କୋଲାବରେ ଡଙ୍ଗା ବୁଡି 4 ନିଖୋଜ

କୋଲାବ ଜଳ ଭଣ୍ଡାରରେ ଗୁରୁବାର ଘଟିଛି ଅଘଟଣ।  ଦେଶୀ ଡଙ୍ଗା ବୁଡିବାରୁ 8 ଜଣ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ  4 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 4 ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ 3 ମହିଳା ଓ ଜଣେ ଶିଶୁ ଅଛନ୍ତି। ଡଙ୍ଗଟି ସେମୁଳିଗୁଡା ବ୍ଲକ ପୋଡଗଡରେ ଭାରସାମ୍ୟ ହରାଇବାରୁ ବୁଡି ଯାଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସେମୁଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲିପଡାରୁ 8 ଜଣ ଯାତ୍ରା ଦେଖିବାକୁ ଯାଇଥିଲେ। ଫେରିବା ବେଳେ କୋଲାବ ଜଳ ଭଣ୍ଡାରରୁ ଏକ ଦେଶୀ ଡଙ୍ଗାରେ ଗାଁକୁ ଫେରୁଥିଲେ। ଅପରାହ୍ନ 4ଟା ବେଳେ ଡଙ୍ଗା ପୋଡଗଡ ଘାଟ ନିକଟରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ପାଣିରେ ବୁଡି ଯାଇଥିଲେ।

ଡଙ୍ଗା ବୁଡିବାର ଦେଖି ଅଞ୍ଚଳବାସୀ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିବା ସହ 4 ଜଣଙ୍କୁ ଉଦ୍ଧାର କରିଥିବା 4 ଜଣ ନିଖୋଜ ଥିବା ସୂଚନା ରହିଛି।   

Leave a Reply

Your email address will not be published. Required fields are marked *