ପେଟ୍ରୋଲ କେବେ ଆବିଷ୍କାର ହେଲା, ଆଉ ଏହାକୁ ଓଡିଆରେ କ’ଣ କହନ୍ତି?

ପ୍ରତ୍ୟେକ ଦିନ ଆପଣ ପେଟ୍ରୋଲ ତ ନିହାତି ବ୍ୟବହାର କରୁଥିବେ । ବାଇକ, କାର ଏବଂ ଅନ୍ୟାନ୍ୟ ଯାନବାହାନ ତଥା ମେସିନ ଆଦି ପେଟ୍ରୋଲ ବିନା ଅଚଳ ହୋଇପଡେ । ହେଲେ ଆପଣ କେବେ ଭାବିଛନ୍ତି କି ଏହି ପେଟ୍ରୋଲର ମୂଲ୍ୟ ଏତେ ଅଧିକ ହୋଇଥିବା ବେଳେ ଏହା କେଉଁଠୁ ଆସୁଛି ଆଉ କେମିତି ତିଆରି ହେଉଛି । ସବୁଠୁ ରୋଚକ କଥା ହେଉଛି, ଆମେ ସମସ୍ତେ ଜାଣିଛନ୍ତି ପେଟ୍ରୋଲ କିମ୍ବା ଡିଜେଲ ହେଉଛି ଏକ ଇଂରାଜୀ ଶବ୍ଦ । ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ପେଟ୍ରୋଲକୁ ହିନ୍ଦୀ କିମ୍ବା ଓଡିଆରେ କଣ କହନ୍ତି । ତେବେ ଆଜି ଆସନ୍ତୁ ସେ ବିଷୟରେ ଜାଣିବା ।

ଆପଣ ପେଟ୍ରୋଲ ପମ୍ପକୁ ପଶିଗଲେ ସେଠାରେ ହିନ୍ଦୀରେ ବି ପେଟ୍ରୋଲ ଆଉ ଇଂରାଜୀରେ ବି ପେଟ୍ରୋଲ ଲେଖା ହୋଇଥାଏ । ନିକଟରେ ସୋସାଲ ମିଡିଆରେ ଏକ ପୋଷ୍ଟ ପ୍ରବଳ ଭଇରାଲ ହୋଇଥିଲା । ଯାହାକୁ ନେଇ ଏବେ ଏହି ପ୍ରଶ୍ନ ଉଙ୍କି ମାରିଛି । ମିଡିଆ ରିପର୍ଟ ମୁତାବକ ପେଟ୍ରୋଲକୁ ହିନ୍ଦୀରରେ ଶିଲାତେଲ କିମ୍ବା ଧ୍ରୁବସ୍ବର୍ଣ୍ଣ କୁହାଯାଇଥାଏ । ଓଡିଆରେ ମଧ୍ୟ ଏହାକୁ ଅନେକ ଲୋକ ଶିଳାତେଲ ବୋଲି କହନ୍ତି । ପେଟ୍ରୋଲର ଆହୁରି କେତୋଟି ପ୍ରଚଳିତ ହିନ୍ଦୀ ନାମ ମଧ୍ୟ ରହିଛି । ସେଥିମଧ୍ୟରୁ ଇନ୍ଧନ, ତେଲ, ସଫା ହୋଇଥିବା ପେଟ୍ରୋଲିୟମ, ସଫା ହୋଇଥିବା ମାଟିର ତେଲ ଆଦି ସାମିଲ ।

ସେହିପରି ଡିଜେଲକୁ ମଧ୍ୟ ହିନ୍ଦୀରେ ଶିଲାତେଲ କିମ୍ବା ଧ୍ରୁବସ୍ବର୍ଣ୍ଣ କୁଯାଇଥାଏ । ତେବେ ଏଠାରେ ଜଣାଇ ଦେଉଛୁ, ପେଟ୍ରୋଲର ଆବିଷ୍କାର ୧୮୫୯ରେ ଏଡଓ୍ବିନ ଢ୍ରେକ୍ କରିଥିଲେ । ସେହିପରି ଡିଜେଲର ଆବିଷ୍କାର ରୂଡୋଲ୍ଫ ଡିଜେଲ କରିଥିଲେ । ରୂଡୋଲ୍ଫ ଏହାର ଆବିଷ୍କାର ୧୮୯୦ ଦଶକରେ କରିଥିଲେ । ସେହି ସମୟରୁ ପେଟ୍ରୋଲ ଆଉ ଡିଜେଲ ଦୁନିଆର ସବୁଠୁ ପ୍ରମୁଖ ଇନ୍ଧନ ମଧ୍ୟରେ ସାମିଲ । ସହିପରି ଆଉ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପେଟ୍ରୋଲ କମ୍ବା ଡିଜେଲର କୌଣସି ଆଧିକାରୀକ ହିନ୍ଦୀ ନାମ ଏପର୍ଯ୍ୟନ୍ତ ବିକଶିତ ହୋଇନାହିଁ ।

Leave a Reply

Your email address will not be published. Required fields are marked *