ନିଆଁରେ ଜଳିଗଲେ ୭ ନବଜାତ ଶିଶୁ

ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ଗତ ବିଳମ୍ବିତ ରାତିରେ ଭୀଷଣ ଅଗ୍ନିକାଣ୍ଡ ହୋଇଯାଇଛି । ଏଥିରେ ୭ ନବଜାତ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିଶମ ବିଭାଗର ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଗତକାଲି ରାତି ପ୍ରାୟ ୧୧ଟା ୩୨ରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ନିଆଁ ହୁତ୍ ହୁତ୍ ହୋଇ ପୂରା କୋଠାରେ ବ୍ୟାପିଯାଇଥିଲା। ସୂତନା ପାଇ ୧୬ଟି ଅଗ୍ନିଶମଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମରେ ଲାଗିଯିବା ସହ କୋଠା ଭିତରୁ ୧୨ ନବଜାତକଙ୍କୁ କୋଠା ଭିତରୁ ଉଦ୍ଧାର କରିଥିଲା। ସେମାନଙ୍କୁ ମଧ୍ୟରୁ ୭ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଚିକିତ୍ସା ଜାରି ରହିଛି। ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ଏହି ଘଟଣାର ତଦନ୍ତ କରୁଛନ୍ତି।

ସେହିଭଳି ଗତକାଲି ମଧ୍ୟ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୦ ଟପିଥିବା ସୂଚନା। ଗତରାତିରେ ମୋଟ ୩୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ଥିବା କୁହାଯାଉଛି। ଆହୁରି କିଛି ଜଣ ଆହତ ହୋଇଛନ୍ତି। ନିଆଁ ଆୟତ୍ତକୁ ଆସିଥିଲେ ବି ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନି। ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *