ସୁଯୋଗ ଅପେକ୍ଷାରେ ଥିଲା, ତଣ୍ଟି କାଟିଦେଲା

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାରେ ଯୁବକଙ୍କୁ ଆକ୍ରମଣ । ଜଣେ ଯୁବକ ଶୋଇଥିବା ବେଳେ ତାଙ୍କର ତଣ୍ଟି କାଟିଦେଇଛନ୍ତି ଆଉ ଜଣେ ଯୁବକ । ଯୁବକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଭାଗିରଥୀ ମୁଣ୍ଡା ।

ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ ତୁରୁମୁଙ୍ଗାର ଭାଗିରଥୀ, ଗତ 6 ମାସ ହେଲା ଜଣେ ବିବାହିତା ମହିଳାଙ୍କୁ ଫସାଇ ଘରକୁ ଆଣିଛନ୍ତି । ପ୍ରେମକରି ବିଭିନ୍ନ ପ୍ରଲୋଭନ ଦେଖାଇ ଘରକୁ ଆଣି ରଖିଥିଲେ । ତେବେ ମହିଳାଙ୍କ ସ୍ୱାମୀ ସୁଯୋଗ ଅପେକ୍ଷାରେ ଥିଲେ । ଆଜି ଦିନ ଦ୍ବିପ୍ରହରରେ ଭାଗିରଥୀ ଶୋଇଥିବା ବେଳେ ଯୁବକ ଜଣଙ୍କ ତାଙ୍କର ତଣ୍ଟି କାଟିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *