Category: ରାଜ୍ୟ ଖବର

  • ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ଲୋକଙ୍କ ପାଇଁ ଟେନସନର କାରଣ ପାଲଟିଛି । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଲୋକେ ଘରୁ ବାହାରିବା ପାଇଁ ଆଉ ମନ ବଳାଉନାହାଁନ୍ତି । ପୁଣି ଅଘୋଷିତ ବିଦ୍ୟୁତ୍ କାଟ୍ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଉଛି । ଗୁଳୁଗୁଳି ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କ ଟେନସନକୁ ଦ୍ୱିଗୁଣିତ କରିଛି ।

    ପଶ୍ଚିମରେ ତାତି ବଢୁଥିବା ବେଳେ ଉପକୂଳରେ କିନ୍ତୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ଘଟୁଛି । ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ତେଣୁ ସକାଳୁ ଗରମ ସହିତ ଅପରାହ୍ମରେ ସାମାନ୍ୟ ଆଶ୍ବସ୍ତି ମିଳୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଖରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ତାପମାତ୍ରା କିନ୍ତୁ ଅଧିକ ରହିବ । କେତେକ ସ୍ଥାନର ତାତି ୪୫ ଡିଗ୍ରୀ ଛୁଇଁବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେତେକ ସହରର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।
    ଖରା ସହିତ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରୁଛି ।

    କୌଣସି ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ମଧ୍ୟ ହେଉଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଆସନ୍ତା କିଛି ଦିନ ଯାଏ ତାପମାତ୍ରା ବଢ଼ିବ, ଗୁଳୁଗୁଳି ହେବ । ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

  • ଆଗକୁ ସପ୍ଲିମେଣ୍ଟାରୀ, ଫେଲ୍ ଓ ଡ୍ରପ୍ ଆଉଟ୍ ପିଲାଙ୍କୁ ସୁଯୋଗ

    ଆଗକୁ ସପ୍ଲିମେଣ୍ଟାରୀ, ଫେଲ୍ ଓ ଡ୍ରପ୍ ଆଉଟ୍ ପିଲାଙ୍କୁ ସୁଯୋଗ

    ମାଟ୍ରିକ ରେଜଲ୍ଟ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏକ ଘୋଷଣା କରିଛନ୍ତି । ଚଳିତବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି,ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା । ହେଲେ ଏଥର କିନ୍ତୁ ପରୀକ୍ଷା କରାଯିବ । ଫେଲ୍‌, ଡ୍ରପଆଉଟ୍ ପିଲାମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ । ତେବେ ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗତବର୍ଷ କୋରନା ସଂକ୍ରମଣ ଉପରମୁହାଁ ଥିଲା । ଏଥିପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥର କିନ୍ତୁ ସପ୍ଲିମେଣ୍ଟାରୀ ପରୀକ୍ଷା କରିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

    ଚଳିତବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପରୀକ୍ଷାରେ ପାସ୍ କରିଛନ୍ତି । ଫେଲ୍ ହୋଇଛନ୍ତି ୭୬୪୫ ଜଣ ଛାତ୍ରଛାତ୍ରୀ । ତେଣୁ ସେମାନେ ଆସନ୍ତା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା ୧୦ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ମଧ୍ୟ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।

    ସେପଟେ, ମାଟ୍ରିକ ରେଜଲ୍ଟ ଆଜି ଆସିବା ପରେ ୨୩ ତାରିଖରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ଛାତ୍ରଛାତ୍ରୀ ଅଫ୍‌ଲାଇନରେ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ୯୬.୪% ପିଲା ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ବେଳେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

  • ରାଜ୍ୟକୁ ଆଉ ଦୁଇଟି ‘ବନ୍ଦେ ଭାରତ’ ଦେବାକୁ ନବୀନଙ୍କ ଦାବି

    ରାଜ୍ୟକୁ ଆଉ ଦୁଇଟି ‘ବନ୍ଦେ ଭାରତ’ ଦେବାକୁ ନବୀନଙ୍କ ଦାବି

    ଓଡ଼ିଶା ଦେଇ ଆଉ ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସେପ୍ରସ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଟ୍ରନ୍ ପୁରୀରୁ ସମ୍ବଲପୁର ରାସ୍ତାରେ ରାଉରକେଲା ଯିବ । ଅନ୍ୟଟି ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

    ପୁରୀ ଓ କୋଣାର୍କ ମଧ୍ୟରେ ନୂଆ ରେଳ ଲାଇନ୍ କାମ କରିବାକୁ ମଧ୍ୟ ଦାବି କରିଛନ୍ତି ନବୀନ । ଏହା ରାଜ୍ୟର ପର୍ଯ୍ୟଟନ ବିକାଶକୁ ଆହୁରି ଆଗକୁ ନେବ । ଏଥିସହ ଅନୁଗୁଳ-ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ପୁରୀ ଓ କଟକ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ଏହି ଅବସରରେ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍, ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଦୋହରୀକରଣ ଏବଂ ଆଉ ଦୁଇଟି ରେଳଲାଇନ୍ ଲୋକାର୍ପିତ ହୋଇଛି । ରାଜ୍ୟରେ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

    ରାଜ୍ୟ ସରକାର ପୁରୀକୁ ଐତିହ୍ୟ ନଗରୀ କରିବାକୁ କାମ ଆରମ୍ଭ କରିଛନ୍ତି । ଏଥିପାଇଁ ଭିତ୍ତିଭୂମି ବିକାଶ କାମ ଜାରି ରହିଛି । ଶହେ ପ୍ରତିଶତ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପୁରୀ ଦେଶରେ ପ୍ରଥମ ସହର ହୋଇଛି । ତେଣୁ ପୁରୀ ଓ କୋଣାର୍କ ମଧ୍ୟରେ ରେଳ ସଂଯାଗ ନିହାତି ଜରୁରୀ ବୋଲି ସିଏମ୍ କହିଛନ୍ତି । ଏହାଦ୍ବାରା ଦୁଇ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଯାତାୟତ ଆହୁରି ସୁଗମ ଏବଂ ସହଜ ହୋଇପାରିବ ।

    ଖୁବଶୀଘ୍ର ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର କାମ ଆରମ୍ଭ ହେବ । ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ସହ ୪ ବର୍ଷ ମଧ୍ୟରେ ବିମାନ ବନ୍ଦର କାମ ସରି କାର୍ଯ୍ୟକ୍ଷମ ହେବ । ପୁରୀ-କୋଣାର୍କ ରେଳ ପ୍ରକଳ୍ପରେ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ । ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ସହ ଜମି ଅଧିଗ୍ରହଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯାହା ରେଳବାଇ ପାଇଁ ଲାଭଜନକ ହେ । ତେଣୁ ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ପିଏମଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ଆଜିଠାରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

    ଗୁରୁବାରକୁ ଛାଡ଼ି ଅନ୍ୟ ସବୁଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ରହିଛି । ପୁରୀରୁ ଏହି ଟ୍ରେନ୍ ଦିନ ୧.୫୦ରେ ଛାଡ଼ି ରାତି ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ସେହିଭଳି ହାୱଡାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

    ପଶ୍ଚିମବଙ୍ଗ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଏହା ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ପୂର୍ବରୁ ପଶ୍ଚିମବଙ୍ଗରେ ହାୱଡା-ଜଲପାଇଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି । ପାଖାପାଖି ୫୦୦ କିଲୋମିଟର ଦୂରତାକୁ ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଏପ୍ରିଲ୍ ୨୮ ତାରିଖରେ ହୋଇଥିଲା ।

    ଏହା ସାଧାରଣ ଟ୍ରେନ୍ ତୁଳନାରେ ବେଶ୍ ଆରାମଦାୟକ । ଟ୍ରେନର ସବୁ କୋଚ୍ ଏସି ଥିବାବେଳେ ଟ୍ରେନରେ ଜିପିଏସ୍ ଓ ଫାୟାର୍ ସେନ୍ସର ଲାଗିଛି । ୱାଇଫାଇ ସୁବିଧା ପାଇପାରିବେ ଯାତ୍ରୀ । ଖାଦ୍ୟପାନୀୟ ପାଇଁ ଡିପ୍ ଫ୍ରିଜର ମଧ୍ୟ ରହିଛି । ମୋବାଇଲ୍ ଚାର୍ଜିଂ ପଏଣ୍ଟ ଥିବାବେଳେ ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ରାକ୍ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ଫେବ୍ରୁଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା ।

  • କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    rape in scb
    lady sweeper alleged rape by supervisor

    କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେମ ବା ଏସସିବି ପରିସରରେ  ଦୁଷ୍କର୍ମ ଅଭିଯୋଗ। ନିଜ ସହ ଦୁଷ୍କର୍ମ ହୋଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା କର୍ମଚାରୀ। ପୀଡିତା ମେଡିକାଲରେ ଅସ୍ଥାୟୀ ଝାଡୁଦାର ଭାବେ କାମ କରୁଥିବା ବେଳେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସୁପରଭାଇଜର ଦୁଷ୍କର୍ମ ପରେ ଧମକ ଦେବାକୁ ପଛାଇ ନାହିଁ। ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା। ସେପଟେ ଅଭିଯୋଗ ପରେ ସୁପରଭାଇଜର ସେଠାରୁ ଫେରାର ହୋଇଯାଇଛି।

    ସୂଚନା ମୁତାବକ, ଏସସିବି ମେଡିକାଲର କାଜୁଆଲିଟିରେ ଜଣେ ମହିଳା ଝାଡୁଦାର  ଅସ୍ଥାୟୀ ଭାବେ କାମ କରନ୍ତି। ତେବେ ନିକଟରେ ଜନୈକ ସୁପରଭାଇଜର ମେଡିକାଲ ଏସଆର ହଷ୍ଟେଲର ରୁମ୍ ସଫା କରିବା ମହିଳାଙ୍କୁ କହିଥିଲେ। ମହିଳା ଝାଡୁଦାର ସେଠାକୁ ଯାଇ ରୁମ ସଫା କରୁଥିବା ବେଳେ ସୁପରଭାଇଜର ପହଞ୍ଚି ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏବିଷୟରେ କାହାରିକୁ କହିଲେ ଜୀବନରୁ ମାରୁ ଦେବାକୁ ଧମକ ଦେବାକୁ ସୁପରଭାଇଜର ଜଣକ ପଛାଇ ନଥିବା ଅଭିଯୋଗ ହୋଇଛି।  

    ଅଭିଯୋଗରେ ଆହୁରି ଉଲ୍ଳେଖ ରହିଛି କି, ଏସମ୍ପର୍କରେ ମେଡିକାଲରେ ଝାଡୁଦାରଙ୍କୁ ନିଯୁକ୍ତି ଦେଉଥିବା  ଆଉଟସୋର୍ସିଂ ସଂସ୍ଥାର ମାଲିକଙ୍କୁ ପୀଡିତା ଜଣାଇଥିଲେ। ହେଲେ ସଂସ୍ଥାର ମାଲିକ ଅଭିଯୋଗ ପାଇ ମଧ୍ୟ ସୁପରଭାଇଜର ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିଥିଲେ। ତେଣୁ  ପୀଡିତା ବାଧ୍ୟ ହୋଇ ବୁଧବାର ସନ୍ଧ୍ୟାରେ ମଙ୍ଗଳବାଗ ଥାନାକୁ ଯାଇ ଅଭିଯୋଗ କରିଥିବା ସୂଚନା ରହିଛି।  ଅଭିଯୋଗ ପରେ ଉକ୍ତ ସୁପରଭାଇଜର ଫେରାର ହୋଇଯାଇଥିବା ବେଳେ ପୋଲିସ ଓ ସାଉଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରୁଛନ୍ତି।

    ତେବେ  ସୁପରଭାଇଜର ଫେରାର ହୋଇଯିବା ପରେ ମହିଳାଙ୍କ ଅଭିଯୋଗରେ ସତ୍ୟତା ଥିବା କୁହାଯାଉଛି। ସେପଟେ ମେଡିକାଲ ପରିସରରେ ଏପରି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖିବାକୁ ମୁଳୁଛି। ରାଜ୍ୟ ସରକାର ଏସସିବିକୁ ବିଶ୍ୱସ୍ତରୀୟ ମେଡାକାଲ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମେଡିକାଲ ପରିସରକୁ ଦୁର୍ନୀତିମୁକ୍ତ କରିବାକୁ ସବୁଠାରେ ସିସି ଟିଭି କ୍ୟାମେରା ଲଗାଇଥିବା ବେଳେ ଏପରି କାମ କରିବାକୁ ଜଣେ କିପରି ସାହସ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

    ଅନ୍ୟପଟେ ସରକାର ରାଜ୍ୟର ଏହି ସର୍ବ ପୁରାତନ ଓ ବୃହତ ମେଡିକାଲ କଲେଜରେ ରାଜ୍ୟବାସୀଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଓ ରୋଗୀଙ୍କୁ ଦଲାଲ ତଥା ମେଡାକାଲ ଷ୍ଟାଫଙ୍କ ଶୋଷଣରୁ ରକ୍ଷା କରିବାର ଡିଣ୍ଡିମ ପିଟୁଥିବା ବେଳେ ସେଠାରେ ରୋଗୀଙ୍କୁ ଦଲାଲଠାରୁ ଆରମ୍ଭ କରି ସେଠାକାର କର୍ମଚାରୀ ବିଭିନ୍ନ ସେବା ପାଇଁ ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ମଧ୍ୟ ହୋଇଆସୁଛି। ଏହା ଉପରେ ସରକାର ରୋକ ଲଗାଇବାରେ ବିଫଳ ହୋଇଛନ୍ତି। ଏବେ ପୁଣି ଦୁଷ୍କର୍ମ ପରି ଅଭିଯୋଗ ଆସୁଛି।

  • ଅସହ୍ୟ ଗୁଳୁଗୁଳି, ପ୍ରବଳ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା

    ଅସହ୍ୟ ଗୁଳୁଗୁଳି, ପ୍ରବଳ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା

    ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ମୋକା ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଥିଲେ । ହେଲେ ଗତିପଥ ବଦଳାଇବାରୁ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିଲାନି । କିନ୍ତୁ ରାଜ୍ୟରେ ତାତି କମୁନି ବଢ଼ିବାରେ ଲାଗିଛି ଯାହାକୁ ନେଇ ଲୋକେ ଚିନ୍ତିତ ।

    ରାଜ୍ୟରେ ତାପମାତ୍ରା ବଢୁଛି । ସକାଳୁ ସକାଳୁ ଟାଣ ଖରା ସହ ଅସହ୍ୟ ଗୁଳୁଗୁଳି ଲୋକଙ୍କ ପାଇଁ ଟେନସନର କାରଣ ପାଲଟିଛି । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଲୋକେ ଘରୁ ବାହାରିବା ପାଇଁ ଆଉ ମନ ବଳାଉନାହାଁନ୍ତି । ପୁଣି ଅଘୋଷିତ ବିଦ୍ୟୁତ୍ କାଟ୍ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଉଛି । ଗୁଳୁଗୁଳି ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କ ଟେନସନକୁ ଦ୍ୱିଗୁଣିତ କରିଛି ।

    ସେପଟେ, ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିଛି । ପଶ୍ଚିମ ଓଡ଼ିଶାରେ ୪୪ ଡିଗ୍ରୀ ଉପରେ ରହୁଛି ତାତି । ଆସନ୍ତା ୩ ଦିନ ଯାଏ ଖରା ଅସମ୍ଭାଳ ହେବ । ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସୂଚନା ମିଳିଛି । ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି । ଖରା ସହିତ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରୁଛି । ପିକ୍ ଆୱାର ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ସେପଟେ, ଉପକୂଳ ଓଡ଼ିଶାକୁ ମିଳିଛି ସମାନ୍ୟ ଆଶ୍ବସ୍ତି ମିଳିଛି । ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ।

    ଉପକୂଳ ଓଡ଼ିଶାରେ ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମ୍ ରହିଛି । କିନ୍ତୁ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଏହି ଅଞ୍ଚଳରେ ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଗତକାଲି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ସୋନପୁର ଓ ଅନୁଗୁଳରେ ସର୍ବାଧିକ ୪୪.୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆସନ୍ତା କିଛି ଦିନ ଯାଏ ତାପମାତ୍ରା ବଢ଼ିବ, ଗୁଳୁଗୁଳି ହେବ । ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

  • ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସହାରରେ ଛାତ୍ରୀ ଆଗୁଆ

    ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସହାରରେ ଛାତ୍ରୀ ଆଗୁଆ

    ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଦିନ ୧୦ଟାରେ ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବୋର୍ଡ ଷ୍ଟାଫଙ୍କ ଉପସ୍ଥିତିରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା ହୋଇଛି । ଚଳିତଥର ମାଟ୍ରିକରେ ପାସ୍ ହାର ରହିଛି ୯୬.୪ ପ୍ରତିଶତ । ୩ ହଜାର ୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

    ଅପରାହ୍ଣ ୧୨ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ। www. bseodisha.ac.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ରେଜଲ୍ଟ ଚେକ୍‌ କରିପାରିବେ। SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ । OR10 ଲେଖି ସ୍ପେଶ୍‌ ଦେବା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍‌ କରି 5676750 ନମ୍ବରକୁ ପଠାଇ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି କୌଣସି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ । ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି । ନମ୍ବରଟି ହେଲା ୦୬୭୧-୨୪୧୫୪୬୦ ।

    ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ A1 ଗ୍ରେଡରେ ପାସ୍ କରିଛନ୍ତି । ୨୯ ହଜାର ୮୩୮ ଜଣ A2, ୭୭ ହଜାର ୫୬୭ ଜଣ B1ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

    ୧ ଲକ୍ଷ ୧୮ ହଜାର ୭୫୦ ଜଣ B2, ୧ ଲକ୍ଷ ୨୧ ହଜାର ୬୧୧ ଜଣ C ଗ୍ରେଡରେ ପାସ୍ କରିଛନ୍ତି । ସେହିପରି ୯୫ ହଜାର ୬ ଜଣ D,୬୧ ହଜାର ୪୭୪ ଜଣ E ଗ୍ରେଡରେ ପାସ୍ କରିଥିବା ବେଳେ ୭୬୪୫ ଜଣ F ଗ୍ରେଡରେ ପାସ୍ କରିଛନ୍ତି । ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି । ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି ।

  • କୋରାପୁଟ ଏବଂ ଗଞ୍ଜାମରେ ଲାଞ୍ଚ କାରବାର, ୩ ଜଣ ଗିରଫ

    କୋରାପୁଟ ଏବଂ ଗଞ୍ଜାମରେ ଲାଞ୍ଚ କାରବାର, ୩ ଜଣ ଗିରଫ

    ଲାଞ୍ଚ ନେଇ ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସିଡିପିଓ । ତାଙ୍କ ଅଫିସରେ କାର୍ଯ୍ୟରତ କିରାଣିଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ । ଅନ୍ୟ ଏକ ଘଟଣାରେ ବେଗୁନିଆପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଗିରଫ ହୋଇଛନ୍ତି ।

    ଅଙ୍ଗନବାଡି କର୍ମୀମାନଙ୍କୁ ନିଯୁକ୍ତି ରିଲିଜ୍ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନମିତା ରାଣୀ ପାଉଲ । ଜୟପୁର ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁର ସିଡିପିଓ ନମିତା ରାଣୀ ପାଉଲ । ସିଡିପିଓଙ୍କ ଅଫିସରେ କାର୍ଯ୍ୟରତ କିରାଣି ଅଶ୍ୱିନୀ କୁମାର ପ୍ରଧାନ ମଧ୍ୟ ଧରାପଡ଼ିଛନ୍ତି । ବନ୍ଧୁଗାଁ ବ୍ଲକର ଦେର୍କା ଅଙ୍ଗନବାଡି କେନ୍ଦ୍ରରେ ମହିଳାଙ୍କ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଭୟ ଅଭିଯୁକ୍ତ । ଏନେଇ ଅଙ୍ଗନୱାଡି କର୍ମୀଙ୍କ ବାପା ରାଉତ କୁଲେସିକା, ଭିଜିଲାନ୍ସରେ ଅଭିଯୋଗ କରିବାରୁ ଜାଲ ବିଛାଇ ଧରିଥିଲା ଭିଜିଲାନ୍ସ ଟିମ୍ ।

    କୁଲେସିକାଙ୍କ ଠାରୁ ଅଶ୍ୱିନୀ ୪୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ ଓ ସିଡିପିଓ ପାଉଲଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟ ନେଇ ଅଧିକ ତଦନ୍ତ କରୁଛି ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ପଦବୀରେ ନିଯୁକ୍ତି ପତ୍ର ଦେବା ପାଇଁ କୁଲେସିକାଙ୍କ ଠାରୁ ଅଶ୍ୱିନୀ ଓ ସିଡିପିଓ ପୂର୍ବରୁ ଏକ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ମାଲକାନଗିରି ଓ ଜୟପୁରର ୧୧ ଜଣିଆ ଟିମ୍ ଏହି ରେଡ୍ କରିଥିଲେ ।

    ସେପଟେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ନାୟକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଭତ୍ତା କରାଇବାକୁ ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଉଭୟ ମାମଲାରେ ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।

  • ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ।

    ବୃଦ୍ଧାଙ୍କୁ ହତ୍ୟା କରି ଶେଷରେ ଜେଲରେ ସାରା ଜୀବନ କଟାଇବେ ଅଭିଯୁକ୍ତ । ଏଭଳି ରାୟ ପ୍ରକାଶ କରିଛନ୍ତି କୋର୍ଟ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାମୁନାଳିଆ ଗାଁରେ ୨୦୧୩ ମସିହା ସେପ୍ଟେମ୍ବର ୮ ତାରିଖରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଜମ୍ଭୀରା ବେୱା ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ପାରିବାରିକ କଳହରୁ ସେହି ଗାଁର ଦେବାନନ୍ଦ ନାୟକ ଭୁଜାଲିରେ ହାଣି ତାଙ୍କୁ ହତ୍ୟା କରିଥିଲା ।

    ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତରେ ଉପସ୍ଥିତ ରହି ୧୨ ଜଣ ସାକ୍ଷ୍ୟ ଦେବା ପରେ ଦେବାନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଶେଷରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଅଦାଲତ । ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  • ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା,ଦୁଇ ଭାଇଙ୍କୁ ଧରିଲା STF

    ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା,ଦୁଇ ଭାଇଙ୍କୁ ଧରିଲା STF

    ସୋନପୁର ଫରେଷ୍ଟ ଡିଭିଜନରୁ ବଜ୍ରକାପ୍ତା ଉଦ୍ଧାର । ନଛିପୁର ସୋନପୁର-ମେନରୋଡ୍ ରାସ୍ତାକଡ଼ରୁ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ STF। ଗୋଟିଏ ବଜ୍ରକାପ୍ତାର ଓଜନ ୭ କିଲୋଗ୍ରାମ୍ । ଅନ୍ୟ ବଜ୍ରକାପ୍ତାର ଓଜନ ୩ କିଲୋଗ୍ରାମ । ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଧରିଛି ପୋଲିସ ।

    ସୋନପୁର ଜିଲ୍ଲା ଲଚ୍ଛିପୁର ଥାନା ଝଙ୍କରପାଲି ଗାଁର ବେଦବ୍ୟାସ ଧରୁଆଙ୍କୁ ଗିରଫ କରାଯାଇଛି । ତାଙ୍କ ଭାଇ ନବଦୀପ ଧରୁଆଙ୍କୁ ମଧ୍ୟ ଧରିଛି ଧରିଛି STF ଟିମ୍ । ବନ୍ୟଜନ୍ତୁ ଆଇନ୍ ଉଲ୍ଲଂଘନ କରିଛନ୍ତି ଦୁଇ ଭାଇ । ତେଣୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରହିଛି ।
    ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟତଃ ଏଭଳି ବନ୍ୟଜନ୍ତୁ ଶିକାର କରି ଗିରଫ ହେଉଛନ୍ତି ଅଭିଯୁକ୍ତ । କିଏ ହାତୀ ଶିକାର କରୁଛି ତ କିଏ କୁଟୁରା । ଆଉ ବଜ୍ରକାପ୍ତା ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି । ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚ STF ଟିମ୍ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି ।

    ଗତ କିଛି ଦିନ ପୂର୍ବେ ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ବଜ୍ରକାପ୍ତା ଡିଲ୍ ବେଳେ ବନପାଳ ସମେତ ୬ ଜଣଙ୍କୁ ଗିରଫ କରିଥିଲା କପ୍ତିପଦା ଥାନା ପୋଲିସ । ସେହିପରି କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ କାଞ୍ଜିପାଣି ନିକଟ ଟାଙ୍ଗରାପଡ଼ା ଗାଁରୁ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରାଯାଇଥିଲା ।