କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ

ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ବଟକୃଷ୍ଣ ପ୍ରଧାନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ହସନପୁର ଗାଁରେ ।

ସୂଚନା ଅନୁସାରେ ଯୋଗ୍ୟ ହସନପୁର ଗାଁର ବଟକୃଷ୍ଣ ପ୍ରଧାନ ଆଜି ଭୋରୁ ଶୌଚ ପାଇଁ ପଡ଼ିଆକୁ ଯାଇଥିଲେ । ସେ ଦୁଇଟି ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ତାଙ୍କୁ ଆକ୍ରମଣରୁ ଗୁରୁତର ହୋଇଥିଲେ । ବଟକୃଷ୍ଣଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *