IPL2023….ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା

IPL : DELHI VS GUJARAT

ଫଟାଫଟ୍ କ୍ରିକେଟ୍ IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)ଏବଂ ଗୁଜରାଟ ଟାଇଟନ୍ସ(Gujarat titans) ମଧ୍ୟରେ ଏହି ମୁକାବିଲା ହେବ । ସନ୍ଧ୍ୟା ୭.୩୦ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ ।

ଦିଲ୍ଲୀ ତାର ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ଠାରୁ ପରାସ୍ତ ହୋଇଛି । ଆଜି ଦ୍ୱିତୀୟ ମ୍ୟାଚରେ ଟ୍ରା(track)କକୁ ଫେରିବାକୁ ଉଦ୍ୟମ କରିବ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିନାୟକ ୱାର୍ଣ୍ଣରଙ୍କ ସମେତ ମିଚେଲ ମାର୍ଶ,ରୋଭମାନ ପୋୱେଲ, ଅକ୍ଷର ପଟେଲ, ପୃଥ୍ୱୀ ଶ’ଙ୍କ ପରି ଖେଳାଳିଙ୍କ ଉପରେ ଦଳର ବିଜୟ ନିର୍ଭର କରୁଛି । ସେପଟେ, ଉଦଘାଟନୀ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଚେନ୍ନାଇକୁ ହରାଇଛି ଗୁଜରାଟ । ଆଜି ଟିମ୍ ତାର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହି ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ..ଗତକାଲି IPLର ଏକ ମ୍ୟାଚରେ ଲକ୍ଷ୍ନୌକୁ ୧୨ ରନରେ ପରାସ୍ତ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସ ।

Leave a Reply

Your email address will not be published. Required fields are marked *