ଆଜି ଗୁଜୁରାଟ ହାଇକୋର୍ଟରେ ହେବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମାମଲାର ଶୁଣାଣୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲାରେ ଆଜି ହେବ ଶୁଣାଣି । ମୋଦୀ ସୋରନେମ ମାମଲାରେ ଆସିଥିବା ନିମ୍ନ କୋର୍ଟର ରାୟକୁ ନେଇ ସେସନସ କୋର୍ଟ ଯାଇଥିଲେ ରାହୁଲ ଗାନ୍ଧୀ । ହେଲେ ଗତ ସେସନସ କୋର୍ଟ ଏପ୍ରିଲ 20 ତାରିଖରେ ପୂର୍ବ ରାୟକୁ କାଏମ ରଖିବା ପରେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ରାହୁଲ ଗାନ୍ଧୀଙ୍କ ପାଇଁ କେଶ ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି । ପ୍ରଥମେ ଏହି ମାମଲାର ଶୁଣାଣୀ ପାଇଁ ଜଷ୍ଟିସ ଗୀତା ଗୋପୀ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ବିଚାର ଭାର ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କୁ ଦିଆଯାଇଛି ।

ଆପଣଙ୍କୁ ଏଠାରେ କହିରଖୁଛୁ, 2019ରେ କର୍ଣ୍ଣାଟକର କୋଲରରେ ନିର୍ବାଚନ ରାଲି ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ମୋଦି ସାଙ୍ଗିଆକୁ ନେଇ ଏକ ବୟାନ ଦେଇଥିଲେ । ଯହାକୁ ନେଇ ସୁଟରତର ନିମ୍ନ ଅଦାଲତରେ ରାହୁଲଙ୍କ ବିରୁଦ୍ଧରେ ଏକ ମାନହାନୀ କେଶ କରାଯାଇଥିଲା । ଆଉ ସେହି ମାମଲାରେ ମାର୍ଚ୍ଚ ମାସ 23 ତାରିଖରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ ସିଜେଏମ କୋର୍ଟ । ଏହାପରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । କେବଳ ଯେ ରାହୁଲ ଗାନ୍ଧୀଙ୍କୁ ଜେଲ ହୋଇଥିଲା ତାହା ନୁହେଁ, ଦଣ୍ଡ ଶୁଣାଣୀର ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ 24ରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ । ଏହାପରେ ତାଙ୍କୁ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *