IAS ଅନନ୍ୟା ଓ ଚଞ୍ଚଳଙ୍କ ପରେ ଏବେ ‘ସ୍ୱଧାଦେବ-ସମର୍ଥ’ଙ୍କ ପାଳି

ନିକଟରେ IAS ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ପୁଣି ଆଉ ଦୁଇ ଜଣ ଜିଲ୍ଲାପାଳ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଖବର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ମେ’ ୨୧ ତାରିଖ । କିଏ ବନିବେ ନୂଆ ଦମ୍ପତି । IAS ମାନଙ୍କ ଭିତରେ ଏଥର କାହା ପାଳି । ଶୁଣାଯାଉଛି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହାତକୁ ଦି’ହାତ ହେବେ । ମାନେ ବିବାହ କରିବାକୁ ଯାଉଛନ୍ତି ସମର୍ଥ ବର୍ମା । ସେ କାହାକୁ ମ୍ୟାରେଜ୍ କରିବେ କନଫ୍ୟୁଜ୍ ହେବାର ନାହିଁ । ଏବେ IASମାନଙ୍କ ବିବାହ ଋତୁ ଚାଲିଥିବା ବେଳେ ଆଉ ଜଣେ ଜିଲ୍ଲାପାଳଙ୍କୁ ବିବାହ କରିବେ ପୁରୀ ଜିଲ୍ଲାପାଳ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ବନିବେ ତାଙ୍କ ଧର୍ମପତ୍ନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଅପେକ୍ଷା ୧୫ ତାରିଖକୁ । ଆଜ୍ଞା, ଓଡ଼ିଶାରୁ ଯାଇ ବାରଣାସୀରେ ବିବାହ କରିବେ ଦୁଇ ଜିଲ୍ଲାପାଳ ।

ଦ୍ୱିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ପୂର୍ବରୁ ସେ ସୁଚି ସିଂ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତେବେ ସେମାନଙ୍କ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହକୁ ଅପେକ୍ଷା କରିଥିଲେ । ସେପଟେ, ସ୍ୱଧାଦେବ ସିଂଙ୍କ ମଧ୍ୟ ଏହା ହେବ ଦ୍ୱିତୀୟ ବିବାହ । ପୂର୍ବରୁ ସେ IAS ଚଞ୍ଚଳ ରାଣାଙ୍କୁ ମ୍ୟାରେଜ୍ କରିଥିଲେ ।

ମେ’ ୨୧ ତାରିଖକୁ ଅପେକ୍ଷା କରିଛି ବାରଣାସୀ । ସେଠାରେ ପୁଣି ଏକ ବିବାହ ଉତ୍ସବ ଅନୁଷ୍ଠିତ ହେବ । IASମାନଙ୍କ ବିବାହ ଋତୁରେ ସମର୍ଥ ବର୍ମା ଏବଂ ସ୍ୱଧାଦେବ ସିଂଙ୍କ ନାଁ ଯୋଡ଼ିହେବ । ସ୍ୱଧାଦେବଙ୍କ ହାତ ଧରିବେ ସମର୍ଥ । ସାମିଲ ହେବେ ହାତଗଣତି କେଇଜଣ ଗେଷ୍ଟ । ପରିବାର ତଥା କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ସେଇ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ଏହି ଖବର ଏବେ ସୋସାଇଲ୍ ସାଇଟରେ ଘୁରି ବୁଲୁଛି । ମାଇଲେଜ୍ ନେବା ପାଇଁ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏଭଳି ଖବରର ପିଛା ଛାଡୁନାହାଁନ୍ତି ।

ନିକଟରେ IAS ଚଞ୍ଚଳ ରାଣା ଏବଂ IAS ଅନନ୍ୟା ଦାସ ବିବାହ କରିଛନ୍ତି । ଗୌହାଟିରେ ଖାସ୍ କିଛି ଅତିଥିଙ୍କ ଉପସ୍ଥିତିରେ ଦ୍ୱିତୀୟ ବିବାହ କରିଛନ୍ତି ଉଭୟ IAS । ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ IAS ସ୍ୱଧାଦେବ ସିଂ ତଥା ରାୟଗଡ଼ା ଜିଲ୍ଲାପାଳ ତାଙ୍କର ପ୍ରଥମ ପତ୍ନୀ ଥିଲେ । ହେଲେ ସେମାନଙ୍କ ବିବାହ ବିଚ୍ଛେଦ ପରେ ପୁଣି ଥରେ ଉଭୟ IAS ନିଜ ନିଜ ରାସ୍ତା ବାଛିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ପୂର୍ବରୁ ଅବଦୁଲ ଏମ୍.ଅଖତରଙ୍କୁ ବିବାହ କରିଥିଲେ ଯିଏ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଅଛନ୍ତି । ତେବେ ମତଭେଦ କାରଣରୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ । ନିର୍ବନ୍ଧ ଏବଂ ବିବାହ ଉତ୍ସବରେ ସେମାନେ ଡ୍ୟାନ୍ସ କରି ଧୁମ୍ ମଚାଇଥିଲେ ଯାହା ଦର୍ଶକଙ୍କୁ ବେଶ୍ କିଛି ସମୟ ପାଇଁ ଏଣ୍ଟରଟେନ୍ କରିଥିଲା ।

ନିକଟରେ ମଜାରେ ମଜାରେ ଆମ ପ୍ରିୟ ବିଧାୟକ ସୁରବାବୁ କହିଥିଲେ ଯେ ‘IAS ସହ IAS ଶୋଇଲେ’ ଭଲ କାମ । ଏଥିରେ ଲାଜ କରିବାର ନାହିଁ । ଆମର ନୋ ଟେନସନ୍ । ସେମାନେ ନିଜ ନିଜ ପସନ୍ଦ ବାଛି ନେଲେ । ବହୁତ ବଢ଼ିଆ ପଦକ୍ଷେପ, ଆମେ ସ୍ୱାଗତ କରିବା ।

ମେ’ ମାସ ଆରମ୍ଭରେ IAS ଚଞ୍ଚଳ ରାଣାଏ ଏବଂ IAS ଅନନ୍ୟା ଦାସଙ୍କ ବିବାହ ସରିବା ପରେ ଏବେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ବିବାହକୁ ସମସ୍ତଙ୍କ ଅପେକ୍ଷା । ଓଡ଼ିଶାରେ IASମାନଙ୍କ ବିବାହ ଋତୁ ଆରମ୍ଭ ହୋଇଛି । ପୁଣି ଥରେ ନୁହେଁ ଡବଲ ଡବଲ ମ୍ୟାରେଜ୍ । କୁହାଯାଏ ସେମାନେ ହିଁ ଲାଇଫ୍ ଏଞ୍ଜୟ କରନ୍ତି । ହେଲେ ପରବର୍ତ୍ତୀ ବିବାହ କାହାର ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

Leave a Reply

Your email address will not be published. Required fields are marked *