
ମା କାନ୍ଦୁଚି.ମାଟି କାନ୍ଦୁଚି, ଝୁରୁଛି ବୀର ପୁତ୍ରକୁ ତାର। ଏଇ କିଛି ଦିନ ତାଳେ ନିଜ ଜନ୍ମ କଲା ମାଆର ଅନ୍ତିମ ସଂସ୍କାର କରି ଫେରିଯାଇଥିଲେ ନିଜ କର୍ମସ୍ଥଳକୁ। କିନ୍ତୁ ଆର ପାରିରେ ଥିବା ଜନ୍ମ କଲା ମା ଯେମିତି ଦେଲା ଡାକରା। ଆଉ କାର୍ଯ୍ୟରତ ଅବସ୍ଥାରେ ମାଆ ପାଖକୁ ଅଫେରା ରାଇଜକୁ ଚାଲିଗଲେ (CRPF ) ଯବାନ ସନାତନ ପ୍ରଧାନ. ଜନ୍ମମାଟିରେ ବୀର ସହିଦଙ୍କ ମରଶରୀର ପହଞ୍ଚିବା ପରେ ସୃଷ୍ଟିହୋଇଛି ଶୋକାକୁଳ ପରିବେଶ। ଜନଗହଳିରେ ପୂରିଯାଇଛି ଗାଁ।
ଶେଷରେ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯାଇଛି ଶେଷକୃତ। କେନ୍ଦ୍ରାପଡା, ଗରଦପୁର ଓଉପଡା ଗ୍ରାମର ସନାତନ ପ୍ରଧାନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ନିଯୁକ୍ତି ପାଇ ମଣିପୁରରେ ପଚିଶ ବର୍ଷ ହେବ କାର୍ଯ୍ୟରତ ଥିଲେ। ପ୍ରଥମେ (CRPF)ଡ୍ରାଇଭର ଓ ପରେ ଏମ ଟି ମେଜର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ନିୟମିତ ପ୍ୟାରେଡ ବେଳେ ସହିଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପଂଚାବନ ବର୍ଷ ବୟସରେ ତାଙ୍କର ଏପରି ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି ଅଞ୍ଚଳବାସୀ। ଖେଳିଯାଇଛି ଶୋକର ଲହରୀ। ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମ ମାଟି ଓଉପଡାରେ ପହଂଚିବା ପରେ ଗାଁରେ ସହିଦଙ୍କ ଶେଷ ଦର୍ଶନ ପାଇଁ ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ସୁଅ ଛୁଟିଥିଲା। ଏତେ କମ ବୟସରେ ସନାତନ ସହିଦ ହୋଇଥିବାରୁ ପରିବାର ପ୍ରତି ସହାନଭୂତି ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସବୁ ଦଳର ନେତୃବୃନ୍ଦ।
ସେପଟେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବା, ଚିହ୍ନିଥିବା ବ୍ୟକ୍ତି ଝୁରୁଛନ୍ତି ତାଙ୍କୁ। ଥରେ ତାଙ୍କୁ ଆଖିପୁରେଇ ଦେଖିବାକୁ ଶ୍ମଶାନ ଭୂଇଁରେ ଲାଗିଛି ଭିଡ। ତାଙ୍କ ବନ୍ଧୁବତ୍ସଳ, ମିଷ୍ଟଭାଷିତାକୁ ମନେପକାଉଛନ୍ତି ସମସ୍ତେ।
ଶେଷରେ ଓଉପଡା ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ସନାତନଙ୍କ ପୁଅ ଆଶୁତୋଷ ଭାବ ବିହ୍ଵଳ ହୋଇ ବୀର ଯବାନଙ୍କୁ ମୁଖାଗ୍ନି ଦେଇଛନ୍ତି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୀର ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଛି ଗରଦପୁର ଅଞ୍ଚଳ ।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?
Can you be more specific about the content of your article? After reading it, I still have some doubts. Hope you can help me. https://accounts.binance.bh/register/person?ref=GGYHGRE