ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦୀପାଳି, ଦମ୍ ଦେଖାଇବ ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ଜୋର୍ ଧରିଛି । ଏବେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ପ୍ରଥମେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିଥିବା ବେଳେ ଗତକାଲି ନିଜ ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଆଜି ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବେ ଦୀପାଳି ଦାସ । ବରିଷ୍ଠ ନେତା, ଦଳୀୟ କର୍ମକର୍ତ୍ତା, ସମର୍ଥକ ଏବଂ ପ୍ରଶଂସକ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଅଫିସ ଯାଏ ଯିବେ ବୋଲି ସୂଚନା ମିଳିଛି । ଦମ୍ ଦେଖାଇବା ସହ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳ ଅଫିସ ଯାଇ ନାମାଙ୍କନ ଭରିବେ । ଦୀପାଳି ପ୍ରଥମ ଥର ପାଇଁ ଟିକେଟ୍ ପାଇଁ ଉପନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଭୋଟ୍ ହାତେଇବାକୁ ବିଜେଡି ପୁରାପୁରି ଉଦ୍ୟମ ଜାରି ରଖିଛି ।

ମେ’୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ହେବ । ମେ’୧୩ ତାରିଖରେ ଭୋଟ୍ ଗଣତି କରାଯିବ । ମୋଟ ୨୫୩ଟି କେନ୍ଦ୍ରରେ ୨,୨୧,୦୭୦ ଜଣ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ଅଛନ୍ତି ୧,୧୦,୩୨୦ ଜଣ ପୁରୁଷ ଓ ୧,୧୦,୬୮୭ ଜଣ ମହିଳା ଭୋଟର । ସେହିପରି ୬୩ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଯେଉଁମାନେ ନିଜର ମତଧିକାରୀ ସାବ୍ୟସ୍ତ କରିବେ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ସିଟ୍‌ରେ ଉପନିର୍ବାଚନ ହେଉଛି ।

Leave a Reply

Your email address will not be published. Required fields are marked *