ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣର ତଥ୍ୟ ମିଛ: କେନ୍ଦ୍ର

ଦେଶରେ ଖ୍ରୀଷ୍ଟିଆନ ସଂସ୍ଥା ତଥା ପାଦ୍ରୀଙ୍କ ଉପରେ ବଢିଚାଲିଥିବା ଆକ୍ରମଣ ସମ୍ବନ୍ଧିତ ଯାଚିକା ଉପରେ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। କେନ୍ଦ୍ର ପକ୍ଷରୁ ସୁପ୍ରିମ କୋର୍ଟରେ ଦାୟର ଯାଚିକାକର୍ତ୍ତାଙ୍କ ପକ୍ଷରୁ ଦାଖଲ ଯାଚିକରେ ଖ୍ରୀଷ୍ଟିଆନଙ୍କ ଉପରେ ହେଉଥିବା ଆକ୍ରମଣର ସଂଖ୍ୟା ଭୁଲ ବୋଲି କୁହାଯାଇଛି। ଦେଶ ବାହାରେ ଭୁଲ ପ୍ରଚାର କରାଯାଉଛି କି, ଇସାଇ ବିପଦରେ। କେନ୍ଦ୍ର ସରକାର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଉପସ୍ଥିତ ହୋଇ ଯାଚିକାକୁ ଭୁଲ ବୋଲି ଯୁକ୍ତି ବାଢିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହା ଓ ଜଷ୍ଟିସ ପାରଦୀୱାଲାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।

ଯାଚିକାକର୍ତ୍ତାଙ୍କ ପକ୍ଷରୁ ଦାବି କରାଯାଇଥିଲା କି, ଇସାଇଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା 500ରୁ ଅଧିକ ରହିଛି। ଆକ୍ରମଣ ଘଟଣାକୁ ନେଇ ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା, ସେସବୁକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର ଇସାଇଙ୍କ ଉପରେ ହେଉଥିବା ଆକ୍ରମଣକୁ ଖଣ୍ଡନ କରି ଆସୁଥିଲା। ସେତେବେଳେ କୁହାଯାଇଥିଲା କି, ଅଭିଯୋଗରେ କୌଣସି ଦମ ନାହିଁ। ମିଡିଆରେ ଆସୁଥିବା ଖବର ମିଛ ଉପରେ ଆଧାରିତ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

ତେବେ ଆଜି ଖ୍ରୀଷ୍ଟିଆନ ପାଦ୍ରୀଙ୍କ ପକ୍ଷରୁ ଯାଚିକାକର୍ତ୍ତାଙ୍କ ଓକିଲ କହିଛନ୍ତି କି, କେନ୍ଦ୍ରର ସତ୍ୟପାଠ ଗତ କାଲି ରାତିରେ ମିଳିଥିଲା। ତେଣୁ ଏହା ଉପରେ ଜବାବ ଦାଖଲ ପାଇଁ ସମୟ ଲୋଡା। ତେଣୁ କୋର୍ଟ ଯାଚିକାକର୍ତ୍ତାଙ୍କୁ 3 ସପ୍ତାହ ସମୟ ଦେଇଛନ୍ତି ଜବାବ ଦାଖଲ କରିବାକୁ। ସୂଚନାଯୋଗ୍ୟ, ଏହି ଯାଚିକା ସଲିଡେରିଟି ଫୋରମ, ଉଭେଞ୍ଜେଲିକଲ ଫେଲୋସିପ ଅଫ ଇଣ୍ଡିଆ ଓ ବେଙ୍ଗାଲୁରୁ ଡାୟସିସ ୱାର୍କସପ ପରକ୍ଷରୁ ଦାୟର କରାଯାଇଥିଲା।

Leave a Reply

Your email address will not be published. Required fields are marked *