ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନର ଦୁରାବସ୍ଥା

ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ହରାଇଛି ପୂର୍ବ ଗୌରବ। ନାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ (ନାକ୍)ଗ୍ରେଡେସନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏକ ପାଦ ତଳକୁ ଖସିଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ଏହି ଅନୁଷ୍ଠାନ। ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ  A+ ମାନ୍ୟତା ପାଇଥିଲା।

ପୂର୍ବରୁ ନାକ୍ ମୂଲ୍ୟାୟନରେ ଉତ୍କଳ ବିଶ୍ବବିଦ୍ୟାଳୟ A+ ମାନ୍ୟତା ହାସଲ କରିଥିଲା। କିନ୍ତୁ ଚଳିତ ମୂଲ୍ୟାଙ୍କନରେ ପାଦେ ତଳକୁ ଖସି ୩.୧୬ ପଏଣ୍ଟ ସହ A ମାନ୍ୟତା ହାସଲ କରିଛି। ଗତ ମାସରେ ନାକର ମୂଲ୍ୟାୟନ ଟିମ୍ ବିଶ୍ୱବିଦ୍ୟାଳୟ ଆସି ଅନୁଧ୍ୟାନ କରି କାଉନ୍‌ସିଲକୁ ରିପୋର୍ଟ ଦେଇଥିଲେ।

ନାକ୍ ରିପୋର୍ଟ ଆସିବା ପରେ ରାଜ୍ୟ ଗୌରବର ପ୍ରତୀକ ଏହି ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟର ଅବନତିକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଅନୁଷ୍ଠାନର ଦୁର୍ବଳ ଭିତ୍ତିଭୂମିକୁ   କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *