
ଯାଜପୁର ରୋଡ଼-ଧାମରା ରେଳପଥକୁ କେନ୍ଦ୍ର ବଜେଟରେ ଅଣଦେଖା। ବଜେଟରେ ବହୁ ରେଳପଥ ସମ୍ପ୍ରସାରଣ ପାଇଁ ଅନୁଦାନ ମଞ୍ଜୁରୀ ହୋଇଥିବା ବେଳେ ଯାଜପୁର ରୋଡ- ଧାମରା ରେଳପଥ ପାଇଁ ଅନୁଦାନ ମିଳିଲା ନାହିଁ। ଏହାକୁ ନେଇ ଅସନ୍ତୋଷ ଜାହିର କରିଛି ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦ। ଏନେଇ ଯାଜପୁର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦାବି ଉପସ୍ଥାପନ କରିଛି ପରିଷଦ।
ବଜେଟରେ ଏହି ରେଳପଥ ପାଇଁ ଅନୁଦାନ ମଞ୍ଜୁର ନ କରି ଯାଜପୁର-ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅଧିବାସୀମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସଂଗ୍ରାମ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀରେ ଭେଟିବା ସମୟରେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥିବାରୁ ଏହାକୁ ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ ସଂଗ୍ରାମ ପରିଷଦ ତରଫରୁ ଦୃଢ଼ ନିନ୍ଦା କରାଯାଇଛି ।
ସଂଗ୍ରାମ ପରିଷଦର ସଂଯୋଜକ ପଦ୍ମାକର ଗୁରୁ, ଆଲୋକ ବେହେରା ପ୍ରମୁଖ ଉପସ୍ଥିତ ରହି ସଂସଦ ଅଧିବେଶନ ସରିବା ପୂର୍ବରୁ ଏହି ରେଳପଥ ନିର୍ମାଣ ପ୍ରୋଜେକ୍ଟ ପାଇଁ ଅର୍ଥ ମଞ୍ଜୁର ନକଲେ ୩ଟି ଯାକ ଜିଲ୍ଲାରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦିଆଯାଇଛି ।
Can you be more specific about the content of your article? After reading it, I still have some doubts. Hope you can help me.