ପଣସ ହେଲା କାଳ, ଦୁଇ ଗଛ ମଝିରେ ଫସିଗଲା ହାତୀ

ଅନୁଗୁଳ ଜିଲ୍ଲା ବୃତ୍ତି ଗାଁ ନିକଟରେ ଏକ ହାତୀ ଫସି ରହିଛି । ପଣସ ଖାଇବାକୁ ଆସି ହାତୀଟି ଫସିଯାଇଥିବା ଅନୁମାନ କରାଯାଉଛି । ଦୁଇ ଗଛ ମଝିରେ ଫସି ରହିଛି ଗଜରାଜ । ପଣସ ଖାଇବା ଲୋଭ ଶେଷରେ ହାତୀକୁ ଅଡୁଆରେ ପକାଇଛି । ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ବନାଞ୍ଚଳ ବୃତ୍ତି ଗାଁ ନିକଟରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।

ଏଭଳି ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଫସି ଯାଇଥିବା ହାତୀ ଉଦ୍ଧାର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି । ହାତୀ ଯଦି ଆହତ ଥିବ ତାହେଲେ ତାର ଚିକିତ୍ସା କରାଯିବ ବୋଲି ଜିଲ୍ଲା DFO ସୂଚନା ଦେଇଛନ୍ତି । ଖରାଦିନରେ ଆମ୍ବ, ପଣସ ପାଚୁଥିବାରୁ ଏହା ଖାଇବା ପାଇଁ ଜଙ୍ଗଲ, ବଣ, ପାହାଡ଼ରେ ବୁଲିଥାନ୍ତି ହାତୀପଲ । ଏବେ ପଣସ ଖାଇବାକୁ ଆସି ହାତୀ ଫସିଯାଇଥିବା ବେଳେ ତାର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *