
କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଶିକ୍ଷାମଣ୍ତଳ ଅଧିନ ବାରିଗାଁ ଠାରେ ନିଶାକର ହାଇସ୍କୁଲର ବାର୍ଷିକ ଉତ୍ସବ ସହ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ଧନେଶ୍ଵର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ସମ୍ମାନୀତ ଅତିଥି ଭାବେ ଶିକ୍ଷାଧିକାରୀ ପ୍ରମୋଦ କୁମାର ନାୟକ, ଘଷିପୁରା ସ୍ଥିତ ପ୍ରାଣବଲ୍ଲଭ ଇଂରାଜୀ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷାରତ୍ନ ଦିଲ୍ଲିପ କୁମାର ମିଶ୍ର, ପ୍ରାଣବଲ୍ଲଭ ମଧ୍ଯ ଇଂରାଜୀ ବିଦ୍ୟାଳୟର ଡ଼ାଇରେକ୍ଟର ତଥା ବିଶିଷ୍ଟ କବି ଅଶୋକ କୁମାର ପୁହାଣ, ଓଷ୍ଟା ରାଜ୍ୟ ସମ୍ପାଦକ ମୃତ୍ୟୁଞ୍ଜୟ ପଲାଇ, ଓଷ୍ଟା ବ୍ଲକ୍ ସଭାପତି ହାଟଡ଼ିହୀ ନବଘନ ନାୟକ, ସମ୍ପାଦକ ଶିଶିର କୁମାର ବିଶ୍ଵାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ବିଶ୍ବାଳ, ନିଶାକର ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ରବିନାରାୟଣ ପାତ୍ର, ଢ଼େଙ୍କା ସିଆରସିସି କେଶବ ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏଥିରେ ୯ମ ଓ ୧୦ମ ଶ୍ରେଣୀର କିଛି ଛାତ୍ରଛାତ୍ରୀ ବିଦ୍ୟାଳୟ, ପାଠପଢ଼ା, ଶିକ୍ଷକଙ୍କ ଶିକ୍ଷାଦାନ ଓ ଆଚରଣ-ବ୍ୟବହାର ଉପରେ ଅଭିଭାଷଣ ରଖିଥିଲେ ।ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଉତ୍ତମ ଶିକ୍ଷା ଭଳି ‘ଗୁରୁ ପ୍ରତି ସମ୍ମାନ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଗୁରୁଙ୍କ ଶ୍ରଦ୍ଧା’ ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ ।

ଶିକ୍ଷା ୨୦୨୩-୨୪ବର୍ଷର ଉତ୍ତମ ଶିକ୍ଷକ ଭାବେ ନଳିନୀକାନ୍ତ ପଣ୍ଡା ଓ ଉତ୍ତମ କର୍ମଚାରୀ ଭାବେ ବସନ୍ତ କୁମାର ଦାସଙ୍କୁ ଉପଢ଼ୌକନ, ଟ୍ରଫି, ଅର୍ଥରାଶି ସହ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧନା କରାଯାଇଛି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଅନେକ ଅଭିଭାବକ ସାମିଲ ହୋଇଥିଲେ । କିଛି ମହିଳା ଅଭିଭାବକ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଗୟାଧର ମଲ୍ଲିକ, ଉତ୍ତମ ଚରଣ ଦାସ, ନାରାୟଣ ଚନ୍ଦ୍ର ସେଠୀ, ଅରୁଣ କୁମାର ଦାଶ, ଜୟନ୍ତ କୁମାର ମଣ୍ତଳ, ନଳିନୀକାନ୍ତ ପଣ୍ଡା, ଦେବେନ୍ଦ୍ର କୁମାର ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ଏଥିରେ କର୍ମଚାରୀ ଗୋପାଳକୃଷ୍ଣ ପାତ୍ର, ବସନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ଅଜୟ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।
I don’t think the title of your article matches the content lol. Just kidding, mainly because I had some doubts after reading the article. https://accounts.binance.bh/register/person?ref=JW3W4Y3A
Your point of view caught my eye and was very interesting. Thanks. I have a question for you. https://www.binance.bh/register?ref=QCGZMHR6