ସଲୁଙ୍କ ‘କିସି କା ଭାଇ, କିସି କି ଜାନ’ ବକ୍ସ ଅଫିସରେ ଦେଖେଇପାରିନି ଜଲ୍ୱା

ସଲୁ ମିଆଁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ, କିସି କି ଜାନ’ ବକ୍ସ ଅଫିସରେ ସେମିତି କିଛି ଜଲ୍ୱା ଦେଖାଇ ପାରି ନାହିଁ। 4 ବର୍ଷ ପରେ ଭାଇ ଜାନଙ୍କ ଫିଲ୍ମ ଆସୁଥିବା ଜଣାପଡିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। କିନ୍ତୁ  ଫିଲ୍ମ ଦେଖିବା ପରେ ନିରାଶ ହୋଇଛନ୍ତି ଦର୍ଶକ। ଆଉ ଯେମିତି ଭାଇ ଜାନଙ୍କ ଆକ୍ଟିଂରେ ନାହିଁ ପୂର୍ବର ସେ ଦମ। ଲାଗୁଛି ଯେମିତି ସଲୁ ମିଆଁ ବକ୍ସ ଅଫିସ ଉପରେ ନିଜର ଦବଦବା ହରେଇ ବସୁଛନ୍ତି। ତେବେ କାହିଁକି କିସି କା ଭାଇ, କିସି କି ଜାନ୍ ଫ୍ୟାନ୍ସଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି?  

ସିନେ ସମୀକ୍ଷକଙ୍କ ଅନୁଯାୟୀ ଫିଲ୍ମରେ କିଛି ବଡ ଦୁର୍ବଳତା ରହିଛି, ଯେଉଁଥି ପାଇଁ ଦର୍ଶକଙ୍କୁ ଆକୃଷ୍ଟ କରିପାରିନି ଭାଇ ଜାନଙ୍କ ଚଳିତ ଫିଲ୍ମ। ସମୀକ୍ଷକଙ୍କ ମତରେ ଫିଲ୍ମର ନିର୍ଦ୍ଦେଶକ ସଲିଡ ହେବା ଦରକାର। ସଲମନଙ୍କୁ ଫ୍ୟାନ୍ସ ଆକ୍ସନ ବା ଫ୍ୟାମିଲି ମ୍ୟାନ ଭାବେ ଦେଖିବାକୁ ଚାହିଁଥାନ୍ତି। କିସି କା ଭାଇ, କିସି କି ଜାନ ଉଭୟ ଶ୍ରେଣୀରେ ଆସୁଥିଲା, କିନ୍ତୁ ନିର୍ଦ୍ଦେଶକ ଫରହାଦ ସାମଜୀ ନିର୍ଦ୍ଦେଶନା କ୍ଷେତ୍ରରେ ଦୁର୍ବଳ ପଡିଯାଇଛନ୍ତି। ତେଣୁ ପୂରା ଫିଲ୍ମ ସଲମନଙ୍କ ଷ୍ଟାର ପାୱାର ଉପରେ ନିର୍ଭରଶୀଳ ହୋଇପଡିଥିଲା। ଏମିତି ବେଳେ ତାଙ୍କ ସହ ବଚନ ପାଣ୍ଡେଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ବଚନ ପାଣ୍ଡେ ବି ସାଉଥ ରିମେକ ଥିଲା, କିସି କା ଭାଇ କିସି କି ଜାନ ମଧ୍ୟ। ତେଣୁ ଉଭୟ ଫିଲ୍ମର ସ୍ଥିତି ସମାନ ହୋଇଯାଇଛି।

ଫିଲ୍ମର ଆଉ ଏକ ଦୁର୍ବଳ ଦିଗ ହେଉଛି  କାହାଣୀ। ସଲମନ ଖାନଙ୍କ ହିଟ ଫିଲ୍ମ ଉପରେ ନଜର ପକାଇଲେ ଦେଖିବା ଏକ ଥା ଟାଇଗର, ଦବଙ୍ଗ, ବଜରଙ୍ଗୀ ଭାଇଜାନ ଓ ୱାଣ୍ଟେଡ। ସବୁ ସାଉଥ ରିମେକ ସହ  ଓରିଜିନାଲ ମୁଭ ସାମିଲ ଥିଲା। କ୍ୟାରେକ୍ଟର ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲା। କିନ୍ତୁ କିସି କା ଭାଇ, କିସି କି ଜାନରେଭାଇଙ୍କ ଷ୍ଟାର ପାୱାର ତ ଥିଲା, ହେଲେ କାହାଣୀରେ ଚରିତ୍ରକୁ ସଠିକ୍ ଉପସ୍ଥାନ କରି ପାରୁନଥିଲା।

କିସି କା ଭାଇ, କିସି କି ଜାନ ଫିଲ୍ମରେ ସଲମନଙ୍କ ଅଭିନୟ ହଜିଯାଇଥିବା କ୍ରିଟିକ୍ ମତ ଦିଅନ୍ତି। ତେଣୁ ଭାଇଜାନଙ୍କୁ ଫିଲ୍ମରେ ଷ୍ଟାର କାଷ୍ଟ ସହ ଆକ୍ଟିଙ୍ଗ ଭରିବାକୁ ପରାମର୍ଶ ଦେବାକୁ ପଛାଇ ନାହାନ୍ତି ସମୀକ୍ଷକ। କୁହାଯାଇଛି, ଫିଲ୍ମକୁ ଖଣ୍ଡ ବିଖଣ୍ଡିତ କରା ନ ଯାଉ। ଫିଲ୍ମରେ ଆକ୍ଟିଂ ଓ ଏକ୍ସପ୍ରେସନର ଖେଳ ଗୁରୁତ୍ୱ ବହନ କରିଥାଏ, ଯାହା ଫିଲ୍ମରେ ଜଗପତି ବାବି ଓ ଭେଙ୍କଟେଶଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ଠାରେ ଦେଖିବାକୁ ମିଳିନି। ସମୟ ସହ ତାଳ ଦେଇ, ଦର୍ଶକଙ୍କ ମିଜାଜ ବୁଝି ଫିଲ୍ମ କରିବାକୁ ସଲମନଙ୍କୁ ପରାମର୍ଶ ଦେଇଛନ୍ତି ସମୀକ୍ଷକ।  

Leave a Reply

Your email address will not be published. Required fields are marked *