ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ‘ନୁଆ-ଓ’ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭାସ୍କର ମିଶ୍ର, ଡ ରମେଶ ଚନ୍ଦ୍ର ରାଉଳ ଏବଂ ସରୋଜ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । +2, +3 ଛାତ୍ରଛାତ୍ରୀ ମାନେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କରିଥିଲେ । ବର୍ତ୍ତମାନ ସମୟରେ, ପାରମ୍ପାରିକ ଓଡ଼ିଆ ଖାଦ୍ୟ ବିଲୁପ୍ତ ହେଉଥିବା ବେଳେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧି ପାଉଛି ବୋଲି ବକ୍ତାମାନେ କହିଥିଲେ । ବିଲୁପ୍ତ ହେଉଥିବା ଖାଦ୍ୟକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ନୂତନ ପ୍ରୟାସ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ ବବିତା ପାତ୍ର, ଜଗନ୍ନାଥ ମହାପାତ୍ର, ଅକ୍ଷୟ ପ୍ରଧାନ, ଡ ଗୋକୁଳାନନ୍ଦ ପାତ୍ର, ଡ ସଂଗୀତା ମିଶ୍ର, ଅନିଲ ପାତ୍ର, ସୋନାଲି ବାରିକ, ରାଧାମାଧବ ମହାପାତ୍ର, ଡ ସୁଦର୍ଶନ ରହିତ ଏବଂ ଭାରତୀ ବାଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

https://www.babyboxofficecollections.com/8-punti-dopo-i-quali-crederai-di-nuovo-nell-amore/

Leave a Reply

Your email address will not be published. Required fields are marked *