ବିଜେପି ମହିଳାଙ୍କୁ କେବଳ ପ୍ରଚାରରେ ସାମିଲ କରେ: ହରପ୍ରିୟା

ବିଜେଡିରେ ମିଶିଲେ ଭଦ୍ରକ ଜିଲ୍ଲାର ମହିଳା ସଶକ୍ତିକରଣର ପ୍ରତୀକ ତଥା ବିଜେପି ନେତ୍ରୀ ହରପ୍ରିୟା ସାହୁ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର. ହରପ୍ରିୟା ସାହୁଙ୍କ ପରି ଉଚ୍ଚଶିକ୍ଷିତା. ଦକ୍ଷ ନେତ୍ରୀ ବିଜେଡିରେ ସାମିଲ ହେବା ଭଦ୍ରକ ଜିଲ୍ଲାରେ ବିଜେଡିକୁ ସଶକ୍ତ କରିବ. ବିଜେଡିରେ ସାମିଲ ହେବା ପରେ ହରପ୍ରିୟା ମଧ୍ୟ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଣ୍ଡିଆନ, ପ୍ରଣବ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଜେପିରେ କିପରି ମହିଳାଙ୍କୁ ଅସମ୍ମାନ କରାଯାଏ ତାହା ବଖାଣିଛନ୍ତି।

ଭଦ୍ରକରେ ହରପ୍ରିୟାଙ୍କ ସଂଗଠନ ବେଶ ସୁଦୃଢ ରହିଛି। ତାଙ୍କ ଦ୍ବାରା ଅନେକ ମହିଳା ମଧ୍ୟ ଆତ୍ମନିର୍ଭର ହୋଇପାରିଛନ୍ତି। ତେବେ ବିଜେପି ମହିଳାଙ୍କୁ ଉପଯୁକ୍ତ ସମ୍ମାନ ନ ଦେବାରୁ ଆଜି ସେ ବିଜେଡିରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ବିଜେଡି ପାଇଁ ଭଦ୍ରକରେ କାମ କରିବେ ବୋଲି ବିଜେଡି ଶିବିର ଆଶା କରୁଚି

Leave a Reply

Your email address will not be published. Required fields are marked *