କ୍ରିଡାମନ୍ତ୍ରୀ ଅନୁରାଗ ଠାକୁର ଘଟଣାକୁ ଚାପିଦେବାକୁ ପ୍ରୟାସ କରୁଛନ୍ତି କହିଲେ ରେସଲର ଭିନେଶ ଫୋଗାଟ

ନ୍ୟାୟ ପାଇଁ ଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଉପରେ କରାଯାଉଛି ଅତ୍ୟାଚାର । ସୋମାନଙ୍କ ଅଭିଯୋଗକୁ ଗୁରୁତର ସହିତ ନେବା ପରିବର୍ତ୍ତେ ତାଙ୍କ ବିରୋଧରେ ଅନେକ ବୟାନବାଜି କରାଯାଉଛି । ଡବ୍ଲୁଏଫ୍ଆଇ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ରେସଲରମାନେ । ବ୍ରିଜ ଭୂଷଣଙ୍କ ଗିରଫ ଦାବିରେ ରେସଲର ମାନେ ଅଡି ବସିଥିବା ବେଳେ ରେସଲର ଭିନେଶ ଫୋଗାଟ ଦେଇଛନ୍ତି ଏକ ଆଶ୍ଚର୍ଯ୍ୟ କଳାଭଳି ବୟାନ । ସେ ସିଧାସଳଖ କ୍ରିଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ନେଇ ଦେଇଛନ୍ତି ଏକ ବଡ ମନ୍ତବ୍ୟ ।

ଭିନେଶ କହିଛନ୍ତି, ବ୍ରିଜ ଭୂଷଣ ଭଳି ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ବିରୋଧରେ ଛିଡ଼ା ହେବା ଏତେ ସହଜ ନହେଁ । ଆମେ ନ୍ୟାୟ ପାଇଁ ଲଢୁଥିବା ବେଳେ ବିଭିନ୍ନ ମହଲରୁ ଚାପର ଶିକାର ହେଉଛୁ । କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣି ଫୋଗାଟ କହିଛନ୍ତି, ଖୋଦ୍‌ କ୍ରୀଡ଼ା ମନ୍ତ୍ରୀ ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରି ଏହି ମାମଲାକୁ ଚାପି ଦେବାକୁ ଯଥାସମ୍ଭବ ପ୍ରୟାସ କରିଥିଲେ ।

ଗତ ଜାନୁଆରୀ ମାସରେ ନ୍ୟାୟ ପାଇଁ ଜନ୍ତର ମନ୍ତର ଠାରେ ଆନ୍ଦୋଳନରେ ବସିଥିବା ବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲୁ । ଆମକୁ ଯୌନ ଉତ୍ପୀଡ଼ନ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଭଳି ସଂଗୀନ ଅଭିଯୋଗ ବିଜେପି ସାଂସଦଙ୍କ ନାଁରେ ଆଣିଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ତେଣୁ ବାଧ୍ୟ ହୋଇ ଦୀର୍ଘ ୪ ମାସ ପରେ ପୁଣି ଧାରଣାରେ ବସିବାକୁ ସ୍ଥିର କଲୁ ।

ସେ କହିଛନ୍ତି, କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରି ଆମେ ସମସ୍ତ ସମସ୍ୟା ଜଣାଇଥିଲୁ ଆଉ ସେ ପ୍ରତିଶ୍ରୁତି ଦେବା ପରେ ଆମେ ଆନ୍ଦୋଳନରୁ ଓହରିଥିଲୁ
। ଏହାପରେ ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥଲେ କ୍ରିଡାମନ୍ତ୍ରୀ ଅନୁରାଗ ଠାକୁର । ହେଲେ ସେହି କମିଟି ମାମଲାକୁ ଚାପିଦେବାକୁ ନିଜର ସମସ୍ତ ବଳ ପ୍ରୟୋଗ କରିଥିଲା ।

Leave a Reply

Your email address will not be published. Required fields are marked *