ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ ସହ ପରିବେଷଣ କରିଥାନ୍ତି ‘ସାମ୍ବାଦିକ’

ନିଜ ଜୀବନକୁ ବାଜି ଲଗେଇ ଅହରହ ୨୪ ଘଣ୍ଟା କାମ କରିଥାନ୍ତି ସାମ୍ବାଦିକ । ସେମାନଙ୍କ ଜୀବନ ପ୍ରତି ବିପଦ ଥାଏ ତଥାପି ସେମାନେ ପଛଘୁଞ୍ଚା ଦେଇନଥାନ୍ତି । ଖରା,ବର୍ଷା, ଶୀତକୁ ଖାତିର ନକରି ଖବର ପରିବେଷଣ କରିଥାନ୍ତି । ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିଥାନ୍ତି । ଅଧିକାଂଶ ସମୟରେ ସମସ୍ୟାର ସମାଧାନ ଦିଗରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଲୋକଙ୍କ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ପାଇଥାନ୍ତି । ଏହା ସେମାନଙ୍କ ପାଇଁ ସବୁଠୁ ବଡ଼ ପୁରସ୍କାର । ସେଥିପାଇଁ ସାମ୍ବାଦିକମାନଙ୍କୁ ସବୁବେଳେ ପୂର୍ଣ୍ଣ ସ୍ୱାଧୀନତା ଦେବା ଜରୁରୀ । ଏଭଳି ଲକ୍ଷ୍ୟ ନେଇ ପ୍ରତିବର୍ଷ ୩ ମେ’ରେ ପାଳିତ ହେଉଛି ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ।

ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଏହା ଏକ ବିପଦପୂର୍ଣ୍ଣ କାମ । ଅନେକ ସମୟରେ ସାମ୍ବାଦିକମାନେ ଆକ୍ରମଣର ଶିକାର ହୁଅନ୍ତି । ସାମ୍ବାଦିକମାନେ ସତ୍ୟକୁ ସାମ୍ନା କରନ୍ତି, ଦାୟିତ୍ୱକୁ ଠିକ୍ ଭାବେ ପୂରଣ କରିବାକୁ ନିଜ ଜୀବନକୁ ବିପଦରେ ପକାଇବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏଭଳି ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କାମ କରିଥାନ୍ତି ସାମ୍ବାଦିକ । ତେବେ ସେମାନଙ୍କ ସ୍ୱରକୁ ଯେପରି କୌଣସି ପ୍ରଭାବ ନପଡ଼େ ସେଥିପ୍ରତି ସରକାର ଧ୍ୟାନ ଦେବା ଉଚିତ । ପୂର୍ଣ୍ଣ ସ୍ୱାଧୀନତା ମିଳିଲେ ହିଁ ସେମାନେ ନିଜ ନିଜ କାମକୁ ସୂଚାରୁ ରୂପେ ସମ୍ପାଦାନ କରିପାରିବେ ।

ୟୁନେସ୍କୋ ସାଧାରଣ ସମ୍ମିଳନୀର ସୁପାରିସ ପରେ 1993ରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା । ୱିଣ୍ଡହୋକ୍ ଘୋଷଣାନାମାକୁ ସ୍ମରଣ କରିବା ପାଇଁ ମେ’ ୩ ତାରିଖକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଲୋକଙ୍କୁ ମନେ ପକାଏ ।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସର ଥିମ୍ ରହିଛି । ଚଳିତଥର ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ର ୩୦ତମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ୟୁନେସ୍କୋ ଦ୍ୱାରା ନିର୍ମିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ 2023ର ବିଷୟବସ୍ତୁ ‘ଅଧିକାରର ଭବିଷ୍ୟତ ଗଠନ:ଅଭିବ୍ୟକ୍ତିର ସ୍ୱାଧୀନତା ଅନ୍ୟ ସମସ୍ତ ମାନବିକ ଅଧିକାରର ତାଳକ ଭଳି’। ଗଣମାଧ୍ୟମର ସ୍ୱାଧୀନତା,ନିରପେକ୍ଷତା ଏବଂ ଅଭିବ୍ୟକ୍ତି ଉପରେ ଗୁରୁତ୍ୱ ଦେଇଥାଏ ।

ସେପଟେ, World press freedom day ଅବସରରେ ବିଧାୟକ ସୁରେଶ ରାଉତରାୟ କେକ୍ କାଟିଛନ୍ତି । ସାମ୍ବାଦିକମାନଙ୍କୁ କେକ୍ ଖୁଆଇଛନ୍ତି ଏହି ଲୋକପ୍ରିୟ କଂଗ୍ରେସ ବିଧାୟକ । ସାମ୍ବାଦିକମାନଙ୍କ ପାଇଁ ପୁଣି ଥରେ ଓଡ଼ିଶା ଲୋକସେବା ଭବନ ଖୋଲି ସେମାନଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେବାକୁ କହିଛନ୍ତି ସୁର ରାଉତରାୟ ।

Leave a Reply

Your email address will not be published. Required fields are marked *