IPL ରେକର୍ଡ ବୁକ୍…ଷ୍ଟାର ଖେଳାଳିଙ୍କ କମାଲ

IPL RECORD BOOK

IPLରେ କେତେବେଳେ କାହାର ବ୍ୟାଟ୍ ଚାଲେ ତ କେତେବେଳେ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହୋଇଥାନ୍ତି ବ୍ୟାଟସମ୍ୟାନ୍ । ବ୍ୟାଟିଂ, ବୋଲିଂରେ ବଢ଼ିଆ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥାନ୍ତି ଏମିତି କିଛି ନାମିଦାମି ଖେଳାଳି । ସେମାନଙ୍କ ପ୍ରଦର୍ଶନ ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ ..। ସର୍ବାଧିକ ରନ୍(run) ତାଲିକାର ଶୀର୍ଷ(top)ରେ ଅଛନ୍ତି ରନ୍ ମେସିନ୍ କୋହଲି । ୨୦୦୮ରୁ ୨୦୨୨ ଯାଏ ୨୨୩ ମ୍ୟାଚ୍ ଖେଳି ୬୬୨୪ ରନ୍ କରିଛନ୍ତି । ୬୨୪୪ ରନ୍ ସହ ଦ୍ୱିତୀୟରେ ଧାୱନ, ୫୮୮୧ ରନ୍ ସହ ତୃତୀୟରେ ଅଛନ୍ତି ବିସ୍ଫୋରକ ୱାର୍ଣ୍ଣର । ହିଟ୍ ମ୍ୟାନ୍ ରୋହିତ ୫୮୭୯ ରନ୍ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ରୈନାଙ୍କ ସ୍ଥାନ ପଞ୍ଚମ । ମିଷ୍ଟର ୩୬୦ ଡିଗ୍ରୀ ଡିଭିଲିୟର୍ସ ୫୧୬୨ ରନ୍ ସହ ଷଷ୍ଠରେ ଥିବାବେଳେ ସେ IPLକୁ ବାୟ ବାୟ କରିସାରିଛନ୍ତି । ସେହିଭଳି କ୍ୟାପଟେନ୍ କୁଲ୍ ତାଲିକାର ସପ୍ତମରେ ଥିବାବେଳେ ଅଷ୍ଟମରେ ଅଛନ୍ତି କ୍ରିସ୍ ଗେଲ୍ । ନବମରେ ଉଥପ୍ପା ଏବଂ ୪୩୭୬ ରନ୍ ସହ ଦଶମ ସ୍ଥାନ ଅକ୍ତିଆର କରିଛନ୍ତି ଦିନେଶ କାର୍ତ୍ତିକ ।

ସେପଟେ,ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡୱେନ ବ୍ରାଭୋ । ସର୍ବାଧିକ ୱିକେଟ(wicket) ହାସଲକାରୀ କ୍ରିକେଟର । ୨୦୦୮ରୁ ୨୦୨୨ ଯାଏ ୧୬୧ ମ୍ୟାଚ୍ ଖେଳି ୧୮୩ ୱିକେଟ୍ ନେଇଛନ୍ତି । ମାଲିଙ୍ଗା ୧୭୦ ୱିକେଟ ନେଇ ଦ୍ୱିତୀୟରେ ଥିବାବେଳେ ୧୬୬ ୱିକେଟ ସହ ତୃତୀୟରେ ଅଛନ୍ତି ଚହଲ । ୧୫୭ ୱିକେଟ ନେଇ ଷଷ୍ଠ ସ୍ଥାନରେ ଥିବା ଅଶ୍ୱିନ ଏବେ ବି ରାଜସ୍ଥାନ ପାଇଁ ଖେଳୁଛନ୍ତି । ସେହିଭଳି ୧୫୪ ୱିକେଟ୍ ସହ ସପ୍ତମରେ ଅଛନ୍ତି ଭୁବନେଶ୍ୱର କୁମାର । ୧୫୨ ୱିକେଟ୍ ସହ ଅଷ୍ଟମରେ ନାରିନ୍, ୧୪୫ ୱିକେଟ ନେଇ ଦଶମ ସ୍ଥାନରେ ଅଛନ୍ତି ବୁମରା ।

One thought on “IPL ରେକର୍ଡ ବୁକ୍…ଷ୍ଟାର ଖେଳାଳିଙ୍କ କମାଲ

Leave a Reply

Your email address will not be published. Required fields are marked *