ହେଭିୱେଟ୍ ଲଢେଇରେ ବରୀ ନିର୍ବାଚନ ମଣ୍ଡଳୀ

ତିନି ଦିନ ପରେ ଯାଜପୁରରେ ପଡିବ ଭୋଟ। ଏଥିପାଇଁ ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର ଚାଲିଛି। ବରୀ ଆସନ ପାଇଁ ମଧ୍ୟ ହେଉଛି ପ୍ରଚାର। ଚଳିତ ଥର ବରୀରେ ହେବାକୁ ଯାଉଛି ଦମଦାର ଲଢେଇ। ମୈଦାନକୁ ବିଜେଡି ବିଶ୍ବରଞ୍ଜନ ମଲ୍ଲିକଙ୍କୁ ଛାଡିଥିବା ବେଳେ ବିଜେପିରୁ ଉମେଶ ଜେନା ଓ କଂଗ୍ରେସରୁ ଦେବାଶିଷ ନାୟକ ନିର୍ବାଚନୀ ରଣାଙ୍ଗନରେ ନିଜ ଦମ ଦେଖାଇ ଚାଲିଛନ୍ତି। ସମସ୍ତଙ୍କର ରହିଛି ତୃଣମୂଳସ୍ତରରେ ସଂଗଠନ। ଏପରି ସ୍ଥିତିରେ ଲୋକଙ୍କ ମତ କାହା ସପକ୍ଷରେ ଯାଉଛି ତାହା ଆସନ୍ତୁ ଜାଣିବା ବରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜେନ୍ଦ୍ରପୁର୍ ଗ୍ରାମର ଭୋଟରଠାରୁ ଜନତାଙ୍କ ଦେଲେ ସେମାନଙ୍କ ମତ। ହେଲେ ଏହି ମତ ବାସ୍ତବରେ କେତେଦୂର ଭୋଟରେ ପରିଣତ ହେଉଛି? କାହା ସପକ୍ଷରେ ଯିବ ଜନମତ? କିଏ ଜନତାଙ୍କ ଆସ୍ଥା ଭାଜନ ହେବେ ଓ ବିଜୟ ମୁକୁଟ ପିନ୍ଧିବେ? ତାହା ଦେଖିବାକୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

Leave a Reply

Your email address will not be published. Required fields are marked *