ଲକ୍ଷେ ୩୦ ହଜାର ଟଙ୍କାରେ ସନ୍ତୁଷ୍ଟ ନୁହନ୍ତି ଶାମୀଙ୍କ ସ୍ତ୍ରୀ, ୧୦ ଲକ୍ଷ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ହାସିନା ଜହାଁ

ଭାରତୀୟ କ୍ରିକେଟ ଦଳର ଫାଷ୍ଟ ବୋଲର ମହମ୍ମଦ ଶାମୀଙ୍କ ବଢିଲା ଅଡୁଆ । ସେ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତି ଥିବା ବେଳେ ସେପଟେ ତାଙ୍କ ପତ୍ନୀ ହସିନା ଜହାଁ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଛନ୍ତି । ହସିନା ଜହାଁ ୨୦୧୮ ମସିହାରେ ସ୍ୱାମୀ ମହମ୍ମଦ ଶାମୀଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ । ସେତେବେଳେ ଏବି ଖବର ମଧ୍ୟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା । ହେଲେ ଜହାଁ ଆଣିଥିବା ସମସ୍ତ ଅଭିଯୋଗକୁ ଶାମୀ ଖଣ୍ଡନ କରିଥିଲେ । ଏହାପରେ ହାଇକୋର୍ଟ ସେହି ପ୍ରସଙ୍ଗ ଉପରେ ରାୟ ଶୁଣାଇଥିଲେ । ଏବେ ହସିନା ଜହାଁ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିବା ସହିତ ହାଇକୋର୍ଟ ରାୟରେ ଅସନ୍ତୁଷ୍ଟ ହୋଇ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛନ୍ତି ।

ହାସିନା ଜହାଁ, କ୍ରିକେଟର ସାମିଙ୍କ ବିରୋଧରେ ପରକୀୟା ପ୍ରିତି ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, କୌଣସି ସେଲିବ୍ରିଟିଙ୍କ ପ୍ରତି ଆଇନରେ କୋହଳ ନମିଳୁ । ଶାମୀ ତାଙ୍କୁ ବାରମ୍ବାର ଯୌତୁକ ନିର୍ଯାତନା ଦେଇଆସୁଥିବାର ସେ ଅଭିଯୋଗ କରିଛନ୍ତି ।

ଏଠାରେ ଜଣାଇ ଦେଉଛୁ, ହାସିନା ଜହାଁ କେଶ ଆଧାରରେ ୨୦୨୩ ମସିହାରେ କୋଲକତା ହାଇକୋର୍ଟ ଶାମୀଙ୍କ ବିପକ୍ଷରେ ରାୟ ଶୁଣାଇଥିଲେ । କୋର୍ଟ ଆଦେଶ ଦେଇଥିଲେ ଯେ, ଶାମୀ ତାଙ୍କ ସ୍ତ୍ରୀଙ୍କୁ ପ୍ରତିମାସ ଭରଣ ପୋଷଣ ବାବଦରେ ୧ ଲକ୍ଷ ୩୦ ହଜାର ଟଙ୍କା ଦେବେ । ଏହି ଟଙ୍କା ଶାମୀଙ୍କ ଝିଅ ପାଇଁ ମାସିକ ୮୦ ହଜାର ଟଙ୍କା ଥିବା ବେଳେ ସ୍ତ୍ରୀଙ୍କ ପାଇଁ ରହିଥିଲା ୫୦ ହଜାର ଟଙ୍କା । ହେଲେ ସେତିକି ଟଙ୍କାରେ ଖୁସି ନୁହନ୍ତି ଶାମୀଙ୍କ ସ୍ତ୍ରୀ ହସିନା ଜହାଁ । ଏବେ ସେ ମାସକୁ ୧୦ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *