ବିଶ୍ୱ ଜନସଂଖ୍ୟାରେ ଭାରତ ବନିଲା ନଂ-୧

ଶେଷରେ ଚୀନକୁ ପଛରେ ପକାଇଲା ଭାରତ । ଚୀନ ଅପେକ୍ଷା ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ଭାରତରେ ଅଛନ୍ତି । ଜନସଂଖ୍ୟାରେ ଭାରତ ଏବଂ ଚୀନ ଦୁଇ ରାଷ୍ଟ୍ର ପାଖାପାଖି ଥିବାବେଳେ ଶେଷରେ ବେଜିଂକୁ କ୍ରସ୍ କରିଛି ନୂଆଦିଲ୍ଲୀ ।

ଏବେ ଭାରତର ଏହି ନୂଆ ଜନସଂଖ୍ୟା ଉପରେ ମୋହର ମାରିଛି ଜାତିସଂଘ । ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ହୋଇଥିବା ବେଳେ ଚାଇନା ତୁଳନାରେ ୩୦ ଲକ୍ଷରୁ ଅଧିକ ଲୋକ ହିନ୍ଦୁସ୍ତାନରେ ଅଛନ୍ତି । ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଥିବା ନେଇ ରିପୋର୍ଟ ଜାରି କରିଛି ୟୁଏନଏଫପିଏର ଦ ଷ୍ଟେଟ୍ ଅଫ୍ ୱାର୍ଲଡ ପପୁଲେସନ୍ । ଚୀନର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ୧୯୫୦ ପରେ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନଠାରୁ ଅଧିକ ରହିଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ୨୫% ଜନସଂଖ୍ୟା ୧୪ ବର୍ଷ ମଧ୍ୟରେ ଥିବାବେଳେ ୨୬% ଲୋକ ୧୦ରୁ ୨୪ ବର୍ଷୀୟ । ସେହିପରି ୬୮%ଙ୍କ ବୟସ ୧୫ରୁ ୬୪ ବର୍ଷ ମଧ୍ୟରେ ରହିଛି । ୬୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ରହିଛି ମାତ୍ର ୭% । ୨୦୧୧ ଜନଗଣନା ଅନୁଯାୟୀ ବାର୍ଷିକ ଜନସଂଖ୍ୟା ବୃଦ୍ଧି ହାର ୧.୨% ଥିଲା । ୨୦୧୫ରେ ଭାରତର ମୋଟ ଜନସଂଖ୍ୟା ଥିଲା ୧୨୮ କୋଟି । ଦେଶରେ ଜନସଂଖ୍ୟା ଯେମିତି ବୃଦ୍ଧି ପାଉଛି ଆଉ କିଛି ବର୍ଷ ପରେ ଏହା ଚୀନ ଠାରୁ ଢେର ଅଧିକ ହୋଇଯିବ ।

Leave a Reply

Your email address will not be published. Required fields are marked *