ଜୁନ୍‌ ୨ରେ ତିହାର ଯିବେ ଅରବିନ୍ଦ କେଜ୍ରିୱାଲ ?

ଅବକାରୀ ଦୁର୍ନୀତି ମାମଲାରେ ଫସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାସ୍ଥ୍ୟଗତ କାରଣ ଜଣାଇ ତାଙ୍କର ଅନ୍ତରୀଣ ଜାମିନ୍ ଅବଧିକୁ ସପ୍ତାହେ ବଢାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀ ମଦନୀତି ଦୁର୍ନୀତିରେ ମାମଲାରେ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ତିହାର ଜେଲ୍ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କେଜ୍ରିୱାଲଙ୍କ ଅବେଦନ ଗ୍ରହଣ କରିବା ପରେ ମାମଲାର ଶୁଣାଣି କରି ତାଙ୍କୁ ଜୁନ୍‌ ୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଏହାସହ, ମେ’ ୧୦ ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ କେଜ୍ରିୱାଲଙ୍କୁ ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ତେବେ, ଜୁନ୍‌ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବା ପୂର୍ବରୁ ନିଜର ଜାମିନ୍ ଅବଧି ଆଉ ୭ ଦିନ ବଢାଇବା ପାଇଁ ଆବେଦନ କରିଛନ୍ତି କେଜ୍ରିୱାଲ ।

କେଜ୍‌ରିଓ୍ବାଲ ତାଙ୍କ ପିଟିଶନରେ କହିଛନ୍ତି, ଗିରଫ ପରେ ସେ ୭ କିଲୋଗ୍ରାମ ଓଜନ ହରାଇଛନ୍ତି ଏବଂ ତାଙ୍କର କିଟୋନ ସ୍ତର ବୃଦ୍ଧି ପାଇଛି । ସେ ମହୁମେହ ରୋଗରେ ପୀଡିତ ହୋଇଥିବାରୁ ଏହି ଲକ୍ଷଣ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ହୋଇପାରେ। ମ୍ୟାକ୍ସର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଏବଂ ଆଉ କେତେଗୁଡିଏ ପରୀକ୍ଷା କରିବାର ଆବଶ୍ୟକତା ଥିବାରୁ କେଜ୍‌ରିଓ୍ବାଲ ୭ ଦିନ ଜାମିନ ବଢ଼ାଇବାକୁ ଦାବି କରିଛନ୍ତି।

ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଜାମିନ ମିଳିଥିବା ବେଳେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ବି ଜେଲରେ ଅଛନ୍ତି।

ସୂଚନା ଅନୁଯାୟୀ, ୨୦୨୧ ରେ ଦିଲ୍ଲୀ ସରକାର ଏକ ନୂଆ ଅବକାରୀ ନୀତି ପ୍ରଣୟନ କରିଥିଲେ । ନୀତି ପ୍ରଣୟନ ଓ କାର୍ଯ୍ୟକାରିତାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ଏଲ-ଜି ଭିକେ ସକ୍ସେନା ୨୦୨୨ ରେ ସୁପାରିସ କରିବା ପରେ ଉଭୟ ସିବିଆଇ ଓ ଇଡି ଅନିୟମିତତା ନେଇ ମାମଲା ରୁଜୁ କରିଥିଲେ।

ALSO WATCH:

Leave a Reply

Your email address will not be published. Required fields are marked *