ଅନାବାଦୀ ଜାଗାରେ ଦାଦାଗିରି, ବଟି ଦିଅ ଦୋକାନଘର ନିଅ

ଅସ୍ଥାୟୀ ଭାବେ ଛୋଟ ଦୋକାନଟେ କଲେ କିଛି ଅସାମାଜିକ ଯୁବକ ମାଗୁଛନ୍ତି ୮୦ ହାଜର ଟଙ୍କା ଦାଦା ବଟି । ଦାଦାବଟୀ ମାଗୁଥିବା ଅପରାଧୀଙ୍କୁ ଯାଜପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ କେବେ ଗିରଫ ହେବେ ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ତହସିଲ ଅଧିନସ୍ଥ ମଧୁବନ ହାଟର ପାଞ୍ଚ ଗୋଛିଆ ଗ୍ରାମରେ । ଅଭିଯୋଗକାରୀ ପ୍ରକାଶ ସାହୁ ମଧୁବନ ହାଟ ନିକଟର ଅନାବାଦୀ ଜାଗାରେ ଏକ ଛୋଟ ଦୋକାନ କରି ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ପରିବାର ଚଳାଇ ଆସୁଥିଲେ । ଦୋକାନଟି ବର୍ଷା ହେଲେ ଦବିଯାଉଥିବାରୁ ସାମାନ୍ୟ କଂକ୍ରିଟ କାମ କରୁଥିବା ବେଳେ ଏହାକୁ ବିରୋଧ କରି ବଟି ମାଗୁଥିଲେ କିଛି ଅସାମାଜିକ ବ୍ୟକ୍ତି । ଏଥିସହିତ ଯଦି ସେହି ସ୍ଥାନରେ ପ୍ରକାଶ ଦୋକାନ କରନ୍ତି ତେବେ ସେମାନଙ୍କୁ ୮୦ ହଜାର ଟଙ୍କା ଚାନ୍ଦା ଦେବାକୁ ହେବ, ନହେଲେ ମାଡ ମାରିବେ ବୋଲି ଧମକ ଦେଇଥିଲେ ।

ଅନ୍ୟପଟେ ଦାଦାବଟି ମାଗୁଥିବା ବ୍ୟକ୍ତି ମାନେ ମଧ୍ୟ ସେହି ଅନାବାଦୀ ଜାଗାରେ ଦୀର୍ଘ ୨୫ ବର୍ଷ ପାଖାପାଖି ରହିଆସୁଛନ୍ତି । ଏପରି କି କୋଠା ଘର ନିର୍ମାଣ ମଧ୍ୟ କରଥିବା କୁହନ୍ତି ସେହି ଗ୍ରାମର କିଛି ବୁଦ୍ଧିଜୀବି । ଏପରିକି ସେହି ସ୍ଥାନରେ ଘର ଭଡାରେ ମଧ୍ୟ ଲଗାଇଥିବା ଜଣାପଡିଛି । ଏମାନେ ନିଜେ ଅନାବାଦୀ ଜାଗାରେ ରହିଆସୁଥିଲେ ସୁଦ୍ଧା ଅନାବାଦୀ ସ୍ଥାନରେ ଘର ଭଡ଼ା ଦେଇ ମାଲାମାଲ ହେଉଥିବା ବେଳେ ଏକ ଗରିବ ପିଲା ପ୍ରକାଶ ସାହୁଙ୍କୁ ଧମକ ଦେବାକୁ କିପରି ସାହସ କରୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ସ୍ଥାନୀୟ ତହସିଲଦାର କହୁଛନ୍ତି ଯେ, ସେ ଖବର ପାଇଛନ୍ତି ଯେ ସେଠାରେ ଅଳ୍ପ କନଷ୍ଟ୍ରକ୍ସନ କାମ ଆରମ୍ଭ ହୋଇଛି । ତାହାର ତଦନ୍ତ ଖୁବ ଶିଘ୍ର କରିବେ ।

ତେବେ ୮୦ ହଜାର ଟଙ୍କା ଦାଦା ବଟି ମାଗୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ନେଇ କେବେ ପ୍ରଶାସନ ଉତ୍ତର ଦେବ ତାହା ସମୟ କହିବ । ହେଲେ କାହା ବଳରେ ଏହି ଅସାମାଜିକ ଯୁବକ ମାନେ ଏପରି ସାହାସ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଏନେଇ ରସୁଲପୁର ତହସିଲରେ ଅଭିଯୋଗ ହୋଇଥିବା ବେଳେ କେବେ ସେମାନଙ୍କ ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *