ଆସୁଛି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍

ପୁଣି ଏକ ବାତ୍ୟା ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରଯାଇଛି । ଆସନ୍ତା ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ହେଲେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆଇଏମଡିର ସୂଚନା ମୁତାବକ, ଲଘୁଚାପ ଅବପାତର ରୂପ ନେବା ପରେ, ଚିତ୍ର ସ୍ପଷ୍ଟ ହେବ । ହେଲେ ଇତିହାସ ସାକ୍ଷୀ ଅଛି ଯେ, ଅନେକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେବା ପରେ ତାହା ଓଡିଶା ଅଭିମୁଖେ ଗତି କରିଛି ।

ତେବେ ବିଭନ୍ନ ସଂସ୍ଥା ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ କଳନ କରୁଥିବା ବେଳେ ଓଡିଶା ସରକାର ସଜାଗ ହୋଇଛି । କାରଣ ଓଡିଶା ଏପରି ଏକ ରାଜ୍ୟ ଯାହାପାଇଁ ବାତ୍ୟା ଏକ ସାଘାରଣ କଥା । ପ୍ରତିବର୍ଷ କିଛି ନା କିଛି ବାତ୍ଯା ଓଡିଶାର ଉପକୂଳକୁ ହିଟ୍ କରିଥାଏ । ଯେଉଁଥିରେ ରାଜ୍ୟର ବହୁତ ଧନଜୀନବ ନଷ୍ଟ ହୋଇଥାଏ । ଆଉ ଓଡିଶା ସରକାର ମଧ୍ୟ ବାତ୍ୟା ସହିତ ଲଢିବାରେ ସିଦ୍ଧହସ୍ତ । ଅତୀତର ଅନେକ ବାତ୍ୟା ସହିତ ଲଢି ରାଜ୍ୟ ସରକାର ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛି ।

ଗ୍ରୀଷ୍ମକାଳରେ ବାତ୍ୟା ଆକସ୍ମିକ ହୋଇଥାଏ । ତେଣୁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ସଚିବ ମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରି ଆଗକୁ ସମ୍ଭାବ୍ୟ ବାତ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ପ୍ରଶାସନିକ ଅଧିକାରୀଙ୍କୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡିଆରଏଫ୍, ଏନଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସମସ୍ତ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *