ବାପା-ମା’ ସମସ୍ତେ ଛାଡ଼ି ଚାଲିଗଲା ପରେ ପୁଅ ଏବେ ଏକା ହୋଇଯାଇଛି, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ନୟାଗଡରୁ ଆସିଛି ଏକ ହୃଦୟ ଥରାଇଲା ଭଳି ଖବର । ଜନ୍ମ କଲା ପୁଅକୁ ପର କରିଦେଲେ ନିଜ ଜନ୍ମକଲା ବାପା-ମା । ମନରେ ଅଜସ୍ର ବେଦନା ନେଇ ଜଣେ ନାବାଳକ ପହଞ୍ଚିଥିଲା ରଣପୁର ଥାନାରେ । ଥାନାବାଲାଙ୍କୁ କାନ୍ଦିକାନ୍ଦି ଗୁହାରି କରି କହିଥିଲା, ‘’ବାବୁ ମୁଁ କିଛି ଖାଇନି । ମତେ ମୋ ବାପା ମା ଘରେ ଛାଡି ପଳାଇଛନ୍ତି । ମୁଁ ଏବେ କେଉଁଠିକୁ ଯିବି ।’’ ସତରେ ଏହି ଖବଟରି ବର୍ତ୍ତମାନ ରଣପୁର ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

ଏହି ନାବାଳକଟି ହେଉଛି ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଗଲ ବଡ଼ ନୂଆଗାଁର ପ୍ରଦୀପ ପ୍ରଧାନଙ୍କ ୧୩ ବର୍ଷର ପୁଅ ସ୍ମୃତିରଞ୍ଜନ ପ୍ରଧାନ । କିଛି ଦିନ ତଳେ ବାପା ପ୍ରଦୀପ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ପୁଅ ଆଉ ସ୍ତ୍ରୀଙ୍କୁ ଛାଡି କେଉଁଆଡେ ଚାଲିଯାଇଥିବା ବେଳେ ଏବେ ମା, ପୁଅକୁ ଛାଡି ନିଜ ବାପଘରକୁ ପଳାଇଛି । ଏହାପରେ ନ୍ୟାୟ ପାଇଁ ନାବାଳକ ରଣପୁର ଥାନାର ଦ୍ୱାରସ୍ଥ ହୋଇଛି । ରଣପୁର ପୋଲିସ, ନୟାଗଡ ଚାଇଲଡ ଲାଇନ ସଦସ୍ୟଙ୍କୁ ଏ ବିଷୟରେ ଜଣାଇ ପିଲାଟିକୁ ହସ୍ତାନ୍ତର କରିଛନ୍ତି । ବାପା-ମା’ ସମସ୍ତେ ଛାଡ଼ି ଚାଲିଗଲା ପରେ ପୁଅ ଏବେ ଏକା ହୋଇଯାଇଛି, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି

Leave a Reply

Your email address will not be published. Required fields are marked *