ବିଜେଡି ବିଧାୟକଙ୍କ ଯୌତୁକ ଲୋଭ

dowery allegation
dowery allegation against many bjd leaders

ବଲାଙ୍ଗୀର ରାଜାଙ୍କ ବିରୋଧରେ ଥାନାରେ ଅଭିଯୋଗ। ରାଜା ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସାନବୋହୂଙ୍କ ନିର୍ଯାତନା ଅଭିଯୋଗକୁ ନେଇ ରାଜ୍ୟ ତଥା ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସେହି ବିଜେଡ଼ିର ଆଉ ଜଣେ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଆସିଛି ସମାନ ଅଭିଯୋଗ।

ବିଜେଡ଼ିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ, ତାଙ୍କ ପୁଅ ଓ ପତ୍ନୀଙ୍କ ସମେତ ମୋଟ ୫ ଜଣଙ୍କ ବିରୋଧରେ ବାଙ୍କୀ ଥାନାରେ ଏକାଧିକ ଦଫାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କୁ ସମ୍ପୂର୍ଣ୍ଣ ବୈଦିକ ରୀତିରେ ବିବାହ କରିଥିଲେ ବାଙ୍କୀ ଅଞ୍ଚଳର ରୋନାଲି ବେହେରା।

ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ ବିଚାରପତି । ରୋନାଲିଙ୍କ ଅଭିଯୋଗ ହେଉଛି ବିବାହ ପରେ ୪୦ ଲକ୍ଷ ଟଙ୍କା ଯୌତୁକ ପାଇଁ ଶାଶୂଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସ୍ୱାମୀ ସତ୍ୟପ୍ରକାଶ ତାଙ୍କୁ ମାରପିଟ୍ କରୁଥିଲେ । ଏପରିକି ସ୍ୱାମୀଙ୍କର ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ବି ରହିଛି । ସ୍ୱାମୀଙ୍କ ସମସ୍ତ ହରକତ ସମ୍ପର୍କରେ ଶ୍ୱଶୁର ଶଶୀଭୂଷଣ ଜାଣି ମଧ୍ୟ ନୀରବ । ଓଲଟା ରୋନାଲିଙ୍କୁ  ଗାଳିଗୁଲଜ କରି ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି ।

ବାପଘରେ ରହୁଥିବା ରୋନାଲି ବାଙ୍କୀ ଥାନାରେ ଶ୍ୱଶୁର ଶଶୀଭୂଷଣ ବେହେରା, ସ୍ୱାମୀ ସତ୍ୟ ପ୍ରକାଶ ବେହେରା, ଶାଶୂ ସୁପ୍ରଭା ବେହେରାଙ୍କ ସମେତ ୫ ଜଣଙ୍କ ବିରୋଧରେ ଦେଇଛନ୍ତି ଏତଲା । ପୁଲିସ ଏହି ଏତଲାକୁ ଗ୍ରହଣ କରି ଦଫା ୪୯୮(କ), ୨୯୪, ୫୦୬, ୩୪ ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ର ଧାରା ୪ ରେ ମାମଲା ରୁଜୁ କରିଛି ।

ସେପଟେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ଶଶୀ ବେହେରା । ସେ କହିଛନ୍ତି, ପୁଅ ବୋହୂଙ୍କ ମଧ୍ୟରେ କିଛି ମନମାଳିନ୍ୟ ଥାଇପାରେ । ମାତ୍ର ଯୌତୁକ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଅର୍ଥ ଓ ଯୌତୁକକୁ ନେଇ ମୋ ଆଚରଣ ଓଡ଼ିଶାବାସୀ ଜାଣନ୍ତି ବୋଲି ଶଶୀଭୂଷଣ ସଫେଇ ଦେଇଛନ୍ତି ।

ସୂଚନାଥାଉକି, ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ତାଙ୍କ ବୋହୂ ଗତବର୍ଷ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ସେତେବେଳେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।

Leave a Reply

Your email address will not be published. Required fields are marked *