ଵହଳଦାରେ ଗୁଳିକାଣ୍ଡ: ଆସାମୀ ସହ ଦୁଇ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଗୁଳିକାଣ୍ଡ। ୩ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଘର ମାଲିକ ମଧ୍ୟ ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଛନ୍ତି। ସେପଟେ ଲୋକଙ୍କ ହାବୁଡରେ ଜଣେ ଦୁର୍ବୃତ୍ତ ପଡିବାରୁ ବହେ ଛେଚା ଖାଇଛି।

ବହଳଦା ଥାନା ଅଧୀନ କୁଲଗି ଛକ  ନିକଟରେ ଥିବା କାର୍ତ୍ତିକ ସ୍ୱାଇଁଙ୍କ ଘରେ ସୋମବାର ରାତି ପ୍ରାୟ ୯.୪୫ ରେ  ୩ ଦୁର୍ବୃତ୍ତ ପଶି ଗଣ୍ଡଗୋଳ କରିଥିଲେ। ଘର ମାଲିକ କାର୍ତ୍ତିକ ସ୍ବାଇଁଙ୍କୁ ମାଡ ମାରି ଗୁରୁତର କରିଦେଇଥିଲେ। ପାଟିତୁଣ୍ଡ ଶୁଣି ପଡୋଶୀ ଗୌରବ ଦାସ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଗୌରବଙ୍କ ଉପରକୁ ନାଇନ ଏମଏମ ପିସ୍ତଲରୁ ଗୁଳି ମାରିବାରୁ ଗୌରବଙ୍କ ପେଟରେ ଗୁଳି ବାଜିଥିଲା ଓ  ତାଙ୍କୁ ଗୁରୁତର ଅବସ୍ଥାରେ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଗୁଳିକରି  ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଜଣେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥଲେ, ଆଉ ଗ୍ରାମବାସୀ ତା ଉପରେ କରିଥିଲେ ହାତ ସଫେଇ।

ପରେ ତାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାର ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାକୁ ରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଵହଳଦା ଥାନାଧିକାରୀ ରଂଜନ ବେହେରା ଏବଂ ରାଇରଙ୍ଗପୁର ଟାଉନଥାନା ଆଇଆଇସି ସ୍ଫର୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଜାରି ରଖିଛନ୍ତି ।  ଆସାମୀ ପାଖରୁ ୪ ମୋଵାଇଲ, ମାଉଜର ଓ ୬ ଟି ଗୁଳି ଜବତ କରିଛି । ତଦନ୍ତ ପରେ ସତ ପଦାକୁ ଆସିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *