Category: ଅପରାଧ

  • ଏକ କିଲୋରୁ ଅଧିକ ଧଳାଜହର ଜବତ କଲା ଏସଟିଏଫ

    ଏକ କିଲୋରୁ ଅଧିକ ଧଳାଜହର ଜବତ କଲା ଏସଟିଏଫ

    ରାଜଧାନୀରେ ଧଳା ଜହର। ଧଳା ଜହର  ସହ ସ୍ପେସାଲ ଟାସ୍କ ଫୋର୍ସ ହାତରେ ବେପାରୀ। ଶନିବାର ସଂଧ୍ୟା ସମୟରେ ଭୁବନେଶ୍ୱରର ୟୁନିଟ ୮ ଅଞ୍ଚଳରେ ନିଶା କାରବାର ଚାଲିଥିବା ସୂଚନା ପାଇ ଏସଟିଏଫ କମିଶନରେଟ ପୋଲିସ ସହଯୋଗରେ ବିପୁଳ ପରିମାଣର ନିଷିଦ୍ଧ ଡ୍ରଗ୍ସ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଚିତ୍ତରଞ୍ଜନ ସାହୁ ୟୁନିଟ ୮ରେ ରହୁଥିବା ବେଳେ ତାର ଘର ଢେଙ୍କାନାଳ।

    ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ-୮ରେ ବିପୁଳ ଡ୍ରଗ୍ସ କାରବାର ଚାଲିଥିବା ସୂଚନା ମିଳିଥିଲା ଏସଟିଏଫକୁ। ସୂଚନା ଆଧାରରେ ଏସଟିଏଫ ଓ କମିଶନରେଟ ପୋଲିସର ମିଳିତ ଟିମ ଚଢାଉ କରି ୧କେଜି ୧୦୭ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା ଚିତ୍ତରଞ୍ଜନ ସାହୁଠାରୁ। ଏତେ ପରିମାଣର ନିଷିଦ୍ଧ ଡ୍ରଗ୍ସକୁ ନେଇ ପୋଲିସ ବିଭିନ୍ନ ପ୍ରଶ୍ନ କରିଥିବା ବେଳେ ଅଭିଯୁକ୍ତ ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ତେଣୁ ପୋଲିସ ତାକୁ ଗିରଫ କରିଥିଲା। ଏସଟିଏଫ ଏନଡିପିଏସ ଆକ୍ଟ ୧୯୮୫ରେ ଏକ ମାମଲା ରୁଜୁ କରିଛି ଓ ଅଭିଯୁକ୍ତକୁ କୋର୍ଟରେ ହାଜର କରିଛି।

    ଏସଟିଏଫ ପକ୍ଷରୁ ନିଶା କାରବାର ଉପରେ ନିୟନ୍ତ୍ରଣ ପାଇଁ ଏକ ସ୍ପେସାଲ ଅଭିଯାନ ଜାରି ରହିଛି। ଏହି ଅଭିଯାନ ଅନ୍ତର୍ଗତ ୨୦୨୦ରୁ ବର୍ତ୍ତମାନ ମଧ୍ୟରେ ଏସଟିଏଫ ୬୯ କେଜି ବ୍ରାଉନ ସୁଗାର/ହେରୋଇନ, ୨୦୨ ଗ୍ରାମ କୋକିନ ଓ ୧୧୩ କ୍ୟୁଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମର ଅଫିମ ଜବତ କରିଛି। ଏଥିସହ ନିଷିଦ୍ଧ ନିଶା କାରବାର ମାମଲାରେ ୧୬୮ରୁ ଅଧିକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିବାରେ ସଫଳ ହେଲାଣି।

  • ନବଜାତ ଶିଶୁର ମୃତଦେହ କୁକୁର କାମୁଡି ଖାଉଥିବା ବେଳେ ଉଦ୍ଧାର

    ନବଜାତକକୁ ଝୁଣି ଖାଇଲେ କୁକୁର। ଖଣ୍ଡିଆ ଖାବରା ଅବସ୍ଥାରେ ଶିଶୁର ମୃତଦେହ ଉଦ୍ଧାର। ଏମିତି ଏକ ସ୍ପର୍ଶକାତର ଓ ହୃଦୟ ବିଦାରକ ଦୃଶ୍ୟ ରବିବାର ଦିନ ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ଅଧୀନରେ। ଲୋକେ ଶିଶୁଟିର ମୃତଦେହ କୁକୁର ମୁହଁରୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

    ସୂଚନା ମୁତାବକ, ରବିବାର ସକାଳୁ ସକାଳୁ ଇଚିଣ୍ଡା ଗ୍ରାମରେ ଥିବା ଗିରିଶ କବାଡି ଦୋକାନ ନିକଟରେ ଥିବା ବିଲ ଭିତରେ ଏକ ନବଜାତ ଶିଶୁର ମୃତଦେହକୁ ୩ଟି କୁକୁର  ଝୁଣି ଖାଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତୁରନ୍ତ କୁକୁର ସବୁଙ୍କୁ ସେଠାରୁ ଘଉଡାଇ ଖଣ୍ଡିଆ ଖାବରା ମୃତଦେହ ଉଦ୍ଧାର କରିଥିଲେ ଓ ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲେ। ସେପଟେ ଏକ ନବଜାତକର ମୃତଦେହ କୁକୁର ଖାଉଥିବା ଖବର ପ୍ରଘଟ ହେବାରୁ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ପୋଲିସ ସେଠାରେ ପହଞ୍ଚି  ମୃତଦେହ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଆରମ୍ଭ କରିଛି ତଦନ୍ତ।

    ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନେକ ଛୁଆଟିଏ ନ ପାଇ ଡହଳ ବିକଳ ହେଉଛନ୍ତି। କିନ୍ତୁ ଭଗବାନ ଛୁଆଟିଏ ଦେଇଥିବା ବେଳେ କେମିତି ଜଣେ ନିଜ ଜନ୍ମିତ ସନ୍ତାନକୁ ଏଭଳି ପକାଇପାରୁଛି? ଛୁଆଟି କେଉଁଠୁ ଆସିଲା, କିଏ ଆଣିଥିଲା, ଶିଶୁଟିର ମାତାପିତା କିଏ? ନା ଶିଶୁଟି କୌଣସି ଅବଞ୍ଛିତ ସନ୍ତାନ ଥିଲା, ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।  ପୋଲିସ ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

  • ୨୬/୧୧ ମୁମ୍ବାଇ ଆକ୍ରମଣ: ମୋଷ୍ଟ ୱାଣ୍ଟେଡ ରାଣାର ଭାରତ ପ୍ରତ୍ୟାବର୍ତ୍ତନ ବାଟ ସଫା

    ୨୬/୧୧ ମୁମ୍ବାଇ ଆକ୍ରମଣ: ମୋଷ୍ଟ ୱାଣ୍ଟେଡ ରାଣାର ଭାରତ ପ୍ରତ୍ୟାବର୍ତ୍ତନ ବାଟ ସଫା

    ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ତହବ୍ବୁର ହୁସେନ ରାଣା ଫେରିବ ଭାରତକୁ।  ରାଣାକୁ ଫେରାଇ ଆଣିବାକୁ  ଭାରତ ସରକାରର ଦୀର୍ଘ ବର୍ଷର ଆଇନଗତ ପ୍ରୟାସ ପରେ ଆମେରିକାର କାଲିଫର୍ଣ୍ଣିଆ କୋର୍ଟ ତାକୁ ଭାରତକୁ ପଠାଇବାକୁ ଅନୁମତି ଦେଇଛନ୍ତି। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ତାଜ ହୋଟେଲ ସମେତ ବିଭିନ୍ନ ସ୍ଥାନରେ ଲଶ୍କର ଇ ତୋଇବା ଆତଙ୍କବାଦୀ ସଂଗଠନ ସିରିଜ ବିସ୍ଫୋରଣ କରିଥିଲା।

    ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୋଷ୍ଟ ୱାଣ୍ଟେଡ କୁହାଯାଉଥିବା ପାକିସ୍ତାନରେ ଜନ୍ମିତ କାନାଡାର ବ୍ୟବସାୟୀ ତହଦ୍ଦୁର ହୁସେନ ରାଣା ଘଟଣା ପରେ ଆମେରିକା ପଳାୟନ କରିଥିଲା। ଏନଆଇଏର ତଦନ୍ତ ପରେ ଆକ୍ରମଣରେ ରାଣାର ହାତ ଥିବା ଓ ସେ ଆମେରିକା ପଳାୟନ କରିଥିବା ଜଣାପଡିଥିଲା। ଏହା ପରେ ତାକୁ  ଭାରତ ଆଣିବାକୁ ଭାରତ ସରକାର ୨୦୨୦ ଜୁନରୁ ପ୍ରୟାସ ଜାରି ରଖିଥିଲେ।  ଏନେଇ ଭାରତ ପକ୍ଷରୁ ସେଠାକାର ଅଦାଲତରେ ଆବେଦନ କରିଥିଲା। ବାଇଡେନ ସରକାର ସହ  ଭାରତ କୂଟନୈତିକ ଆଲୋଚନା ଚଳାଇଥିଲା ଓ ରାଣାକୁ ଭାରତ ଫେରାଇବା ନେଇ ଚାପ ପ୍ରୟୋଗ କରିଥିଲା। ଭାରତର  ଦାବିକୁ ସେଠାକର ସରକାର ମଧ୍ୟ ସମର୍ଥନ କରିଥିଲେ।

    Indian army soldiers take position during a gun battle at the Taj Mahal hotel (seen in the background) in Mumbai November 29, 2008. Operations by Indian commandos to dislodge Islamist militants at Mumbai’s Taj Mahal hotel ended on Saturday, Indian television channels quoted officials as saying. The hotel came under heavy gunfire and flames leaped out of the building shortly before the announcement. REUTERS/Desmond Boylan (INDIA) – RTR222U1

     ଏହି ମାମଲାର ଶୁଣାଣି କରି କାଲିଫର୍ଣ୍ଣିଆର ଜଣେ ଜିଲ୍ଲା ଜଜ୍‌ ସବୁ ଦସ୍ତାବିଜର ସମୀକ୍ଷା ପରେ ଭାରତ  ସରକାର ହୋଇଆସୁଥିବା ଦାବି ଯୁକ୍ତିଯୁକ୍ତ ହୃଦୟଙ୍ଗମ କରିଛନ୍ତି ଓ ତାକୁ ଭାରତ ପଠାଇବାକୁ ଅନୁମତି ଦେଇଛନ୍ତି। କୋର୍ଟରେ ହୋଇଥିବା ଶୁଣାଣି ସମୟରେ ଆମେରିକାର ସରକାର ଯୁକ୍ତି ବା‍ଢ଼ିଥିଲେ ଯେ, ରାଣାଙ୍କ ପିଲା ଦିନର ସାଙ୍ଗ ପାକିସ୍ତାନୀ-ଆମେରିକୀୟ ଡେଭିଡ କୋଲମେନ ହେଡଲି ଲଶ୍କର-ଇ-ତୋଇବାରେ ସାମିଲ ହୋଇଥିଲା । ଏହି ଘଟଣା ରାଣା ଖୁବ୍‌ ଭଲ ଭାବେ ଜାଣିଥିଲା। ଏହାସତ୍ତ୍ୱେ ସେ ହେଡଲି ସହାୟତା କରିଥିଲା ଓ ତାକୁ ସୁରକ୍ଷା ପ୍ରଦାନ କରିଥିଲା। ତେଣୁ ସେ ମଧ୍ୟ ଆତଙ୍କବାଦୀକୁ ସମର୍ଥନ କରିଥିବା ପ୍ରମାଣିତ ହେଉଛି। ସେପଟେ ରାଣାର ଓକିଲ କୋର୍ଟଙ୍କ ପ୍ରତ୍ୟାବର୍ତ୍ତନ ଆଦେଶକୁ ତୀବ୍ର ବିରୋଧ କରିଥିଲେ । କିନ୍ତୁ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଭାରତ ସପକ୍ଷରେ ରାୟ ଶୁଣାଣଛନ୍ତି।

    ତହବ୍ବୁର ହୁସେନ ମୂଳତଃ ପାକିସ୍ତାନୀ ହୋଇଥିବା ବେଳେ ସେ କାନାଡ଼ାରେ ରହି ବ୍ୟବସାୟ କରୁଥିଲେ। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ରଣାଙ୍କର ସନ୍ଦେହଜନକ ଭୂମିକା ଥିବାରୁ ତାକୁ ଭାରତ ଫେରାଇବାକୁ ଅନୁରୋଧ କରାଯାଇଥିଲା। ଏହାପରେ ଆମେରିକା ପୁଲିସ୍‌ ତାକୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ମୁମ୍ବାଇର ତାଜ ହୋଟେଲକୁ ଆତଙ୍କବାଦୀ ନିଜ କବ୍ଜାକୁ ନେଇଯାଇଥିଲେ ଓ ହୋଟେଲ ଭିତରେ ଥିବା ଅତିଥିଙ୍କ ମୁଣ୍ଡରେ ବନ୍ଧୁକ ରଖି ୬୦ ଘଣ୍ଟାରୁ ଅଧିକ ସମୟ ଧରି ଆତଙ୍କରାଜ ଚଳାଇଥିଲେ। ଏହି ଆକ୍ରମଣରେ  ୧୬୬ ଜଣ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ  ୬ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିଲେ।

  • କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    rape in scb
    lady sweeper alleged rape by supervisor

    କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେମ ବା ଏସସିବି ପରିସରରେ  ଦୁଷ୍କର୍ମ ଅଭିଯୋଗ। ନିଜ ସହ ଦୁଷ୍କର୍ମ ହୋଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା କର୍ମଚାରୀ। ପୀଡିତା ମେଡିକାଲରେ ଅସ୍ଥାୟୀ ଝାଡୁଦାର ଭାବେ କାମ କରୁଥିବା ବେଳେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସୁପରଭାଇଜର ଦୁଷ୍କର୍ମ ପରେ ଧମକ ଦେବାକୁ ପଛାଇ ନାହିଁ। ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା। ସେପଟେ ଅଭିଯୋଗ ପରେ ସୁପରଭାଇଜର ସେଠାରୁ ଫେରାର ହୋଇଯାଇଛି।

    ସୂଚନା ମୁତାବକ, ଏସସିବି ମେଡିକାଲର କାଜୁଆଲିଟିରେ ଜଣେ ମହିଳା ଝାଡୁଦାର  ଅସ୍ଥାୟୀ ଭାବେ କାମ କରନ୍ତି। ତେବେ ନିକଟରେ ଜନୈକ ସୁପରଭାଇଜର ମେଡିକାଲ ଏସଆର ହଷ୍ଟେଲର ରୁମ୍ ସଫା କରିବା ମହିଳାଙ୍କୁ କହିଥିଲେ। ମହିଳା ଝାଡୁଦାର ସେଠାକୁ ଯାଇ ରୁମ ସଫା କରୁଥିବା ବେଳେ ସୁପରଭାଇଜର ପହଞ୍ଚି ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏବିଷୟରେ କାହାରିକୁ କହିଲେ ଜୀବନରୁ ମାରୁ ଦେବାକୁ ଧମକ ଦେବାକୁ ସୁପରଭାଇଜର ଜଣକ ପଛାଇ ନଥିବା ଅଭିଯୋଗ ହୋଇଛି।  

    ଅଭିଯୋଗରେ ଆହୁରି ଉଲ୍ଳେଖ ରହିଛି କି, ଏସମ୍ପର୍କରେ ମେଡିକାଲରେ ଝାଡୁଦାରଙ୍କୁ ନିଯୁକ୍ତି ଦେଉଥିବା  ଆଉଟସୋର୍ସିଂ ସଂସ୍ଥାର ମାଲିକଙ୍କୁ ପୀଡିତା ଜଣାଇଥିଲେ। ହେଲେ ସଂସ୍ଥାର ମାଲିକ ଅଭିଯୋଗ ପାଇ ମଧ୍ୟ ସୁପରଭାଇଜର ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିଥିଲେ। ତେଣୁ  ପୀଡିତା ବାଧ୍ୟ ହୋଇ ବୁଧବାର ସନ୍ଧ୍ୟାରେ ମଙ୍ଗଳବାଗ ଥାନାକୁ ଯାଇ ଅଭିଯୋଗ କରିଥିବା ସୂଚନା ରହିଛି।  ଅଭିଯୋଗ ପରେ ଉକ୍ତ ସୁପରଭାଇଜର ଫେରାର ହୋଇଯାଇଥିବା ବେଳେ ପୋଲିସ ଓ ସାଉଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରୁଛନ୍ତି।

    ତେବେ  ସୁପରଭାଇଜର ଫେରାର ହୋଇଯିବା ପରେ ମହିଳାଙ୍କ ଅଭିଯୋଗରେ ସତ୍ୟତା ଥିବା କୁହାଯାଉଛି। ସେପଟେ ମେଡିକାଲ ପରିସରରେ ଏପରି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖିବାକୁ ମୁଳୁଛି। ରାଜ୍ୟ ସରକାର ଏସସିବିକୁ ବିଶ୍ୱସ୍ତରୀୟ ମେଡାକାଲ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମେଡିକାଲ ପରିସରକୁ ଦୁର୍ନୀତିମୁକ୍ତ କରିବାକୁ ସବୁଠାରେ ସିସି ଟିଭି କ୍ୟାମେରା ଲଗାଇଥିବା ବେଳେ ଏପରି କାମ କରିବାକୁ ଜଣେ କିପରି ସାହସ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

    ଅନ୍ୟପଟେ ସରକାର ରାଜ୍ୟର ଏହି ସର୍ବ ପୁରାତନ ଓ ବୃହତ ମେଡିକାଲ କଲେଜରେ ରାଜ୍ୟବାସୀଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଓ ରୋଗୀଙ୍କୁ ଦଲାଲ ତଥା ମେଡାକାଲ ଷ୍ଟାଫଙ୍କ ଶୋଷଣରୁ ରକ୍ଷା କରିବାର ଡିଣ୍ଡିମ ପିଟୁଥିବା ବେଳେ ସେଠାରେ ରୋଗୀଙ୍କୁ ଦଲାଲଠାରୁ ଆରମ୍ଭ କରି ସେଠାକାର କର୍ମଚାରୀ ବିଭିନ୍ନ ସେବା ପାଇଁ ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ମଧ୍ୟ ହୋଇଆସୁଛି। ଏହା ଉପରେ ସରକାର ରୋକ ଲଗାଇବାରେ ବିଫଳ ହୋଇଛନ୍ତି। ଏବେ ପୁଣି ଦୁଷ୍କର୍ମ ପରି ଅଭିଯୋଗ ଆସୁଛି।

  • ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ।

    ବୃଦ୍ଧାଙ୍କୁ ହତ୍ୟା କରି ଶେଷରେ ଜେଲରେ ସାରା ଜୀବନ କଟାଇବେ ଅଭିଯୁକ୍ତ । ଏଭଳି ରାୟ ପ୍ରକାଶ କରିଛନ୍ତି କୋର୍ଟ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାମୁନାଳିଆ ଗାଁରେ ୨୦୧୩ ମସିହା ସେପ୍ଟେମ୍ବର ୮ ତାରିଖରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଜମ୍ଭୀରା ବେୱା ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ପାରିବାରିକ କଳହରୁ ସେହି ଗାଁର ଦେବାନନ୍ଦ ନାୟକ ଭୁଜାଲିରେ ହାଣି ତାଙ୍କୁ ହତ୍ୟା କରିଥିଲା ।

    ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତରେ ଉପସ୍ଥିତ ରହି ୧୨ ଜଣ ସାକ୍ଷ୍ୟ ଦେବା ପରେ ଦେବାନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଶେଷରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଅଦାଲତ । ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସ

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସ

    vigilance
    bhanjanagar additional supply officer in vigilance net

    ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ  ଭିଜିଲାନ୍ସ ଜାଲରେ। ଆୟ ବର୍ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସଞ୍ଜୟଙ୍କ ଘର, ଅଫିସ୍‌ ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସଞ୍ଜୟଙ୍କ ନାମରେ ଆୟ ବାହାରେ ବହୁ ଅର୍ଥ ଠୁଳ କରିଥିବା ଅଭିଯୋଗ ହୋଇଥିଲା।

    ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ ଆଜି ସକାଳୁ ସକାଳୁ ସଞ୍ଜୟଙ୍କ  ଭୁବନେଶ୍ୱରର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୈତୃକ ଘର, ବାସ ଭବନ ତଥା ଅଫିସ ସମେତ ମୋଟ ସାତଟି ସ୍ଥାନରେ ଚଢ଼ାଉ କରାଯାଇଛି। ସୂଚନା ମୁତାବକ, ସଞ୍ଜୟଙ୍କର ଭୁବନେଶ୍ୱରରେ ଏକ ଫ୍ଲାଟ୍‌ ଥିବାବେଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୨ଟି ପ୍ଲଟ୍ ରହିଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଫିସ ଓ ଭଡା ଘରେ ରେଡ୍‌ ଚାଲିଛି। ଏହାସହ ସଞ୍ଜୟଙ୍କ ମୟୂରଭଞ୍ଜ ସ୍ଥିତ ବାସ ଭବନରେ  ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି।

     ଭୁବନେଶ୍ୱର ସ୍ଥିତ ଘର ଓ ଭଞ୍ଜନଗରସ୍ଥିତ  କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। କାର୍ଯ୍ୟାଳୟର  କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ତଦନ୍ତକାରୀ ସଂସ୍ଥାର  ସାତ ଡିଏସ୍‌ସି ଓ ୧୨ ଅଧିକାରୀ ଚଢ଼ାଉରେ ସାମିଲ ଅଛନ୍ତି।  

    ଭଞ୍ଜନଗର ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଥିଲେ ସଞ୍ଜୟ। ସେ ନିକଟରେ  ପଦନ୍ନୋତି  ପାଇ  ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭାବେ ଯୋଗ ଦେଇଥିଲେ।

  • ୩ ମାସ ପରେ ବି ୟୁପି ପୋଲିସର ହାତ ଖାଲି

    ୩ ମାସ ପରେ ବି ୟୁପି ପୋଲିସର ହାତ ଖାଲି

    ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଆଡଭୋକେଟ ଉମେଶ ପାଲ ହତ୍ୟା ମାମଲାକୁ ୩ ମାସ ହେବାକୁ ବସିଲାଣି, କିନ୍ତୁ ଏ ଯାଏଁ ଶୁଟର ଗୁଡ୍ଡୁ ମୁସଲିମ ଓ ସବିରଙ୍କ କୌଣସି ଗନ୍ଧ ବାସ୍ନା ପାଉନି ୟୁପି ପୁଲିସ୍‌ । ଏପରିକି ଗ୍ୟାଙ୍ଗଷ୍ଟର ଅତିକ ଅହମଦର ସ୍ତ୍ରୀ ଶାହିସ୍ତା ପାଖରେ ବି ପହଞ୍ଚି ପାରିନାହିଁ। କେତେବେଳେ ଡ୍ରୋନ ସାହାଯ୍ୟରେ ଜଙ୍ଗଲରେ ପୁଣି କେତେବେଳେ ବଙ୍ଗଳାଦେଶରେ ଏମାନଙ୍କୁ ଖୋଜୁଛି ୟୁପି ପୋଲିସ । ମାଷ୍ଟର୍ ମାଇଣ୍ଡ ଶାହିସ୍ତା ଓ ସୁପାରି କିଲର ଗୁଡ୍ଡୁ ମୁସଲିମ ଓ ସବିର ପୁଲିସ୍‌କୁ ଚକମା ଦେଇ ଏବେବି ଫେରାର ଅଛନ୍ତି।  ଏହାରି ଭିତରେ ପୁଲିସ ଜାଣିବାକୁ ପାଇଛି, ଏହି 3 ବିଦେଶ ଫେରାର ହେବାକୁ ଯୋଜନା କରୁଛନ୍ତି।  ତେଣୁ ପୁଲିସ୍‌ ଜାରି କରିଛି ଲୁକ୍‌ ଆଉଟ୍‌ ନୋଟିସ୍‌ । ଏହି ୩ ଜଣଙ୍କ ନାଁରେ ଉତ୍ତରପ୍ରଦେଶର ପ୍ରୟାଗରାଜ ପୁଲିସ୍‌ ଜାରି କରିଛି ଲୁକ୍‌ଆଉଟ୍‌ ନୋଟିସ୍‌। ଫଳରେ ଏବେ ଏହି ୩ ଅଭିଯୁକ୍ତଙ୍କ ବିଦେଶ ଫେରାର ହେବା ଆଶଙ୍କା ଦେଖାଦେଇଛି ।

    ପୁଲିସ୍‌ ହେପାଜତରେ ଥିବା ଅତିକ  ଓ ତା ଭାଇ ଅଶରଫକୁ ଗତମାସରେ ୩ ଜଣ ଯୁବକ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିଥିଲେ।  ଅତିକର ମୃତ୍ୟୁ ପରେ ପୁଲିସ୍‌ ସହ ଲୁଚକାଳି ଖେଳୁଥିବା ତା’ର ପତ୍ନୀ ଶାହିସ୍ତା ସମେତ  ଅତିକର ଖାସ୍  ସାର୍ପ ସୁଟର ଗୁଡ୍ଡୁ ମୁସଲିମ ଓ ସବିର ବିଦେଶ ଫେରାର ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା।

    ପୂର୍ବରୁ ଶାହିସ୍ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଏବେ ତାହାକୁ ବଢ଼ାଯାଇ ଲକ୍ଷେ ଟଙ୍କା କରାଯାଇଛି। ତଥାପି ମିଳୁନି କିଛି ଫଳ। ସେପଟେ ଗୁଡ୍ଡୁ ମୁସଲିମ୍‌କୁ ପୁଲିସ୍‌ ଖୋଜିବାକୁ ନାକେଦମ ହେଉଥିବା ବେଳେ ସେ କେତେବେଳେ ଓଡ଼ିଶାରେ ତ କେତେବେଳେ କର୍ଣ୍ଣାଟକାରେ ଲୁଚିଥିବା ଶୁଣିବାକୁ ମିଳିଥିଲା। ଏପରିକି ସେ ରାଜ୍ୟରୁ ରାଜ୍ୟ ଡେଇଁ ଚାଲିଥିବା ବେଳେ ତାକୁ ଧରିବା ପୁଲିସ୍‌ ପାଇଁ କାଠିକର ପାଠ ହେଉଛି। ୟୁପି ପୁଲିସ୍‌ ଓ ଏସଟିଏଫ ଟିମ୍‌ ଗୁଡ୍ଡୁ ମୁସଲିମ ଓ ଶାହିସ୍ତାଙ୍କ ଲୋକେସନ ଚିହ୍ନଟ କରି ତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଥିଲେ ବି ସବୁବେଳେ ନିରାଶ ହେବାକୁ ପଡ଼ୁଛି । 

    ସୂଚନାଯୋଗ୍ୟ, ଉମେଶ ପାଲ ଓ ତାଙ୍କ ଦୁଇ ସୁରକ୍ଷା କର୍ମୀଙ୍କୁ ପ୍ରୟାଗରାଜସ୍ଥିତ ତାଙ୍କ ବାସଭବନ ସାମ୍ନାରେ ଚଳିତ ବର୍ଷ ଫେବୃଆରୀ ମାସରେ ଗୁଳି କରି ହତ୍ୟା କରାଯାଇଥିଲା।  ଉମେଶ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଘଟଣାସ୍ଥଳରେ ଗୁଡ୍ଡୁ ମୁସଲିମ ବୋମା ପକାଇଥିଲା। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହା ପରଠୁ ଗୁଡ୍ଡୁ ମୁସଲିମ ଫେରାର ଥିବା ବେଳେ ତା’ ମୁଣ୍ଡରେ ରହିଛି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି।

    ଉମେଶ ପାଲ  ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିସାରିଲାଣି। ଆଉ ବଞ୍ଚିଛନ୍ତି  ଗୁଡ୍ଡୁ ମୁସଲିମ ଓ ସବିର। ସବିର ମୁଣ୍ଡରେ ବି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ତା’ର ବି ଟେର ପାଇପାରୁନି ପୁଲିସ୍‌।

  • ବିଜେଡି ବିଧାୟକଙ୍କ ଯୌତୁକ ଲୋଭ

    ବିଜେଡି ବିଧାୟକଙ୍କ ଯୌତୁକ ଲୋଭ

    dowery allegation
    dowery allegation against many bjd leaders

    ବଲାଙ୍ଗୀର ରାଜାଙ୍କ ବିରୋଧରେ ଥାନାରେ ଅଭିଯୋଗ। ରାଜା ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସାନବୋହୂଙ୍କ ନିର୍ଯାତନା ଅଭିଯୋଗକୁ ନେଇ ରାଜ୍ୟ ତଥା ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସେହି ବିଜେଡ଼ିର ଆଉ ଜଣେ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଆସିଛି ସମାନ ଅଭିଯୋଗ।

    ବିଜେଡ଼ିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ, ତାଙ୍କ ପୁଅ ଓ ପତ୍ନୀଙ୍କ ସମେତ ମୋଟ ୫ ଜଣଙ୍କ ବିରୋଧରେ ବାଙ୍କୀ ଥାନାରେ ଏକାଧିକ ଦଫାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କୁ ସମ୍ପୂର୍ଣ୍ଣ ବୈଦିକ ରୀତିରେ ବିବାହ କରିଥିଲେ ବାଙ୍କୀ ଅଞ୍ଚଳର ରୋନାଲି ବେହେରା।

    ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ ବିଚାରପତି । ରୋନାଲିଙ୍କ ଅଭିଯୋଗ ହେଉଛି ବିବାହ ପରେ ୪୦ ଲକ୍ଷ ଟଙ୍କା ଯୌତୁକ ପାଇଁ ଶାଶୂଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସ୍ୱାମୀ ସତ୍ୟପ୍ରକାଶ ତାଙ୍କୁ ମାରପିଟ୍ କରୁଥିଲେ । ଏପରିକି ସ୍ୱାମୀଙ୍କର ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ବି ରହିଛି । ସ୍ୱାମୀଙ୍କ ସମସ୍ତ ହରକତ ସମ୍ପର୍କରେ ଶ୍ୱଶୁର ଶଶୀଭୂଷଣ ଜାଣି ମଧ୍ୟ ନୀରବ । ଓଲଟା ରୋନାଲିଙ୍କୁ  ଗାଳିଗୁଲଜ କରି ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି ।

    ବାପଘରେ ରହୁଥିବା ରୋନାଲି ବାଙ୍କୀ ଥାନାରେ ଶ୍ୱଶୁର ଶଶୀଭୂଷଣ ବେହେରା, ସ୍ୱାମୀ ସତ୍ୟ ପ୍ରକାଶ ବେହେରା, ଶାଶୂ ସୁପ୍ରଭା ବେହେରାଙ୍କ ସମେତ ୫ ଜଣଙ୍କ ବିରୋଧରେ ଦେଇଛନ୍ତି ଏତଲା । ପୁଲିସ ଏହି ଏତଲାକୁ ଗ୍ରହଣ କରି ଦଫା ୪୯୮(କ), ୨୯୪, ୫୦୬, ୩୪ ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ର ଧାରା ୪ ରେ ମାମଲା ରୁଜୁ କରିଛି ।

    ସେପଟେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ଶଶୀ ବେହେରା । ସେ କହିଛନ୍ତି, ପୁଅ ବୋହୂଙ୍କ ମଧ୍ୟରେ କିଛି ମନମାଳିନ୍ୟ ଥାଇପାରେ । ମାତ୍ର ଯୌତୁକ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଅର୍ଥ ଓ ଯୌତୁକକୁ ନେଇ ମୋ ଆଚରଣ ଓଡ଼ିଶାବାସୀ ଜାଣନ୍ତି ବୋଲି ଶଶୀଭୂଷଣ ସଫେଇ ଦେଇଛନ୍ତି ।

    ସୂଚନାଥାଉକି, ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ତାଙ୍କ ବୋହୂ ଗତବର୍ଷ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ସେତେବେଳେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।

  • ପ୍ରଥମେ ପତ୍ନୀ ପରେ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲେ ମେଟ୍ରୋ କର୍ମଚାରୀ

    ପ୍ରଥମେ ପତ୍ନୀ ପରେ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲେ ମେଟ୍ରୋ କର୍ମଚାରୀ

    ଦିଲ୍ଲୀର ଜ୍ୟୋତି କଲୋନୀରୁ ହୃଦୟ ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ମେଟ୍ରୋର ଜଣେ କର୍ମଚାରୀ ଏହି ଭୟଙ୍କର ଘଟଣା ଘଟାଇଛନ୍ତି । ସେ ପ୍ରଥମେ ନିଜ ପତ୍ନୀ ଏବଂ ଝିଅକୁ ହତ୍ୟା କରି ପରେ ଆତ୍ମହତ୍ୟା କରିଛନ୍ତି । ହେଲେ ଏହି ଭୟଙ୍କର ପଦକ୍ଷେପ ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

    ପୋଲିସର ସୂଚନା ଅନୁସାରେ, ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) କର୍ମଚାରୀ ସୁଶୀଲ କୁମାର ମଙ୍ଗଳବାର ଦିନ ପୂର୍ବ ଦିଲ୍ଲୀର ଜ୍ୟୋତି କଲୋନୀ ଅଞ୍ଚଳରେ ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ।

    ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏକ PCRକୁ କଲ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା । ଦିଲ୍ଲୀ ମେଟ୍ରୋର ଜଣେ କର୍ମଚାରୀ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ସହକର୍ମୀ ସୁଶୀଲ କୁମାର(୪୩)ଙ୍କୁ ଭେଟିବା ପାଇଁ ଅଫିସରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ସାକ୍ଷାତ ମିଳିନଥିଲା । ଯେତେବେଳେ ସେ ସୁଶୀଲଙ୍କୁ କଲ କରିଥିଲେ, ସେ କଲରେ କାନ୍ଦିବାକୁ ଲାଗିଲେ । ଫୋନରେ ସୁଶୀଲ କହିଥିଲେ ଯେ, ସେ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ।

    ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ସୁଶୀଲ କୁମାରଙ୍କ ଘରେ ପହଞ୍ଚିଥିଲା । ପୋଲିସ ଘରେ ତିନିଟି ମୃତଦେହ ଜବତ କରିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ସୁଶୀଲ କୁମାରଙ୍କ ମୃତଦେହ ଛାତରେ ଝୁଲୁଥିବା ଦେଖିବାକୁ ମିଳିଛି । ତାଙ୍କ ପତ୍ନୀ ଅନୁରାଧା (୪୩) ଏବଂ ଛଅ ବର୍ଷର ଝିଅକୁ ଛୁରାମାଡ଼ କରାଯାଇଥିଲା । ଉଭୟଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ପୋଲିସ କହିଛି ଯେ, ସୁଶୀଲ ତାଙ୍କ ୧୩ ବର୍ଷର ପୁଅକୁ ଛୁରୀରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା, କିନ୍ତୁ ସେ ବଞ୍ଚିଯାଇଥିଲେ । ଦିଲ୍ଲୀ ଜିଟିବି ହସ୍ପିଟାଲରେ ପୁଅର ଚିକିତ୍ସା ଚାଲିଛି ।

  • ଵହଳଦାରେ ଗୁଳିକାଣ୍ଡ: ଆସାମୀ ସହ ଦୁଇ ଗୁରୁତର

    ଵହଳଦାରେ ଗୁଳିକାଣ୍ଡ: ଆସାମୀ ସହ ଦୁଇ ଗୁରୁତର

    ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଗୁଳିକାଣ୍ଡ। ୩ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଘର ମାଲିକ ମଧ୍ୟ ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଛନ୍ତି। ସେପଟେ ଲୋକଙ୍କ ହାବୁଡରେ ଜଣେ ଦୁର୍ବୃତ୍ତ ପଡିବାରୁ ବହେ ଛେଚା ଖାଇଛି।

    ବହଳଦା ଥାନା ଅଧୀନ କୁଲଗି ଛକ  ନିକଟରେ ଥିବା କାର୍ତ୍ତିକ ସ୍ୱାଇଁଙ୍କ ଘରେ ସୋମବାର ରାତି ପ୍ରାୟ ୯.୪୫ ରେ  ୩ ଦୁର୍ବୃତ୍ତ ପଶି ଗଣ୍ଡଗୋଳ କରିଥିଲେ। ଘର ମାଲିକ କାର୍ତ୍ତିକ ସ୍ବାଇଁଙ୍କୁ ମାଡ ମାରି ଗୁରୁତର କରିଦେଇଥିଲେ। ପାଟିତୁଣ୍ଡ ଶୁଣି ପଡୋଶୀ ଗୌରବ ଦାସ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଗୌରବଙ୍କ ଉପରକୁ ନାଇନ ଏମଏମ ପିସ୍ତଲରୁ ଗୁଳି ମାରିବାରୁ ଗୌରବଙ୍କ ପେଟରେ ଗୁଳି ବାଜିଥିଲା ଓ  ତାଙ୍କୁ ଗୁରୁତର ଅବସ୍ଥାରେ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଗୁଳିକରି  ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଜଣେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥଲେ, ଆଉ ଗ୍ରାମବାସୀ ତା ଉପରେ କରିଥିଲେ ହାତ ସଫେଇ।

    ପରେ ତାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାର ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାକୁ ରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଵହଳଦା ଥାନାଧିକାରୀ ରଂଜନ ବେହେରା ଏବଂ ରାଇରଙ୍ଗପୁର ଟାଉନଥାନା ଆଇଆଇସି ସ୍ଫର୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଜାରି ରଖିଛନ୍ତି ।  ଆସାମୀ ପାଖରୁ ୪ ମୋଵାଇଲ, ମାଉଜର ଓ ୬ ଟି ଗୁଳି ଜବତ କରିଛି । ତଦନ୍ତ ପରେ ସତ ପଦାକୁ ଆସିବ ବୋଲି କୁହାଯାଉଛି।