରେ ନତମସ୍ତକ ହେବା ଦେଖିବା ଅତ୍ୟନ୍ତ ଦୁଃକ୍ଷ ଦାୟକ ।

କାହାର ଦ୍ୱାରପାଳ ଏବଂ କ୍ରୀତଦାସ ସାଜି, ବରିଷ୍ଠ ନେତା ମାନଙ୍କୁ ମଞ୍ଚରୁ ଟାଣିବାର ଦୃଶ୍ୟ ହେଉ ବା ଟ୍ରାଫିକ ପୋଲିସ ସାଜି କାହାର ଗାଡିକୁ ବାଟ କଢେଇବାର ଦୃଶ୍ୟରେ ମୁଁ ମର୍ମାହତ । ଜଣେ ବୃଦ୍ଧ ଯେମିତି ନିଜର ପ୍ରାପ୍ତ ବୟସରେ ନିଜର ଅଣ୍ଟା ସିଧା କରି ଛିଡା ହେଇପାରେ ନାହିଁ, ଆଜି ଆମ ନେତା ମନଙ୍କର ସେହି ଅବସ୍ଥା ।

ଚାରିଶହ ବର୍ଷ ପୂର୍ବେ ଯେମିତି ବଣିଜ ପାଇଁ ଆସି ଫିରିଙ୍ଗି ଭାରତ ଶାସନ ଗଦିରେ ବସି ଆମକୁ ଗୁଲାମ ବନେଇଥିଲେ ଠିକ ସେମିତି ଜଣେ ଦକ୍ଷିଣୀ ଚାକିରୀ ପାଇଁ ଓଡିଶା ଆସି ଆମ ଶାସନ ବ୍ୟବସ୍ଥା ଉପରେ କବ୍ଜା କରି ଓଡ଼ିଆଙ୍କୁ ଗୁଲମ୍ ବାନେଇବାର ଷଡଯନ୍ତ୍ର କରୁଛନ୍ତି । ଲାଗୁଛି ଆମ ମୁଖିଆ ଏବଂ ଚାଟୁକାର ନେତା ମାନେ ଓଡିଶାକୁ ନିଜର ପୈତୃକ ସମ୍ପତି ଭାବି ଆମର ଭାଷା, ସଂସ୍କୃତି ଓ ସ୍ୱାଭିମାନକୁ ଜଣେ ଦକ୍ଷିଣୀ ସାହୁକାର ପାଖରେ ବନ୍ଧକ ରଖିଛନ୍ତି ।
ଜଣେ ଚାଷୀ ଘରର ପିଲା ଭାବେ ଆମ ଜାତିର କ୍ଷେତରେ, ସ୍ୱାଭିମାନର ଲଙ୍ଗଳ କଣ୍ଟିରେ ଜଣେ ଦକ୍ଷିଣୀ ସାହୁକାରର ହାତ ଦେଖି ଧାର୍ଯ୍ୟ ଧରିବା ମୋ ପାଇଁ ସମ୍ଭବ ନୁହେଁ । କଟା ଘା’ ରେ ଚୂନ ଦେବା ଭଳି, ଆମ ନେତା ମାନେ ବଳଦ ବାପୁଡ଼ା ପ୍ରାୟ କାନ୍ଧରେ ଜୁହାଲି ଦେବା ପ୍ରଥା ଅତ୍ୟନ୍ତ ଘୃଣ୍ୟ ।

ଇଂରେଜ ୭୬ ବର୍ଷ ତଳୁ ଗଲେଣି, ଆମର ସର୍ବସ୍ୱ ଲୁଟିଥିଲେ, ଆମଠାରୁ ଲୁଣ୍ଠିତ ଧନରେ ତାଙ୍କର ଆଗାମୀ ୧୦ ପିଢ଼ି ବି ଚଳିଯିବ । କିନ୍ତୁ ଯେତେ ବେଳେ ମୁଁ Yuval Noah Harari ଙ୍କ sapiens ବହି ପଢ଼ିଥିଲି, ମୁଁ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲି । ସତେ ଯେମିତି ପୂର୍ବରୁ ନା ଆମର କିଛି ଉପଲବ୍ଧି ଥିଲା ନା ଏବେ ଅଛି, ଯାହାବି ହେଇଚି ସବୁ ଆମର ପୂର୍ବ ମାଲିକ ଇଂରେଜ ମାନଙ୍କ ପାଇଁ । ଇତିହାସ ଏବଂ ସାଂସ୍କୃତିକ ଲେଖା ହେଉ ବା ଲଞ୍ଚ ଟେବୁଲର ଚର୍ଚ୍ଚା, ଗୋରା ସବୁବେଳେ ଆମକୁ ଗୁଳାମୀର hang over ଭିତରକୁ ଠେଲି ମାନସିକ ଭାବେ ଚାପର ବଶବର୍ତ୍ତୀ କରି ନିଜ ସପକ୍ଷରେ ସ୍କୋର କରିବାକୁ ପ୍ରୟାଶ କରନ୍ତି । ମୁଁ ବାଣପୁରର ଗୋଟେ ନିପଟ ମଫସଲ ଗାଁ ରୁ ଆସିଛି, କିନ୍ତୁ ମୋର ସ୍ୱଳ୍ପ ଜ୍ଞାନରେ ଲଞ୍ଚ ଟେବୁଲ ରେ ଗୋରା ଙ୍କ ବିରୁଧର ନିଜର ମଥାକୁ ସିଧାକରି ରଖିବାକୁ ଚେଷ୍ଟା କରିଛି | ଆଜି ଆମେ ପୁଣି ଗୋଟେ ଗୁଳାମୀର ଦ୍ୱାର ଦେଶରେ ଛିଡା ହେଇଛେ ।

ଯଦି ଗୁଲାମୀ ବ୍ୟକ୍ତିଗତ ହୁଏ ତେବେ ସେ ବ୍ୟକ୍ତି ମାରିବା ପରେ ସରିଥାଏ । କିନ୍ତୁ ଯଦି ଗୁଳାମୀର ଫାଶ ଜାତିରେ ଲାଗେ ତେବେ ପିଢ଼ି ପରେ ପିଢ଼ି ଗୁଲାମୀ ରେ ଘୋରି ହୁଅନ୍ତି । କଣ ଆମେ ଆମର ଆଗାମୀ ପିଢ଼ି ର ମଥାରେ ଆଉ ଗୋଟେ ଗୁଳାମୀର କାଳିମା ବୋଲିବା ପାଇଁ ପ୍ରସ୍ତୁତ ? ଜଣେ ଜନ ପ୍ରତିନିଧିଙ୍କର କାମ ରାଜ୍ୟ ପାଇଁ ନୀତି ନିର୍ଧାରଣ କରିବା । କିନ୍ତୁ ଜଣେ ନୀତି ନିର୍ଦ୍ଧାରକ କେମିତି ଜଣେ ଦକ୍ଷିଣୀ ସାହୁକାର ପାଇଁ ଟେଣ୍ଟ ବାନ୍ଧୁ ଛନ୍ତି, ସେ ଦକ୍ଷିଣୀ ସାହୁକାର ମଞ୍ଚ ଉପରେ ଏମାନଙ୍କୁ ସରକାରୀ ନୀତିର ବ୍ୟାଖ୍ୟା କରୁଛନ୍ତି ଏବଂ ଏମାନେ ମଞ୍ଚ ତଳେ ଦେକ୍ଷଣା ହାରିର ଆଣ୍ଠେଇକି ଚାଁହୁଛନ୍ତି । ଏଭଳି ଦୃଶ୍ୟ ବିରଳ ।

ମୁଁ ପ୍ରଥମେ ଯେବେ, Medical Sector କାମ କରୁଥିଲି, ମୁଁ Genetic Mutation ବିଷୟରେ ପଢ଼ିଥିଲି । ଭାବିଥିଲି Genetic Mutation କେବଳ biologically DNA Structure କୁ ପରିବର୍ତନ କରି ହୁଏ । କିନ୍ତୁ ଯେତେ ବେଳେ ଗୋଟେ documentary ଦେଖିଲି କେମିତି ଗୋଟେ ପ୍ରଜାତିର ଜନ୍ଦା, ଅନ୍ୟ ଗୋଟେ ପ୍ରଜାତିର ଜନ୍ଦାଙ୍କ ଅଣ୍ଡାକୁ ଆଣି ସେଥିରୁ ଛୁଆ ବାହାରିବା ପରେ ଗୁଲାମ କାମରେ trained କରାନ୍ତି । ତା’ ପରେ ଜାଣି ପାରିଲି Genetic Mutation Psychologically ଏବଂ Culturally ବି କରାଯାଇପାରେ । ଆମକୁ ଗୋଟେ Systematic ପଦ୍ଧତିରେ Psychological ଏବଂ Cultural Genetic Mutation କରାଯାଉଛି ।

ସେ ଦକ୍ଷିଣୀ ସାହୁକାର ଆମକୁ ଆମ ଓଡ଼ିଆ ସଂସ୍କୃତି ବିଷୟରେ ବର୍ଣନା କରିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ । କିଛି ଲୋକ କହିପାରନ୍ତି, ସେ ଓଡ଼ିଆ ବା ଅଣ ଓଡ଼ିଆ ହୁଅନ୍ତୁ ଓଡ଼ିଆ ସଂସ୍କୃତି ବିଷୟ ରେ ଓଡ଼ିଆଙ୍କୁ ବର୍ଣନା କରିବାରେ କଣ ଅସୁବିଧା ? ଏବେ ମୁଁ flight ରେ ଆସିବା ବେଳେ ଗୋଟେ ବହି ପଢ଼ୁଥିଲି The Culture Map, ଲେଖକ କହିଲେ “କେହି ଅନ୍ୟ ଜଣେ ଆପଣଙ୍କୁ ଆପଣଙ୍କ ସଂସ୍କୃତି ବିଷୟରେ କହିବା, ଆପଣଙ୍କୁ ଆପଣଙ୍କ ମା ର ସୌନ୍ଦର୍ୟ ବର୍ଣନା କରିବା ସହ ସମାନ” | ଯଦି ମୁଁ ଦ୍ୱିତୀୟ ଟାକୁ ଗ୍ରହଣ କରୁନି ତେବେ ପ୍ରଥମ ଟାକୁ କେମିତି କରିବି ?

ଏ ଜାତିର ଲେଖକ, କବି, ବୁଦ୍ଧିଜୀବୀ ମାନେ ସଦାବେଳେ ଜାତି ସ୍ୱାଭିମାନ ପାଇଁ ସ୍ୱର ଉଠେଇଛନ୍ତି । ନେତାମାନେ ତ ପଦବୀ ପାଇଁ ଚୁପ, କିନ୍ତୁ ଏମାନଙ୍କ ଭିତରୁ ଆଧ୍ହିକାଂଶ କାହିଁକି ନିଜର ମୁହଁ ବନ୍ଦ କରିଛନ୍ତି । ବାଘ ପାଟିରେ ରଡୁଥିବା ମୁହଁ କାହିଁକି ଦିଫାଳ ହେଉନି ? କଣ ବାଘ ପାଟିରେ ଘା ହେଇଛି କି ? କିଏ ସେ ବାଘ ପାଟିରେ ଘା ସାଜିଛି ? ସେ ଘା ର ଉପଚାର ହେବା ଦରକାର କି ନୁହେଁ ?

ବେଳେବେଳେ ଯଦି କିଏ ସ୍ୱର ଉଠଉଛି, ତାକୁ ସ୍ୱଳ୍ପ ସାଙ୍କେତିକ ଉର୍ନତିକରଣ ର ଦ୍ୱାହି ଦିଆଯାଉଛି । ସେ ସାଙ୍କେତିକ ଉର୍ନତିକରଣକୁ ଧରାଯାଉ ପ୍ରଯୁଜ୍ୟ ଭାବିବା, କିନ୍ତୁ ସେଥି ପାଇଁ କଣ ଆମେ କାହାର ଗୁଲାମୀକୁ ସ୍ୱୀକାର କରିବା ?

ଯେମିତିକି ବର୍ତମାନ ଖରା ଦିନ ଚାଲିଛି, ଖରା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ଛାଇ ଦରକାର, ତା ବୋଲି କଣ ଆମେ ଛାଇ ପାଇଁ ଆମ ଦୁଆରେ ବିଛୁଆତି ପୋତିବା ? କିନ୍ତୁ ଦୁର୍ଭାଗ୍ୟ ବଳରେ ଆମ ଦୁଆରେ ବିଛୁଆତି ପୋତା ଯାଇସାରିଛି । ଏବେ ଆମକୁ ବିଛୁଆତି ପାଇଁ ସଠିକ ନିର୍ଣ୍ଣୟ ନେବାର ବେଳ, ବିଛୁଆତି ଦୁଆରେ ରହିବ ଦରକାର ନା ଉପୁଡିବା ଦରକାର ?

ମୋର ବିଜୁ ବାବୁଙ୍କ ବିଷୟରେ ଯେଉଁ ସ୍ୱଳ୍ପ ଜ୍ଞାନ ଅଛି ତା ଭିତରୁ ମତେ ଯେଉଁ ଗୁଣଟି ତାଙ୍କର ଅତି ଭଲ ଲାଗେ, ତାହା ହେଉଛି, ସେ ଯେଉଁଠି ନେତୃତ୍ୱ ନେବାର କ୍ଷମତା ଦେଖୁଥିଲେ, ତାକୁ ବାଡ଼େଇବାକୁ ଚେଷ୍ଟା କରୁଥିଲେ । କିଏ ଢେଲା ମାରୁଥିଲା, ଚପଲ ମାରୁଥିଲା, ଗଲି ଦେଉଥିଲା କିନ୍ତୁ ସେ ସେଇମାନଙ୍କ ଭିତରୁ ନେତା ଛିଡା କରୁଥିଲେ । ଅନ୍ତତଃ ସେ ଯିବା ବେଳେ ୮ – ୧୦ ଜଣ ଏମିତି ଓଡ଼ିଆ ନେତା ତିଆରି କରିଥିଲେ ଯେଉଁ ମାନେ ଓଡ଼ିଶାର ନେତୃତ୍ୱ ନେଇପାରିଥାନ୍ତ । ସେ ଅଲଗା ବିଷୟ ମତେ ଅତ୍ୟନ୍ତ ଦୁଃକ୍ଷରେ କହିବାକୁ ପଡୁଛି, ସେଇ ନେତା ମାନେ ଆଜିର ବିଛିଆତି ଲଗେଇବା ପାଇଁ ୨୪ ବର୍ଷ ତଳେ ମାଟି ଖୁସିଥିଲେ । କିନ୍ତୁ ବିଜୁବାବୁଙ୍କର ନେତା ତିଆରି କଳାକୁ ଭୂଲାଯାଇପାରିବନି । ଆଜି ଯେତେବେଳେ ନେତୃତ୍ୱ ଉପରେ ପ୍ରଶ୍ନ ଉଠେ କୁହାଯାଉଛି, କଣ କରିବା ଓଡ଼ିଶାରେ ତ ଆଉ କିଏ ନାଁହାନ୍ତି । ନିଜକୁ ଥରେ ପ୍ରଶ୍ନ କରନ୍ତୁ ଏଇ ୨୪ ବର୍ଷରେ ପକ୍ଷ ବିପକ୍ଷ ଉଭୟ ପାର୍ଶ୍ଵକୁ କିଏ ନେତୃତ୍ୱ ବିହୀନ କରିଛି ? କାହାର ନିଜସ୍ୱ ଜଜ୍ଞରେ କାହାର ଭାବମୂର୍ତ୍ତି ପାଇଁ, ଓଡ଼ିଶାର ସବୁ ନେତାଙ୍କର ବଳି ଚଢା ଯାଇଛି ? କାଳେ ବିଦ୍ରୋହର ସ୍ୱର ଉଠିବ ସେଥି ପାଇଁ କିଏ ଧର୍ମକୁ ଆଖିଠାର ମାରି ଓଡ଼ିଆଙ୍କୁ ଶାନ୍ତିର ପାଠ ପଢ଼ାଉଛି ? ଓଡ଼ିଆ ନେତାଙ୍କୁ କଂଶେଇ ଖୁଣ୍ଟିର ଛେଳି ଭଳି ସଜେଇ, ବେକ ସାରା ଛେଦମୁଣ୍ଡ ମାଳି ପିନ୍ଧି ଶାନ୍ତିର ପାଠ ପଢେଇବା କେତେଦୂର ଯଥାର୍ଥ ?

ମୁଁ କର୍ପୋରେଟେରେ ଚାକିରୀ କରେ, ବର୍ଷକରେ ଥରେ assessment ବେଳେ ପଚାରା ଯାଏ, How many resource you have developed this year, who can fill your shoes ? ୨୪ ବର୍ଷରେ କଣ ଆପଣ ମାନେ ମୁଖିଆଙ୍କୁ ପଚାରିବା କଥା ନୁହେଁ କି How many Odia leader he has developed in last 24 years, who can fill his shoes ? ଯଦି କରି ନାହାଁନ୍ତ, ତେବେ ଅପାରଗ ଜନତାଙ୍କ ନେତା କିଭଳି No. 1 ?

କରିବି ଥାନ୍ତେ କିପରି, ବିଜୁ ବାବୁଙ୍କ ଭଳି ଓଡ଼ିଆଙ୍କୁ ଯଦି ନିଜ ସମାସ୍କନ୍ଦ ଭାବୁଥାନ୍ତେ, ଭଲ ପାଉଥାନ୍ତେ ତାହେଲେ କରିବାକୁ ଚେଷ୍ଟା କରିଥାନ୍ତେ !!
ମୋର ମୁଖିଆଙ୍କୁ ଇଂରେଜୀରେ ଗୋଟିଏ ଚେତାବନୀ ।

Does not matter how tall you grow, you will fall one day. Unless you have people around you with equal stature to catch you in your fall, you will fall hard and that fall will be devastating.

ବେଦନାର ଚର୍ଚ୍ଚା ବହୁତ ହେଲା, ଏବେ କେବଳ ଜନ ସାଧାରଣ ଙ୍କୁ ମୋର ଦୁଇଟି ନିବେଦନ । ମୁଁ ଯେଉଁଠି ଥିଲେବି ଭୋଟ ଦେବାକୁ ଆସେ, ଏଥର ବି ଆସିଛି । ଆପଣ ଯେଉଁଠି ଥାନ୍ତୁନା କାହିଁକି ଆସନ୍ତୁ ଭୋଟ ଦିଅନ୍ତୁ । ଭୋଟ ଦେବା ଆମର ପ୍ରଥମ ଗଣତାନ୍ତ୍ରିକ ଦାଇତ୍ୱ । ସେ ଦାଇତ୍ୱ ସମ୍ପାଦନ କରନ୍ତୁ ।
ଭୋଟ ଦେବାବେଳେ ଚିନ୍ତା କରନ୍ତୁ ଆପଣଙ୍କ ନେତା; ଆପଣଙ୍କର ବାଘ ପାଟିର ଘା ର ଉପଚାର କରିପାରିବେତ ?

Leave a Reply

Your email address will not be published. Required fields are marked *