ପୂର୍ବରୁ ୬ ଥର ବିବାହ ଆଉ ୧୬ ସନ୍ତାନ ଥିବା ସତ୍ତ୍ବେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବାହା ହେଲେ ୬୫ ବର୍ଷୀୟ ବୃଦ୍ଧ

ଆପଣ କେବେ ବିଶ୍ବସ କରିପାରିବେ କି, ଜଣେ କନିଆ ଯାହାର ବୟସ ମାତ୍ର ୧୬ ସେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିଛନ୍ତି । ଏହା ଅବିଶ୍ବସନୀୟ ଲାଗୁଥିଲେ ବି ସତ । ଆଉ ଏଥିପାଇଁ ବରକୁ ବହୁତ ବିରୋଧର ସାମ୍ନା ମଧ୍ୟ କରିବାକୁ ପଡିଛି । ଏମିତି କି ୬୫ ବର୍ଷୀୟ ବର ତାର ମେୟର ପଦ ମଧ୍ୟ ହରାଇଛି ।

ଘଟଣାଟି ହେଉଛି ବ୍ରାଜିଲର । ବ୍ରାଜିଲର ପୁରୁଣା ରାଜ୍ୟ ଅରାକୁରିୟାରରେ ମେୟର ଭାବେ କାର୍ଯ୍ୟରତ ଥିଲେ ହିସାମ ହୁସୈନ୍ ଦେହୈନି । ସେ ଯେଉଁ ଯୁବତୀଙ୍କୁ ବିବାହ କରିଛନ୍ତି ସେ ହେଉଛନ୍ତି ଚାଇଲ୍ଡ ବ୍ୟୁଟି କ୍ୱିନ୍, କୌଏନ୍ ରୋଡ୍ କୈମାର୍ଗୋ । ତାଙ୍କର ଏବେ ସ୍କୁଲ ପାଠ ପଢା ମଧ୍ୟ ସରିନାହିଁ । ଦୁହେଁ ଏପ୍ରିଲ ୧୫ ତାରିଖରେ ବିବାହ କରିଥିବା ବେଳେ ବିବାହର ମାତ୍ର ୪ ଦିନ ପୂର୍ବରୁ ହିଁ କୈମାର୍ଗୋଙ୍କୁ ୧୬ ବର୍ଷ ପୂରିଛି । ଦୁହେଁ ନିଜ ସହମତିରେ ଆଡମ୍ବର ସହକାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହର ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି । ଅନେକ ଲୋକ ଏହାକୁ ସମାଲୋଚନା କରୁଥିବା ବେଳେ ଦେହୈନି ତାଙ୍କ ମେୟର ପଦରୁ ଇସ୍ତଫା ମଧ୍ୟ ଦେଇଛିନ୍ତି ।

ତାଙ୍କର ପୂର୍ବରୁ ୬ ଥର ବିବାହ ହୋଇସାରିଛି । କେବଳ ସେତିକି ନୁହେଁ ଦେହୈନିଙ୍କର ୧୬ ସନ୍ତାନ ମଧ୍ୟ ରହିଛି । ସେ ୧୯୮୦ରେ ପ୍ରଥମ ବିବାହ କରିଥିଲେ । ଡ୍ରଗ୍ସ ତସ୍କରୀରେ ତାଙ୍କୁ ୨୦୦୦ ମସିହାରେ ଗିରଫ କରାଯାଇଥିବା ବେଳେ ତାଙ୍କୁ ପାଖାପାଖି ୩ ମାସ ଜେଲରେ ରହିବାକୁ ପଡିଥିଲା । ପରେ ଏହି ମାମଲାର ଯାଞ୍ଚକୁ ବନ୍ଦ କରିଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *