ଚାନ୍ଦବାଲିରେ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଦେବକାନ୍ତ ମହାନ୍ତି, ଚାନ୍ଦବାଲି: ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟ ରେ ଆରମ୍ଭ କରାଯାଇଛି ସଡ଼କ ସୁରକ୍ଷା ସପ୍ତାହ । ଏଥିନେଇ ଆଜି ଚାନ୍ଦବାଲିରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଚାନ୍ଦବାଲି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶିବଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରୁ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହ ପରିବହନ ରଥରକୁ ସୁଭାରମ୍ଭ କରିଥିଲେ ଜିଲ୍ଲା ସହ ପରିବହନ ଅଧିକାରୀ ବାମଦେବ ସାହୁ, ଏଏସଆଇ ଶ୍ୟାମସୁନ୍ଦର ନାୟକ ଏବଂ ଚାନ୍ଦବାଲି ଥାନା ଏସ ଆଇ ଅନୁରାଗ ମହାନ୍ତି ଏଏସଆଇ ନରେନ୍ଦ୍ର ରାଉତଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ସଡ଼କ ସୁରକ୍ଷା ସଚେତନତା କରିଥିଲେ ।

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ‘ସଡକ ସୁରକ୍ଷା, ଜୀବନ ରକ୍ଷା’ ସ୍ଲୋଗାନ ଦେଇଥିଲେ ଛାତ୍ର-ଛାତ୍ରୀ ।

One thought on “ଚାନ୍ଦବାଲିରେ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

Leave a Reply

Your email address will not be published. Required fields are marked *