IPLରେ ମୁମ୍ବାଇ, ଚେନ୍ନାଇର ଦବଦବା..ଇତିହାସ ରଚିବ କି ନୂଆ ଟିମ୍ ?

IPL WINNER

IPL ବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଅଷ୍ଟ୍ରେଲିଆର ବିଗ୍ ବସ୍ ହେଉ ଅବା ଇଂଲଣ୍ଡର ଟି-ଟ୍ୱେଣ୍ଟି ବ୍ଲାଷ୍ଟ । ୱେଷ୍ଟଇଣ୍ଡିଜର କାରବିୟାନ୍ ପ୍ରିମିୟର ଲିଗ୍ ହେଉ ଅବା ପାକିସ୍ତାନ ସୁପର ଲିଗ୍, ସବୁଠି ସମସ୍ତଙ୍କ ଆଗରେ IPL । ଏହାର ଲୋକପ୍ରିୟତା ଢେର ଅଧିକ । ବଛାବଛା ଦେଶୀ ବିଦେଶୀ ଖେଳାଳିଙ୍କୁ କୋଟି କୋଟି ଟଙ୍କାରେ କିଣିଥାନ୍ତି ଟିମ୍ ମାଲିକ । ସେମାନେ ଦମଦାର ପ୍ରଦର୍ଶନ କରି ନିଜ ନିଜ ଦଳକୁ ଚାମ୍ପିଅନ୍(Champion) କରାଇଥାନ୍ତି । ହେଲେ ଭାଗ୍ୟ ସବୁବେଳେ ସମସ୍ତ ସାଥ୍ ଦିଏନି । IPL ଇତିହାସରେ କିନ୍ତୁ ମୁମ୍ବାଇ, ଚେନ୍ନାଇ ପରି ଟିମର ଦବଦବା ଦେଖିବାକୁ ମିଳିଛି ।
୨୦୦୮ରୁ ଦେଶରେ ଏଣ୍ଟ୍ରି କରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଧୋନିଙ୍କ କ୍ୟାପଟେନସିପରେ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ(CSK) । ଉଦଘାଟନୀ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ଠାରୁ ହାରି ରନର୍ସ ଅପ୍(runners up) ହୁଏ ଚେନ୍ନାଇ । ୨୦୧୦ ଓ ୨୦୧୧ରେ ଧୋନି ବାହିନୀ ଚାମ୍ପିଅନ୍ ହୁଏ । ୨୦୧୮ ଏବଂ ୨୦୨୧ରେ ପୁଣି ବାଜିମାରେ ଟିମ୍ ।

୨୦୧୩ରେ ରୋହିତ ଶର୍ମା ମୁମ୍ବାଇ(MI)କୁ ଲିଡ୍ କରି ପ୍ରଥମ ଥର ପାଇଁ ଟାଇଟଲ୍(title) ଜିତିଥିଲେ । ଗୋଟିଏ ପରେ ଗୋଟିଏ ଟ୍ରଫି(trophy) ହାସଲ କରନ୍ତି ହିଟ୍ ମ୍ୟାନ୍ । ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୧ରେ ମୁମ୍ବାଇ ଟାଇଟଲ୍ ହାସଲ କରିଛି । ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଚାମ୍ପିଅନ୍ ହୋଇଥିବା ବେଳେ ଏଥର ମଧ୍ୟ ଟ୍ରଫି ନେବାକୁ ମୈଦାନରେ ଲଢ଼ିବ ।

କୋଲକାତା ୨୦୧୨ ଓ ୨୦୧୪ରେ ବାଜି ମାରିଥିବା ବେଳେ ରାଜସ୍ଥାନ, ହାଇଦ୍ରାବାଦ, ଡେକାନ୍ ଚାର୍ଜର୍ସ ଥରେ ଲେଖାଏଁ ଟାଇଟଲ୍ ଜିତିଛନ୍ତି । ତେବେ ସବୁଠୁ ସଫଳ ଟିମ୍ ଭାବେ ଗୁଜରାଟ(Gujarat) ପ୍ରଥମ ଥର ଏଣ୍ଟ୍ରି କରି ଗତବର୍ଷ ଚାମ୍ପିଅନ୍ ହୋଇଥିଲା । ପଞ୍ଜାବ,ଦିଲ୍ଲୀ,ବାଙ୍ଗାଲୋର ଭଳି ଟିମ୍ ଫାଇନାଲ୍(final) ଯାଇଥିଲେ ସୁଦ୍ଧା ସୁଯୋଗ ହାତଛଡ଼ା କରିଛନ୍ତି । ଚଳିତଥର କିନ୍ତୁ ନୂଆ ଟିମ୍ ଜିତିବା ନେଇ ପ୍ରେଡିକ୍ସନ କରିଛନ୍ତି କ୍ରିକେଟ୍(cricket) ସମୀକ୍ଷକ ।

Leave a Reply

Your email address will not be published. Required fields are marked *