୩୪ ସପ୍ତାହର ଗର୍ଭସ୍ଥ ଶିଶୁ ମସ୍ତିଷ୍କର ଅସ୍ତ୍ରୋପଚାର

ବିଜ୍ଞାନର ପ୍ରଗତି ମଣିଷର ଜୀବନକୁ ସୁଗମ କରି ଗଢିତୋଳିବା ସହ ମୃତ୍ୟୁକୁ ମଧ୍ୟ ଜୟ କରିବାରେ ସକ୍ଷମ ହୋଇଛି। ବିଜ୍ଞାନ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘଟଣା ଆମ ସମ୍ମୁଖକୁ ଆଣି, ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେଉଛି। ନିକଟରେ ଆମେରିକାର ଏକ ଡାକ୍ତର ଦଳ ଏପରି ଏକ ଅସ୍ତ୍ରୋପଚାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ମା’ ଗର୍ଭରେ ଥିବା ଏକ ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରି ରେକର୍ଡ କରିଛନ୍ତି ଡାକ୍ତରମାନେ। ଏପରି ବିରଳ ଅସ୍ତ୍ରୋପଚାର ବ୍ରିଗମ ଆଣ୍ଡ ଭୁମେନ ହସ୍ପିଟାଲରେ କରାଯାଇଛି।

ସିଏନଏନ ରିପୋର୍ଟ ମୁତାବକ, ଏହି ରୋଗକୁ ଭେନ୍ସ ଅଫ ଗେଲେନ ମାଲଫର୍ମେସନ (Venus of galen malformation) କୁହାଯାଏ। ଏଥିରେ ମସ୍ତିଷ୍କରୁ ହୃତପିଣ୍ଡକୁ ପ୍ରବାହିତ ରକ୍ତ ସରବରାହ କରୁଥିବା  ଶିରାରେ ସମସ୍ୟା ହୋଇଥାଏ। ସମାଚାର ଆଉଟଲେଟର ରିପୋର୍ଟ ମୁତାବକ, ଏପରି ସ୍ଥିତି ମସ୍ତିଷ୍କରୁ ହୃତପିଣ୍ଡକୁ ରକ୍ତ ପ୍ରବାହ କରୁଥିବା ଧମନୀର ବିକାଶ ଠିକ୍ ରୂପେ ହୋଇନଥାଏ। ଫଳରେ ମସ୍ତିଷ୍କରେ ଗଭୀର କ୍ଷତି ସହ ଜନ୍ମର ତୁରନ୍ତ ପରେ ପରେ ହୃତପିଣ୍ଡରେ ସମସ୍ୟା ପରି ଚ୍ୟାଲେଞ୍ଜ ଦେଖାଦେଇଥାଏ ବୋଲି ବୋଷ୍ଟନ ଚିଲ୍ଡ୍ରେନ ହସ୍ପିଟାଲର ରେଡିଓଲୋଜିଷ୍ଟ ଓ ଭିଓମଜିଏମର ବିଶେଷଜ୍ଞ ଡା ଡେରେନ ଓରବୈକ କହିଛନ୍ତି।

 ଏହି ରୋଗ ସମ୍ପର୍କରେ ଡାକ୍ତର ଆହୁରି କହିଛନ୍ତି କି, ସାଧାରଣତଃ ଶିଶୁଙ୍କ ଚିକିତ୍ସା ଜନ୍ମ ପରେ କରାଯାଇଥାଏ। ରକ୍ତ ପ୍ରବାହକୁ ଧିମା କରିବାକୁ ଛୋଟ କଏଲ ପୁରାଇବାକୁ କ୍ୟାଥେଟର ଉପଯୋଗ କରାଯାଇଥାଏ। ହେଲେ ଏପରି ଉପଚାର ସାଧାରଣତଃ ବହୁ ଡେରିରେ କରାଯାଇଥାଏ। ଓରବେକ କହିଛନ୍ତି, ଦେଖାଶୁଣାରେ ବିକାଶ ସତ୍ତ୍ୱେ ଏପରି ଶିଶୁଙ୍କ ମଧ୍ୟରୁ ୫୦-୬୦ ପ୍ରତିଶତ ଜନ୍ମ ପରେ ପରେ ରୋଗିଣା ହୋଇଯାଇଥାନ୍ତି ଓ ସେମାନଙ୍କ ମଧ୍ୟରୁ 40 ପ୍ରତିଶତ ଶିଶୁଙ୍କର ମୃତ୍ୟୁ ହୋଇଥାଏ। ଜୀବିତ ଥିବା ପ୍ରାୟ ଅଧା ଶିଶୁ ଗମ୍ଭୀର ସ୍ନାୟୁଗତ  ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ନିକଟରେ ହୋଇଥିବା ଅସ୍ତ୍ରୋପଚାରର ଆବଶ୍ୟକତାକୁ ନେଇ ଡାକ୍ତର କହିଛନ୍ତି, ଶିଶୁଟି ତାର ମା ଗର୍ଭରେ ସାମାନ୍ୟ ରୂପେ ବଢୁଥିଲା। କିନ୍ତୁ ଏକ ଅଲ୍ଟ୍ରା ସାଉଣ୍ଡରେ ଡାକ୍ତର ଦେଖିବାକୁ ପାଇଥିଲେ କି, ଶିଶୁର ମସ୍ତିଷ୍କରେ ସମସ୍ୟା ରହିଛି। ଆଉ ଏପରି ଶିଶୁଙ୍କ ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ ହାର୍ଟଫେଲ ଓ ବ୍ରେନ ଡ୍ୟାମେଜ ପରି ବହୁ ନଜିର ରହିଛି। ବହୁ ଶିଶୁଙ୍କ ମୃତ୍ୟୁ ମଧ୍ୟ

ତେଣୁ ୩୪ ସପ୍ତାହର ଗର୍ଭାବସ୍ଥାରେ ବୋଷ୍ଟନ ଚାଇଲ୍ଡ ଆଣ୍ଡ ବ୍ରିଧମର ଏକ ଟିମ ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଡାକ୍ତରୀ ଦଳ ଶିଶୁର ମସ୍ତିଷ୍କରେ ଅତିରିକ୍ତ ରକ୍ତ ପ୍ରବାହକୁ ବନ୍ଦ କରିବାକୁ ଅଲ୍ଟ୍ରାସାଉଣ୍ଡ ମାର୍ଗଦର୍ଶନରେ, ଏମନିଟୋସେଣ୍ଟେସିସ ପାଇଁ ବ୍ୟବହାର ହେଉଥିବା ଛୁଞ୍ଚି ପରି କଏଲକୁ ଧମନୀରେ ଭର୍ତ୍ତି କରିଥିଲେ, ଯେମିତି ରକ୍ତ ପ୍ରବାହ ସ୍ୱାଭାବିକ ହୋଇପାରିବ ।

ଗେଲେନ ମାଲଫାର୍ମେଶନ ହେଉଛି ମସ୍ତିଷ୍କରେ ଥିବା  ଦୁର୍ଲଭ ରକ୍ତ ବାହିକାର ଅସାମାନ୍ୟତା। ଏଥିରେ ମସ୍ତିଷ୍କରେ ବିକୃତ ଧମନୀର କୋଷିକାକୁ ସଂଯୋଗ କରିବା ଫଳରେ ସିଧା ଶିରା ସହ ଯୋଡିହୋଇଯାଇଥାଏ। ଫଳରେ ଶିରାରେ ଉଚ୍ଚ ଚାପର ରକ୍ତ ପ୍ରବାହିତ ହୋଇଥାଏ. ଯାହା ବିଭିନ୍ନ ସମସ୍ୟାର କାରଣ ହୋଇଥାଏ।   

Leave a Reply

Your email address will not be published. Required fields are marked *