ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନକୁ ବେଜିଂ’ର ରିନେମ୍..ଭାରତର ବିରୋଧ,’ବାସ୍ତବତା ପରିବର୍ତ୍ତନ ହେବନି’

COURTSEY:IMAGE FROM NDTV

ବିଶ୍ୱାସଘାତକ ଚୀନ ପୁଣି ଥରେ ବିବାଦ ସୃଷ୍ଟି କରିଛି । ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନକୁ ପୁଣିଥରେ ନାମିତ କରିଛି ଯାହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି । ଏସବୁ ସ୍ଥାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ(integral part) । ଏହା ଭାରତର ଥିଲା ଏବଂ ଏହି ସ୍ଥାନ ସବୁବେଳେ ଭାରତର ଅଂଶ ହୋଇ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି । ଗତକାଲି ଚୀନ, ଅରୁଣାଚଳ ପ୍ରଦେଶର ଏସବୁ ସ୍ଥାନକୁ ରିନେମ୍(Renaming) କଲାପରେ ଭାରତ ତୀବ୍ର ବିରୋଧ କରିଛି । ଯେଉଁସବୁ ସ୍ଥାନର ନାମକରଣ ହୋଇଛି ତାହା ତିବ୍ଦତର ଦକ୍ଷିଣ ଭାଗ ଜାଙ୍ଗନନ୍ ବୋଲି କୁହାଯାଉଛି ।

ଚୀନ୍ ପକ୍ଷରୁ ପ୍ରକାଶିତ ତାଲିକା(list)ରେ ରହିଛି ପାଞ୍ଚଟି ପର୍ବତ ଶିଖର,ଦୁଇଟି ଭୂମିକ୍ଷେତ୍ର,ଦୁଇଟି ଆବାସିକ ଅଞ୍ଚଳ ଏବଂ ଦୁଇଟି ନଦୀ । ପୂର୍ବରୁ ଏହିପରି ଦୁଇଟି ତାଲିକା 2018 ଏବଂ 2021ରେ ପ୍ରକାଶ ପାଇଥିଲା । 2017ରେ ୬ଟି ନାମ ତାଲିକା ଜାରି କରିଥିବାବେଳେ 2021ରେ ଅରୁଣାଚଳ ପ୍ରଦେଶର 15ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ବେଜିଂ । ସେପଟେ, ନୂଆଦିଲ୍ଲୀ ପକ୍ଷରୁ ଏକ ବିବୃତ୍ତି(statement) ଜାରି କରି କୁହାଯାଇଛି ଯେ ଚୀନ୍ ଯେଉଁ ନାମ ଉଦ୍ଭାବନ କରୁଛି, ବିବାଦ ସୃଷ୍ଟି କରୁଛି ତାହା ବାସ୍ତବତା(reality)କୁ ପରିବର୍ତ୍ତନ କରିବ ନାହିଁ । ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରି ନାହିଁ ଚୀନ । ପୂର୍ବରୁ ଅନେକ ଥର ଚୀନର ଏଭଳି କାର୍ଯ୍ୟ ଦେଖିଛୁ ଯାହାକୁ ଖୋଲାଖୋଲି ଭାବେ ପ୍ରତ୍ୟାଖ୍ୟାନ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର (spokesperson)ଅରିନ୍ଦମ୍ ବାଗଚି କହିଛନ୍ତି।

ଅରିନ୍ଦମ୍ ବାଗଚି କହିଛନ୍ତି,ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହା ରହିଆସିଛି ଏବଂ ରହିବ ମଧ୍ୟ । ଉଦ୍ଭାବିତ ନାମ ନେଇ ଏଭଳି ପ୍ରୟାସ (Attempts)କଲେ ବାସ୍ତବତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ସେପଟେ ଗ୍ଲୋବାଲ ଟାଇମ୍ସ (Global Times)ଅନୁଯାୟୀ ଏହା ଭୌଗଳିକ ନାମ(geographical names) ଯାହାକୁ ଚୀନ ଦର୍ଶାଇଛି । ୨୦୧୭ରେ ତିବ୍ଦତ ଧର୍ମଗୁରୁ ଦଲାଇ ଲାମାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତର ଦିନକ ପରେ ଚୀନ୍ ଏହି ନାମର ପ୍ରଥମ ସେଟ୍ ଘୋଷଣା କରିଥିଲା । ଗତ ଡିସେମ୍ବରରେ ରାଜ୍ୟର ତାୱାଙ୍ଗ ସେକ୍ଟର LACରେ ଦୁଇ ଦେଶର ସେନା ମୁହାାଁମୁହିଁ (face-off)ହୋଇଥିଲେ ।

Leave a Reply

Your email address will not be published. Required fields are marked *