ମେ’ଶେଷ ସୁଦ୍ଧା ରେଜଲ୍ଟ : ବିଭାଗୀୟ ମନ୍ତ୍ରୀ

ଖୁବଶୀଘ୍ର ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମେ’ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଖାତାଦେଖା ସରିଥିବା ବେଳେ ଏବେ ଟେବୁଲେସନ ଜାରି ରହିଛି । ତେଣୁ କମଦିନ ମଧ୍ୟରେ ମାଟ୍ରିକ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ପାଇପାରିବେ ।

ସେପଟେ, +2 ଖାତାଦେଖା ମଧ୍ୟ ଜାରି ରହିଛି । ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ କରାଯାଉଛି । ପ୍ରଥମେ ବିଜ୍ଞାନ ଷ୍ଟ୍ରିମ ରେଜଲ୍ଟ ଆସିବ । ପରେ ପରେ କଳା ଏବଂ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ପାଇପାରିବେ ଛାତ୍ରଛାତ୍ରୀ । ମେ’ଶେଷ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ମିଳିପାରିବ ବୋଲି ଆଶା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *