‘ନିଖୋଜ ନା ହତ୍ୟା’ ?…ମାଟି ତଳୁ ମିଳିଲା କଙ୍କାଳ

ARREST

ମଣିଷ ବେଳେବେଳେ ଏମିତି କାମ କରେ ଯାହା କଳ୍ପନା ବାହାରେ (beyond imagination)ଥାଏ । ଜଣେ ବ୍ୟକ୍ତି ବିଦ୍ୟୁତ୍ ତାର ସଂସ୍ପର୍ଶରେ ପ୍ରାଣ ହରାଇବା ପରେ ଅଭିଯୁକ୍ତମାନେ ତାଙ୍କୁ ଗାତ ଖୋଳି ପୋତିଦେଲେ । ଘଟଣାର ୭ ମାସ ପରେ ପ୍ରକୃତ ତଥ୍ୟ (real facts)ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ବାଲିପସି ଗାଁରେ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଯାଇଥିଲା(scattered) । ଏହା ସଂସ୍ପର୍ଶରେ ଆସି ସନାତନ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଜୀବନ ହାରିବା ପରେ ଗିରଫ ଭୟରେ ଅଭିଯୁକ୍ତମାନେ ତାଙ୍କୁ ଗାତ ଖୋଳି ପୋତି (buried)ଦେଇଥିଲେ । ସେପଟେ, ସ୍ୱାମୀ ନିଖୋଜ ଥିବା ନେଇ ସ୍ତ୍ରୀ ରୀନା ବେହେରା ଥାନାରେ ଏତଲା ଦେଇଥିଲେ । ଏହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା ।

ଦୀର୍ଘ ୭ ମାସ ପରେ ଜଣେ ଅଭିଯୁକ୍ତ ସନାତନଙ୍କୁ ହତ୍ୟା(killed) କରିଥିବା ନେଇ ପତ୍ନୀ ରୀନାଙ୍କୁ କହିଥିଲେ । ଏଭଳି ଖବର ନେଇ ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ ମହିଳା । ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କ ମଧ୍ୟରୁ ସଞ୍ଜୟ ଦେହୁରୀ ଓ ପିଲୁ ସେଠୀ ୨ ଜଣଙ୍କୁ ଗିରଫ (arrested) କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ନେଇ ସାଇଣ୍ଟିଫିକ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୋତା ଯାଇଥିବା ଜାଗାରୁ ମାଟି ଖୋଳି ବାହାର କରିଛି । ମୃତ ସନାତନଙ୍କ ହାଡ଼ କଙ୍କାଳ (skeleton) ମିଳିଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *