ହନିଟ୍ରାପରେ ଫଶି ପାକିସ୍ତାନକୁ DRDOର ତଥ୍ୟ ଦେଉଥିଲେ ବୈଜ୍ଞାନିକ ପ୍ରଦୀପ ଗୁରୁଲକର, ଧରିପକାଇଲା ATS

ପୁଣି ସାମ୍ନାକୁ ଆସିଲା ଡିଆରଡିଓ ବୈଜ୍ଞାନିକଙ୍କ ହନିଟ୍ରାପ ମାମଲା । ଏହି ମାମଲାରେ ଗିରଫ ହୋଇଛନ୍ତି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର । ପ୍ରଦୀପଙ୍କ ବିରୁଦ୍ଧରେ ହନିଟ୍ରାପରେ ଫଶି ପାକିସ୍ତାନକୁ ଗୁପ୍ତ ସୂଚନା ସବୁ ଦେଉଥିବା ଅଭିଯୋଗ ହୋଇଥିଲା । ଯାହାର ଆଧାରରେ ଆଜି ଏଟିଏସ୍ ମହାରାଷ୍ଟ୍ର ପୁଣେରୁ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ତାଙ୍କ ହ୍ୱଟ୍ସଆପ୍ କଲ୍ ଓ ହ୍ୱାଟ୍ସଆପ ମେସେଜରୁ ମିଳିଛି ସାଙ୍ଘାତିକ ତଥ୍ୟ । ଯେଉଁଥିରେ ସେ ଡିଆରଡିଓର ଗୁପ୍ତ ତଥ୍ୟ ସବୁ ପାକିସ୍ତାନର ଗୁପ୍ତଚର ବିଭାଗକୁ ଦେଉଥିବା କୁହାଯାଉଛି । ଆଉ ଏଥିପାଇଁ ପାକିସ୍ତାନ ଖେଳିଥିଲା ଚକ୍ରାନ୍ତ । ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ ହ୍ୟାଣ୍ଡେଲ ହନିଟ୍ରାପରେ ତାଙ୍କୁ ଫଶାଇଥିବା ଜଣାପଡିଛି ।

ଏଟିଏସର ପ୍ରେସ ରିଲିଜରେ କୁହାଯାଇଛି ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା (ପିଆଇଓ) ହ୍ୱାଟ୍ସଆପ ଜରିଆରେ ବୈଜ୍ଞାନିକ ପ୍ରଦୀପ ଗୁରୁଲକରଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଦୀପଙ୍କୁ ସେମାନେ ହ୍ୱାଟ୍ସଆପ୍ ଭଏସ୍ କଲ୍, ଭିଡିଓ ଆଦି ସେୟାର କରି ସୂଚନା ଦେଉଥିଲେ । ଆଉ ପ୍ରଦୀପ ମଧ୍ୟ ଏହି ଜାଲରେ ଫସି ସେମାନଙ୍କୁ ଯଥାସମ୍ଭବ ତଥ୍ୟ ଦେଉଥିଲେ । ପ୍ରଦୀପ ଗୁରୁଲକର ନିଜ ପଦର ପୂରୀ ଦୁରୁପଯୋଗ କରି ଦେଶର ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ସେୟାର କରୁଥିଲେ । ଆଉ ଏହା ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ ବା ଏଟିଏସ ନଜରକୁ ଆସିଥିଲା ।

Leave a Reply

Your email address will not be published. Required fields are marked *