Category: ରାଜ୍ୟ ଖବର

  • ଅନାବାଦୀ ଜାଗାରେ ଦାଦାଗିରି, ବଟି ଦିଅ ଦୋକାନଘର ନିଅ

    ଅନାବାଦୀ ଜାଗାରେ ଦାଦାଗିରି, ବଟି ଦିଅ ଦୋକାନଘର ନିଅ

    ଅସ୍ଥାୟୀ ଭାବେ ଛୋଟ ଦୋକାନଟେ କଲେ କିଛି ଅସାମାଜିକ ଯୁବକ ମାଗୁଛନ୍ତି ୮୦ ହାଜର ଟଙ୍କା ଦାଦା ବଟି । ଦାଦାବଟୀ ମାଗୁଥିବା ଅପରାଧୀଙ୍କୁ ଯାଜପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ କେବେ ଗିରଫ ହେବେ ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ତହସିଲ ଅଧିନସ୍ଥ ମଧୁବନ ହାଟର ପାଞ୍ଚ ଗୋଛିଆ ଗ୍ରାମରେ । ଅଭିଯୋଗକାରୀ ପ୍ରକାଶ ସାହୁ ମଧୁବନ ହାଟ ନିକଟର ଅନାବାଦୀ ଜାଗାରେ ଏକ ଛୋଟ ଦୋକାନ କରି ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ପରିବାର ଚଳାଇ ଆସୁଥିଲେ । ଦୋକାନଟି ବର୍ଷା ହେଲେ ଦବିଯାଉଥିବାରୁ ସାମାନ୍ୟ କଂକ୍ରିଟ କାମ କରୁଥିବା ବେଳେ ଏହାକୁ ବିରୋଧ କରି ବଟି ମାଗୁଥିଲେ କିଛି ଅସାମାଜିକ ବ୍ୟକ୍ତି । ଏଥିସହିତ ଯଦି ସେହି ସ୍ଥାନରେ ପ୍ରକାଶ ଦୋକାନ କରନ୍ତି ତେବେ ସେମାନଙ୍କୁ ୮୦ ହଜାର ଟଙ୍କା ଚାନ୍ଦା ଦେବାକୁ ହେବ, ନହେଲେ ମାଡ ମାରିବେ ବୋଲି ଧମକ ଦେଇଥିଲେ ।

    ଅନ୍ୟପଟେ ଦାଦାବଟି ମାଗୁଥିବା ବ୍ୟକ୍ତି ମାନେ ମଧ୍ୟ ସେହି ଅନାବାଦୀ ଜାଗାରେ ଦୀର୍ଘ ୨୫ ବର୍ଷ ପାଖାପାଖି ରହିଆସୁଛନ୍ତି । ଏପରି କି କୋଠା ଘର ନିର୍ମାଣ ମଧ୍ୟ କରଥିବା କୁହନ୍ତି ସେହି ଗ୍ରାମର କିଛି ବୁଦ୍ଧିଜୀବି । ଏପରିକି ସେହି ସ୍ଥାନରେ ଘର ଭଡାରେ ମଧ୍ୟ ଲଗାଇଥିବା ଜଣାପଡିଛି । ଏମାନେ ନିଜେ ଅନାବାଦୀ ଜାଗାରେ ରହିଆସୁଥିଲେ ସୁଦ୍ଧା ଅନାବାଦୀ ସ୍ଥାନରେ ଘର ଭଡ଼ା ଦେଇ ମାଲାମାଲ ହେଉଥିବା ବେଳେ ଏକ ଗରିବ ପିଲା ପ୍ରକାଶ ସାହୁଙ୍କୁ ଧମକ ଦେବାକୁ କିପରି ସାହସ କରୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ସ୍ଥାନୀୟ ତହସିଲଦାର କହୁଛନ୍ତି ଯେ, ସେ ଖବର ପାଇଛନ୍ତି ଯେ ସେଠାରେ ଅଳ୍ପ କନଷ୍ଟ୍ରକ୍ସନ କାମ ଆରମ୍ଭ ହୋଇଛି । ତାହାର ତଦନ୍ତ ଖୁବ ଶିଘ୍ର କରିବେ ।

    ତେବେ ୮୦ ହଜାର ଟଙ୍କା ଦାଦା ବଟି ମାଗୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ନେଇ କେବେ ପ୍ରଶାସନ ଉତ୍ତର ଦେବ ତାହା ସମୟ କହିବ । ହେଲେ କାହା ବଳରେ ଏହି ଅସାମାଜିକ ଯୁବକ ମାନେ ଏପରି ସାହାସ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଏନେଇ ରସୁଲପୁର ତହସିଲରେ ଅଭିଯୋଗ ହୋଇଥିବା ବେଳେ କେବେ ସେମାନଙ୍କ ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସମୟ କହିବ ।

  • ଘରେ ଓ ଦୋକାନରେ ଚାଲିଛି ବେଧଡକ ମଦ କାରବାର, ଯାହାକୁ ନେଇ ଗର୍ଜିଲେ ମହିଳା

    ଘରେ ଓ ଦୋକାନରେ ଚାଲିଛି ବେଧଡକ ମଦ କାରବାର, ଯାହାକୁ ନେଇ ଗର୍ଜିଲେ ମହିଳା

    ମଦକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳ ପରେ ତାତିଲେ ମହିଳା । ଘର ଓ ଦୋକାନରୁ ଚୋରା ମଦ ବାହାର କରି ସରସମ୍ମୁଖରେ କଚାଡି ଭାଙ୍ଗିଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଧିନ ଫତେପୁର ପଞ୍ଚାୟତ ଶ୍ରୀରାମପୁର ଛକ ନିକଟରେ । ସୂଚନା ଅନୁଯାୟୀ, ଶ୍ରୀରାମପୁର ଛକ ନିକଟରେ କେତକ ସାଧାରଣ ଦୋକାନ ଓ ଘରେ ଅନେକ ଦିନ ଧରି ଚୋରାରେ ମଦ ବିକ୍ରି ହୋଇଆସୁଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ମଦ୍ୟପ ମାନେ ନିଜ ନିଜ ଭିତରେ ଗଣ୍ଡଗୋଳ କରିଥିଲେ ।

    ଯାହାର ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡିଥିଲା । ଏହି ଘଟଣା ପରେ ଗାଁର କିଛି ମହିଳା ଏକାଠି ହୋଇ ଚୋରାରେ ମଦ ବିକ୍ରି କରାଯାଉଥିବା ଦୋକାନ ଓ ଘର ଉପରେ ମିଳିତ ଭାବେ ଚଢ଼ାଉ କରିଥିଲେ ।

    ଉତ୍ୟକ୍ତ ଲୋକମାନେ ଯେଉଁ ମଦ ଗୁଡିକ ଜବତ କରିଥିଲେ ସେଗୁଡିକୁ ସମସ୍ତଙ୍କ ସାମ୍ନାରେ କଚାଡି ଭାଙ୍ଗି ଦେଇଥିଲେ । ପରେ ଖବର ପାଇଁ ଧୁସୁରି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେବେ ଜଣେ ଚୋରା ମଦ ବେପାରୀକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି ।

  • ହାତୀ ଛୁଆ ସମାଧି ଠାରେ ଘୂରି ବୁଲୁଛି ମା’ ହାତୀ

    ହାତୀ ଛୁଆ ସମାଧି ଠାରେ ଘୂରି ବୁଲୁଛି ମା’ ହାତୀ

    ସେ ମଣିଷ ହେଉ ବା ଇତର ପଶୁଟିଏ, ମା’ ପାଇଁ ତାର ସନ୍ତାନ ହିଁ ସବୁକିଛି। ସନ୍ତାନ ପାଇଁ ଅନ୍ୟର ଜୀବନ ନେଇପାରେ ବା ନିଜର ଜୀବନ ମଧ୍ୟ ଦେଇପାରେ। ଆଉ ସନ୍ତାନକୁ ହରେଇ ବସିଲେ ସେଇଠି ଅଟକିଯାଏ ତାର ସମୟ। ସମସ୍ତେ ସେହି ଅଭାବକୁ ଭୁଲିଯାଇପାରନ୍ତି, ହେଲେ ମା’ ପାଇଁ ଆଜୀବନ ଏହା ଏକ ଅପୂରଣୀୟ କ୍ଷତି ହୋଇରହିଯାଏ। ସେଥିପାଇଁ ତ ଏଇ ମା’ ହାତୀଟି ଘୁରି ବୁଲୁଛି ସେହି ସ୍ଥାନରେ, ଯେଉଁଠି ସେ ତାର ଶାବକ ଜନ୍ମ ଦେଇ ହରେଇଥିଲା।

    ସେହି ଜାଗାରେ ଏଣେ ତେଣେ ଖୋଜୁଛି ତାର ଛୁଆକୁ। ସେହି ସ୍ଥାନ ଛାଡି ଆଉ କୁଆଡେ ଯାଉନି। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଯୋଡ଼ା ସେକ୍ସନ୍ ଦଡୁଆଁ ଜଙ୍ଗଲରେ । ଛୁଆକୁ ହରାଇ ମା’ହାତୀ ଦୁଃଖରେ ମ୍ରିୟମାଣ ହୋଇ ମୃତ ହାତୀଛୁଆ ପୋତାଯାଇଥିବା ସ୍ଥାନ ଚାରିପାଖରେ ରାତିସାରା ପଇଁତରା ମାରିଥିଲା…। ଗତକାଲି ଆମେ ଦେଖାଇଥିଲୁ କି, ଗତ ରବିବାର ରାତି ୮ଟା ରେ ୧୨ ଟିକିଆ ହାତୀ ପଲରୁ ଗୋଟିଏ ମାଈ ହାତୀ ଛୁଆ ଜନ୍ମ କରିଥିଲା । ହେଲେ କୌଣସି କାରଣରୁ ହାତୀ ଛୁଆଟିର ମୃତ୍ୟୁ ଘଟିଥିଲା । ଖବର ପାଇ ଗତକାଲି ବନ ବିଭାଗ ପହଞ୍ଚି ମୃତ ହାତୀ ଛୁଆର ଶବ ବ୍ୟବଛେଦ କରି ଜଙ୍ଗଲରେ ହାତୀ ଛୁଆର ମୃତଦେହକୁ ସମାଧି ଦେଇ ସେଠାରୁ ଚାଲିଯାଇଥିଲା।

    କିଛି ସମୟ ପରେ ମାଆ ହାତୀ ସେଠାରେ ପହଞ୍ଚି ଲୁହ ଛଳଛଳ ଆଖିରେ ଖୋଜିଥିଲା ତା ଛୁଆକୁ। ଅନେକ ସମୟ ଧରି ସେଠାରେ ଠିଆ ହୋଇ ନିଜ ସନ୍ତାନକୁ ଅପେକ୍ଷା କରି ରହିଥିଲା ଯେମିତି । ନିକଟରେ ଥିବା ବନକର୍ମଚାରୀ ମାଆ ହାତୀର ଏହି ଯନ୍ତ୍ରଣାସିକ୍ତ ଅବସ୍ଥାକୁ ରେକର୍ଡ କରିଥିଲେ ନିଜ ମୋବାଇଲରେ। ହାତୀଟିଏ ହୋଇ ବି ନିଜ ଛୁଆପ୍ରତି ତାର ଅନାବିଳ ମମତା ବିହ୍ବଳିତ କରିଥିଲା ଅନେକଙ୍କୁ। ମା ହାତୀର ଯନ୍ତ୍ରଣାରେ ସାରା ଜଙ୍ଗଲ ଯେମିତି ହୋଇଯାଇଥିଲା ମ୍ରିୟମାଣ

  • ଛେଳି ଖାଦ୍ୟ ଆଣିବାକୁ ଯାଇ ଚାଲିଗଲା ମହିଳାଙ୍କ ଜୀବନ

    ଛେଳି ଖାଦ୍ୟ ଆଣିବାକୁ ଯାଇ ଚାଲିଗଲା ମହିଳାଙ୍କ ଜୀବନ

    ଜି ଉଦୟଗିରି ଥାନା ଅଧୀନ ଡକେଦି ଗ୍ରାମର ନିର୍ମଳା ନାୟକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ।ପୋଲିସ ମୃତଦେହ ଜବତ କରି ଚଳାଇଛି ତଦନ୍ତ। ସୂଚନା ମୁତାବକ, ଡକେଦି ଗ୍ରାମର ନିବାସୀ ନିର୍ମଳା ଜଣେ ଗରିବ ଶ୍ରେଣୀର ମହିଳା। ଛେଳି ପାଳି ଚଳିଥାନ୍ତି। ଆଜି ନିଜର ଛେଳିପାଇଁ ଗଛ ପତ୍ର ସଂଗ୍ରହ କରିବାକୁ ଗାଁ ନିକଟରେ ଥିବା ଏକ ଚୁଆ ପାଖକୁ ଯାଇଥିଲେ। ଡାଳ ହାଣୁଥିବା ବେଳେ ଡାଳଟି ଏକ ବିଦ୍ୟୁତ୍ ତାର ଉପରେ ପଡି ଯାଇଥିଲା। ନିର୍ମଳା ଡାଳଟିକୁ ଟାଣିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଓ ବିଦ୍ୟୁତ୍ ଝଟକାରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଚୂଆ କୁ ଗାଧୋଇ ଆସିଥିବା କିଛି ଲୋକ ସାଙ୍ଗେ ସାଙ୍ଗେ ଜି ଉଦୟଗିରି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବକୁ ଜି ଉଦୟଗିରି ମେଡ଼ିକାଲ ଆଣି ପୋଷ୍ଟ ମଟମ୍ କରିଛି ଏବଂ ଏକ ଏତଲା ଦାୟର କରି ତଦନ୍ତ ଚଳାଇଛି।

  • ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀଙ୍କ ରାଜପଥ ଅବରୋଧ

    ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀଙ୍କ ରାଜପଥ ଅବରୋଧ

    ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ। ଗରା, ବାଲ୍ଟି ରଖି ଅବରୋଧ କଲେ ରାଜରାସ୍ତା। ଫଳରେ ଯାତାୟାତ ବାଧାପ୍ରାପ୍ତ। ପାନୀୟ ଜଳ ପାଇଁ ରାସ୍ତା ଅବରୋଧ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଧୀନସ୍ଥ ଅନନ୍ତପୁର ପଞ୍ଚାୟତ ରେ । ପଞ୍ଚାୟତର ନହରଣା ତିହୁଡି ମୁଖ୍ୟ ରାସ୍ତାର ନୂଆଗାଁରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ସୂଚନା ମୁତାବକ ବାଲିସାହି, ନୂଆଗାଁ,ଗୋପୀନାଥପୁର ଓ ସାମନ୍ତରାପୁରକୁ ୧୫ ଦିନ ହେବ ପାଇପ ଯୋଗେ ଜଳ ଯୋଗାଣକୁ ବନ୍ଦ କରି ଦିଆଯାଇଛି।

    ଫଳରେ ଲୋକେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସମ୍ପୃକ୍ତ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବ୍ବିଡ଼ିଓଙ୍କ ସହିତ ସମସ୍ତ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ ସମାଧାନର ବାଟ ବାହାର କରାଗଲାନି। ତେଣୁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ୪ ଗ୍ରାମର ଗ୍ରାମବାସୀ ମିଳିତ ହୋଇ ଆଜି ସକାଳୁ ରାସ୍ତା ରୋକ କରିଥିଲେ। ମହିଳାମାନେ ରାସ୍ତାରେ ଗରା, ବାଲ୍ଟି, ଡେକ୍ଚି ଆଦି ରଖିବା ସହ ରାସ୍ତାରେ ବାଉଁଶ ଓ ତାର ବାନ୍ଧି ରାସ୍ତା ରୋକ କରି ଯାନବାହନ ଚଳାଚଳ କରିଥିଲେ ଠପ। ୩ ଘଣ୍ଟା ଧରି ରାସ୍ତାରୋକ କରିବା ପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଓ ପୋଲିସ ଅଧିକାରୀ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି।

    ଗ୍ରାମବାସୀଙ୍କ ରାସ୍ତାରୋକ ପାଇଁ ୩ ଘଣ୍ଟା ଧରି ରାସ୍ତାରୁ ଦୁଇ ପାର୍ଶ୍ବରେ ଅଟକି ରହିଥିଲା ଗାଡି। ଏମିତି କି ଏକ ଆମ୍ବୁଲାନ୍ସକୁ ମଧ୍ୟ କିଛି ସମୟ ଅଟକା ଯାଇଥିବା ବେଳେ ଆମ୍ବୁଲାନ୍ସ ପାଇଁ ରାସ୍ତା ଛାଡିଥିଲେ। ତେବେ ପ୍ରତିଶ୍ରୁତି ମୁତାବକ, ଯଥାଶୀଘ୍ର ପାଣି ଯୋଗାଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀଙ୍କ ଚେତାବନୀ

  • ଦୁର୍ଘଟଣା ଘଟାଇଥଇବା ଗ୍ୟାସ ଟ୍ୟାଙ୍କରକୁ ଜବତ କଲା ପୋଲିସ

    ଦୁର୍ଘଟଣା ଘଟାଇଥଇବା ଗ୍ୟାସ ଟ୍ୟାଙ୍କରକୁ ଜବତ କଲା ପୋଲିସ

    ପାରାଦ୍ଵୀପ ଜିରୋ ପଏଣ୍ଟ ନୀକଟରେ ମରର୍ମ୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ ଆରୋହିଙ୍କ ଉପରେ ଚଢିଗଲା ଗ୍ୟାସ ଟ୍ୟାଙ୍କର । ଟଣାସ୍ଥଳରେ ବାଇକ ଆରୋହୀ ଙ୍କ ମୃତୁ । ମୃତକ ଯୁବକ ଜଣକ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର ବୋଲି ସୂଚନା ମିଳିଛି । ପ୍ରଭାତ ପାରାଦ୍ଵୀପ ଷଣ୍ଢକୁଦ ଅଞ୍ଚଳର ଏକ କମ୍ପାନୀରେ ପାଇପଲାଇନ ରେ କାର୍ଯ୍ୟ କରୁଥିଲେ। ସକାଳୁ ନିଜ ବାଇକ ଯୋଗେ ଡିୟୁଟିକୁ ଆସୁଥିବା ବେଳେ , ଜିରୋପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଭାତ ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ମୃତଦେହ କୁ ଅଠରବାଙ୍କି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ , ଗ୍ୟାସ ଟ୍ୟାଙ୍କରକୁ ମଧ୍ଯ ଜବତ କରାଯାଇଛି ।

  • ଅବିବାହିତ ସନ୍ତାନ ଜନ୍ମ ନେଇ ସୁପ୍ରିମକୋର୍ଟଙ୍କ ବଡ ମନ୍ତବ୍ୟ, ସିଙ୍ଗଲ ମହିଳା ଜଣକ କରିଥିଲେ ଆବେଦନ

    ଅବିବାହିତ ସନ୍ତାନ ଜନ୍ମ ନେଇ ସୁପ୍ରିମକୋର୍ଟଙ୍କ ବଡ ମନ୍ତବ୍ୟ, ସିଙ୍ଗଲ ମହିଳା ଜଣକ କରିଥିଲେ ଆବେଦନ

    ବିନା ବିବାହରେ ସରୋଗେସି ମାଧ୍ୟମରେ ଜଣେ ମହିଳା ମାତା ହେବାର ପିଟିସନ୍ ରେ ସୁପ୍ରିମକୋର୍ଟ ଶୁଣାଣି ଦେଇଛନ୍ତି। ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ ପଶ୍ଚିମ ଦେଶ ଭଳି କରିପାରିବୁ ନାହିଁ | ଏହି ପ୍ରସଙ୍ଗରେ ଆମେ ସେମାନଙ୍କୁ ଅନୁସରଣ କରିପାରିବୁ ନାହିଁ | କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ବିବାହ ପ୍ରତିଷ୍ଠାନକୁ ସଂରକ୍ଷଣ କରାଯିବା ଉଚିତ୍। ଆମକୁ ଏହିପରି ଅନୁଷ୍ଠାନଗୁଡିକର ସୁରକ୍ଷା କରିବାକୁ ପଡିବ | ବାସ୍ତବରେ ଜଷ୍ଟିସ୍ ବି.ଭି ନଗରତ୍ନା ଏବଂ ଅଗଷ୍ଟାଇନ ଜର୍ଜ ମସିହଙ୍କ ଦ୍ୱେତ ବେଞ୍ଚ ସମକ୍ଷ ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।

    ବିବାହ ବିନା ସରୋଗେସି ମାଧ୍ୟମରେ ଏକାକୀ ମହିଳା ମା’ ହେବାକୁ ଚାହାଁନ୍ତି

    ବର୍ତ୍ତମାନର ମାମଲାରେ ଜଣେ ୪୪ ବର୍ଷ ବୟସ୍କା ଅବିବାହିତ ମହିଳା ଏହି ଆବେଦନ କରିଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସେ ବିନା ବିବାହରେ ସରୋଗେସି ମାଧ୍ୟମରେ ମା ହେବାକୁ ଚାହୁଁଛନ୍ତି। ଏପରି ପରିସ୍ଥିତିରେ କୋର୍ଟ ତାଙ୍କୁ ଅନୁମୋଦନ ଦେବା ଉଚିତ୍। ଏହା ଶୁଣି ଡବଲ୍ ବେଞ୍ଚ ପ୍ରଶ୍ନ ଉଠାଇଲା ଯେ ସେ କାହିଁକି ଏପରି କରିବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦେଶରେ ମା ହେବାର ଅନେକ ଉପାୟ ଅଛି | କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆଇନ ଅନୁଯାୟୀ ଯଦି ଜଣେ ମହିଳା ମା ହେବାକୁ ଚାହାଁନ୍ତି ତେବେ ସେ ବିବାହ କରିପାରିବେ। ଏହା ବ୍ୟତୀତ ଏକ ଶିଶୁ ଗ୍ରହଣ କରିବାର ଅଧିକାର ଦେଶର ଆଇନରେ ମଧ୍ୟ ଦିଆଯାଇଛି।

    ଆବେଦନରେ ସରୋଗେସିର ଏହି ନିୟମକୁ ଦିଆଗଲା ଚ୍ୟାଲେଞ୍ଜ

    ସୂଚନା ଅନୁଯାୟୀ, ଦିଆଯାଇଥିବା ମାମଲା , ସରୋଗେସିର ଧାରା ୨(ଏସ) କୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ଏଥିରେ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଛି। ଆବେଦନ ଅନୁଯାୟୀ, ଏହି ନିୟମ ଜଣେ ମହିଳାଙ୍କୁ ସରୋଗେସି ମାଧ୍ୟମରେ ମା ହେବାକୁ ଅନୁମତି ଦିଏ ନାହିଁ। ନିୟମ ଅନୁଯାୟୀ, ଦେଶର ଏମିତି ମହିଳା ଯିଏକି ୩୫ ରୁ ୪୫ ବର୍ଷ ବୟସର | ଯେଉଁ ମହିଳା ବିଧବା କିମ୍ବା ତାର ଛାଡପତ୍ର ହୋଇଯାଇଛି ଏବଂ ସେ ମା ହେବାକୁ ଚାହୁଁଛି ତେବେ ଏପରି ଏକାକୀ ମହିଳାଙ୍କୁ ସରୋଗେସି ମାଧ୍ୟମରେ ମା ହେବାକୁ ଅନୁମତି ଦିଆଯାଇନଥାଏ |

    https://arajunoroadproject.org/

  • କଲ୍ଲୋହୁଣ୍ଡୁଳା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

    କଲ୍ଲୋହୁଣ୍ଡୁଳା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

    ଗତ ଜାନୁଆରୀ ୧୫ ତାରିଖରେ କୋହ୍ଲ ହୁଣ୍ଡୁଳାରେ ହୋଇଥିବା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଯୋଡ଼ା ପୋଲିସ । ଘଟଣାରେ ସଂପୃକ୍ତ କୋହ୍ଲ ହୁଣ୍ଡୁଳା ଗାଁର ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ୍ । ଏମାନେ ହେଲେ ମୃତ ନାବାଳକଙ୍କ ଭିଣୋଇ ରାମଜାନ ମୁଣ୍ଡା ଓ ତାଙ୍କ ଭାଇ ଜଙ୍କ ମୁଣ୍ଡା ।

    ସୂଚନା ଅନୁଯାୟୀ, ରାମଜାନ ୪ ବର୍ଷ ତଳେ ଜାମୁକୁଣ୍ଡିଆର ଏହି ମୃତ ନାବାଳକଙ୍କ ବଡ଼ ଭଊଣୀ ସୁକ୍ରୁମଣିକୁ ବିବାହ କରିଥିଲେ ମଧ୍ୟ ପରେ ପତ୍ନୀଙ୍କ ଛାଡ଼ି ଦେଇଥିଲେ, ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା ।

    ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳକ ନିକଟସ୍ଥ କୋହ୍ଲ ହୁଣ୍ଡୁଳା ଗାଁରେ ହେଉଥିବା ମକର ମେଳା ଦେଖିବାକୁ ଯାଇଥିଲେ। ସେଠାରେ ଭିଣୋଇ ରାମଜାନ ମୁଣ୍ଡାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟ ମିଶି ହାଣ୍ଡିଆ ମଧ୍ୟ ପିଇଥିଲେ । ହେଲେ ପରେ ରାମଜାନ ସୁକ୍ରୁମଣିଙ୍କୁ ଛାଡ଼ିଦେବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ।

    ଏଥିରେ ଉତ୍କ୍ଷିପ୍ତ ହୋଇ ରାମଜାନ ସେଠାକୁ ସାନଭାଇ ଜଙ୍କ ମୁଣ୍ଡାକୁ ଡାକିଥିଲେ ଓ ଉଭୟ ଭାଇ ମିଶି ନାବାଳକଙ୍କୁ ଜୀବନରୁ ମାରି ପୋଲ ତଳେ ପକାଇଦେଇଥିବା ପୋଲିସ ତଦନ୍ତରୁ ଜାଣିବାକୁପାଇଛି । ଏହାପରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି । ।

  • ୨୦ ଫୁଟ ତଳକୁ ଧସିଲା ଶିବାଗଙ୍ଗା ପୁଷ୍କରିଣୀ ପାଚେରୀ

    ୨୦ ଫୁଟ ତଳକୁ ଧସିଲା ଶିବାଗଙ୍ଗା ପୁଷ୍କରିଣୀ ପାଚେରୀ

    ନିମ୍ନମାନର କାର୍ଯ୍ୟ ପାଇଁ ଧସିଲା ଡ୍ରେନ ପାଚେରୀ। ରାତିରେ ଏପରି ଘଟଣା ଘଟିଥିବାରୁ ଏକ ବିରାଟ ଅଘଟଣ ଏଡିଯାଇଛି। ହେଲେ ଲୋକଙ୍କ ଭିତରେ ନିର୍ମାଣକୁ ନେଇ ଉଠୁଛି ପ୍ରଶ୍ନ। ଭଦ୍ରକ ଆଖଣ୍ଡଳମଣି ପୀଠର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ପାଇଁ ମନ୍ଦିର ପୁଷ୍କରିଣୀ ଖନନ କାମ ଚାଲିଛି। ପୋଖରୀକୁ ଶୁଖାଯାଇ ପଙ୍କ ସଫା ଯାଇ ମାଟି ଖୋଳାଯାଉଛି।

    ଏହି କାର୍ଯ୍ୟ ଚାଲିଥିବା ବେଳେ ଗତରାତିରେ ଏହି ପୋଖରୀ କଡରେ ଥିବା ୪୦ ଫୁଟ ଲମ୍ବର ଡ୍ରେନ ଓ ଡ୍ରେନ୍ ପାଚେରୀ ୨୦ ଫୁଟ ତଳକୁ ଖସିଯାଇଛି। ଏଥିସହ ଡ୍ରେନ୍ ନିକଟବର୍ତ୍ତୀ ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟ ଫାଟ ସବୁ ସୃଷ୍ଟି ହୋଇଛି। ତେବେ ଘଟଣାଟି ବିଳମ୍ବିତ ରାତିରେ ହୋଇଥିବାରୁ ବିରାଟ ଅଘଟଣ ଏଡିଯାଇଛି ବୋଲି ମତପ୍ରକାଶ ପାଉଛି

    ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ଡ୍ରେନ୍ ଓ ତତ୍ ସଂଲଗ୍ନ ପାଚେରୀ। କିନ୍ତୁ ସଠିକ ରୂପେ ଡ୍ରେନ୍ ତଳେ ବାଲି, ଗୋଡି ଫିଲିଂ କରାଯାଇନଥିବାରୁ ପୋଖରୀରୁ ମାଟି ଖୋଳିବା ବେଳକୁ ଏପଟେ ଧସିଯାଇଛି ଡ୍ରେନ।

  • ପରେଡ୍ କରୁଥିବା ବେଳେ ଟଳିପଡିଲେ ସିଆରପିଏଫ ଯବାନ ସନାତନ ପ୍ରଧାନ

    ପରେଡ୍ କରୁଥିବା ବେଳେ ଟଳିପଡିଲେ ସିଆରପିଏଫ ଯବାନ ସନାତନ ପ୍ରଧାନ

    ମା କାନ୍ଦୁଚି.ମାଟି କାନ୍ଦୁଚି, ଝୁରୁଛି ବୀର ପୁତ୍ରକୁ ତାର। ଏଇ କିଛି ଦିନ ତାଳେ ନିଜ ଜନ୍ମ କଲା ମାଆର ଅନ୍ତିମ ସଂସ୍କାର କରି ଫେରିଯାଇଥିଲେ ନିଜ କର୍ମସ୍ଥଳକୁ। କିନ୍ତୁ ଆର ପାରିରେ ଥିବା ଜନ୍ମ କଲା ମା ଯେମିତି ଦେଲା ଡାକରା। ଆଉ କାର୍ଯ୍ୟରତ ଅବସ୍ଥାରେ ମାଆ ପାଖକୁ ଅଫେରା ରାଇଜକୁ ଚାଲିଗଲେ (CRPF ) ଯବାନ ସନାତନ ପ୍ରଧାନ. ଜନ୍ମମାଟିରେ ବୀର ସହିଦଙ୍କ ମରଶରୀର ପହଞ୍ଚିବା ପରେ ସୃଷ୍ଟିହୋଇଛି ଶୋକାକୁଳ ପରିବେଶ। ଜନଗହଳିରେ ପୂରିଯାଇଛି ଗାଁ।

    ଶେଷରେ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯାଇଛି ଶେଷକୃତ। କେନ୍ଦ୍ରାପଡା, ଗରଦପୁର ଓଉପଡା ଗ୍ରାମର ସନାତନ ପ୍ରଧାନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ନିଯୁକ୍ତି ପାଇ ମଣିପୁରରେ ପଚିଶ ବର୍ଷ ହେବ କାର୍ଯ୍ୟରତ ଥିଲେ। ପ୍ରଥମେ (CRPF)ଡ୍ରାଇଭର ଓ ପରେ ଏମ ଟି ମେଜର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ନିୟମିତ ପ୍ୟାରେଡ ବେଳେ ସହିଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ପଂଚାବନ ବର୍ଷ ବୟସରେ ତାଙ୍କର ଏପରି ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି ଅଞ୍ଚଳବାସୀ। ଖେଳିଯାଇଛି ଶୋକର ଲହରୀ। ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମ ମାଟି ଓଉପଡାରେ ପହଂଚିବା ପରେ ଗାଁରେ ସହିଦଙ୍କ ଶେଷ ଦର୍ଶନ ପାଇଁ ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ସୁଅ ଛୁଟିଥିଲା। ଏତେ କମ ବୟସରେ ସନାତନ ସହିଦ ହୋଇଥିବାରୁ ପରିବାର ପ୍ରତି ସହାନଭୂତି ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସବୁ ଦଳର ନେତୃବୃନ୍ଦ।

    ସେପଟେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବା, ଚିହ୍ନିଥିବା ବ୍ୟକ୍ତି ଝୁରୁଛନ୍ତି ତାଙ୍କୁ। ଥରେ ତାଙ୍କୁ ଆଖିପୁରେଇ ଦେଖିବାକୁ ଶ୍ମଶାନ ଭୂଇଁରେ ଲାଗିଛି ଭିଡ। ତାଙ୍କ ବନ୍ଧୁବତ୍ସଳ, ମିଷ୍ଟଭାଷିତାକୁ ମନେପକାଉଛନ୍ତି ସମସ୍ତେ।

    ଶେଷରେ ଓଉପଡା ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ସନାତନଙ୍କ ପୁଅ ଆଶୁତୋଷ ଭାବ ବିହ୍ଵଳ ହୋଇ ବୀର ଯବାନଙ୍କୁ ମୁଖାଗ୍ନି ଦେଇଛନ୍ତି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୀର ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଛି ଗରଦପୁର ଅଞ୍ଚଳ ।