Category: ମୁଖ୍ୟ ଖବର

  • ସାଂସଦ ରିତେଶ ପାଣ୍ଡେଙ୍କ ବିଏସପିରୁ ଇସ୍ତଫା, ଯୋଗ ଦେଇପାରନ୍ତି ବିଜେପିରେ

    ସାଂସଦ ରିତେଶ ପାଣ୍ଡେଙ୍କ ବିଏସପିରୁ ଇସ୍ତଫା, ଯୋଗ ଦେଇପାରନ୍ତି ବିଜେପିରେ

    ୟୁପିର ଆମ୍ବେଦକର ନାଗର ଆସନରୁ ଲୋକସଭା ସାଂସଦ ରିତେଶ ପାଣ୍ଡେ ରବିବାର (୨୫ ଫେବୃଆରୀ) ବହୁଜନ ସମାଜ ପାର୍ଟି (ବିଏସପି) ରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା। ରିତେଶ ପାଣ୍ଡେ ଆଜି ନିଜେ ବିଜେପିରେ ଯୋଗ ଦେଇ ପାରନ୍ତି । ସେ ମଧ୍ୟାହ୍ନରେ ବିଜେପି ମୁଖ୍ୟାଳୟରେ ବିଜେପି ସଦସ୍ୟତା ଗ୍ରହଣ କରିପାରିନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବିଏସପି ନେତୃତ୍ୱ ନେଇଥିବା ମାୟାବତୀଙ୍କୁ ଲାଗିଛି ବଡ଼ ଝଟକା ।

    ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ରିତେଶ ପାଣ୍ଡେ ତାଙ୍କ ଇସ୍ତଫା ପୋଷ୍ଟ କରିଛନ୍ତି। ଏଥିରେ ସେ ଲୋକସଭା ଏବଂ ଉତ୍ତରପ୍ରଦେଶ ବିଧାନସଭାରେ ବିଏସପି ପ୍ରତିନିଧିତ୍ୱ କରିଥିବାରୁ ମାୟାବତୀ ଏବଂ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଠାରେ ଧ୍ୟାନ ଦେବା କଥା ହେଉଛି ଫେବୃଆରୀ ୯ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ସେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ।

  • ୨୦୨୪ ପାଇଁ ଦିଲ୍ଲୀରେ ଆପ ଧରିଲା କଂଗ୍ରେସର ହାତ, କେତେ ବଡ ହେବ ବିଜେପି ପାଇଁ ଚ୍ୟାଲେଞ୍ଜ?

    ୨୦୨୪ ପାଇଁ ଦିଲ୍ଲୀରେ ଆପ ଧରିଲା କଂଗ୍ରେସର ହାତ, କେତେ ବଡ ହେବ ବିଜେପି ପାଇଁ ଚ୍ୟାଲେଞ୍ଜ?

    ଭାରତୀୟ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଇନ୍ସ (ଇଣ୍ଡିଆ ଆଲାଇନ୍ସ) ରେ ଅନ୍ତର୍ଭୁକ୍ତ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ଶନିବାର (୨୪ ଫେବୃଆରୀ) ଆସନ ବାଣ୍ଟିବାକୁ ଘୋଷଣା କରିଛି। ଏହା ସହ ଉଭୟ ଦଳ ବର୍ତ୍ତମାନ ଦିଲ୍ଲୀ, ଗୁଜୁରାଟ, ଗୋଆ ଏବଂ ହରିୟାଣାରେ ଲୋକସଭା ନିର୍ବାଚନରେ ମିଶିକି ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ପଞ୍ଜାବ ସମ୍ପର୍କରେ ଦୁଇ ଦଳ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ। ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଭାରତ ଆଲାଇନ୍ସକୁ ଟାର୍ଗେଟ କରି ଏହାକୁ ଏକ ସୁବିଧାବାଦୀ ସହଯୋଗୀ ଦଳ ବୋଲି କହିଛି।

    କଂଗ୍ରେସ ଏବଂ (ଆପ) ମଧ୍ୟରେ ଆସନ ବାଣ୍ଟିବାର ସବୁଠାରୁ ଜଟିଳ ଏବଂ ଆକର୍ଷଣୀୟ ବିଷୟ ହେଉଛି ଦିଲ୍ଲୀର, ଯେଉଁଠାରେ ୭ ଟି ଲୋକସଭା ଆସନ ଅଛି। କୌତୁହଳର ବିଷୟ, ଗତ ଦୁଇଟି ଲୋକସଭା ନିର୍ବାଚନରେ ​​ଉଭୟ (ଆପ) ଏବଂ କଂଗ୍ରେସ ଦିଲ୍ଲୀରେ ଗୋଟିଏ ବି ଆସନ ଜିତିପାରିନଥିଲେ। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ବିଜେପିକୁ ଲଗାତାର ଦୁଇଥର ପରାସ୍ତ କରିଛି।

    ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ୩ ଟି ଆସନ ଏବଂ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୪ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, କଂଗ୍ରେସ ଏବଂ (ଆପ) ମଧ୍ୟରେ ଏହି ମେଣ୍ଟ ବିଜେପି ପାଇଁ କେତେ ବଡ଼ ବିପଦ ହେବ ?

    (ଆପ) ଦଳ ପାଇଁ ୪ ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଦିଲ୍ଲୀରେ ବଡ ଭାଇ ଭୂମିକା ନେଇ ପାରେ, କିନ୍ତୁ ୨୦୧୯ ନିର୍ବାଚନରେ ​​ଅରବିନ୍ଦ କେଜ୍ରିୱାଲଙ୍କ ଦଳର ଭୋଟ୍ ଅଂଶ ୭ ଟି ସିଟ୍ ମଧ୍ୟରୁ ୫ ଟି କଂଗ୍ରେସ ତୁ ଳନାରେ କମ୍ ଥିଲା। କେବଳ ଏତିକି ନୁହେଁ, ଯେତେବେଳେ ସାଧାରଣ ନିର୍ବାଚନ କଥା ଆସେ, କଂଗ୍ରେସର ପ୍ରଦର୍ଶନ (ଆପ) ଅପେକ୍ଷା ଭଲ ହୋଇଥାଏ |

  • ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା

    ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା

    ଟୋପାଏ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ତ ଦୂରର କଥା ନିତ୍ୟ ବ୍ୟବହାର ପାଇଁ ଜଳ ବୁନ୍ଦାଏ ପାଉନାହାନ୍ତି ଲୋକେ । ଏବେ ଖରା ପଡିବା ଆରମ୍ଭ କରିଥିବା ବେଳେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଦୀର୍ଘ ଦିନରୁ ଲୋକେ ଏହି ସମସ୍ୟା ଦେଇ ଗତି କରିଆସିଛନ୍ତି । ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କ୍ୟାମ୍ପ ହାଟିଂ ଠାରେ । ଏହି ସମସ୍ୟା ଦିର୍ଘ ଦିନ ଧରି ରହିଥିବା ବେଳେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

    ଗୋଟିଏ ପଟେ ଗ୍ରାମରେ କଙ୍କାଳ ପ୍ରାୟ ଠିଆ ହୋଇଛି ନଳକୂପ । କେଉଁ ଏକ ଅନାବନା ସ୍ଥାନରେ ମନକୁ ବୁଝାଇଲା ଭଳି ଠିଆ ହୋଇଛି ପାଣି ଟାଙ୍କି । ହେଲେ କୋଣସି ଯୋଜନା ଲୋକଙ୍କ ମୁହଁରେ ପାଣି ବୁନ୍ଦାଏ ଦେଇପାରୁ ନାହିଁ । ଗ୍ରାମର ମହିଳା ମାନେ ଚୁଆରୁ ଯେଉଁ ପାନୀୟ ଜଳ ସଂଗ୍ରହ କରୁଛନ୍ତି ତାହା ବିଶୁଦ୍ଧ ନୁହେଁ । ତଥାପି କରିବେ କଣ, କୌଣସି ପ୍ରକାରେ ବଞ୍ଚିବାକୁ ତ ପଡିବ ।

    ଅବଶ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣିଜ ପାଣ୍ଠି ସହାୟତାରେ ଗ୍ରାମରେ ୨ଟି ସୋଲାର ବୋରୱେଲ୍ କରାଯାଇଛି କିନ୍ତୁ, ସେଗୁଡିକ ବିଭିନ୍ନ ସମୟରେ ଅଚଳ ରହୁଛି । ଗ୍ରାମରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଆଦିବାସୀ ଶ୍ରେଣୀର । ଗାଁ ପାଖ ଦେଇ ବୋହିଯାଇଛି ସୁନାନଦୀ । ନେତାମାନେ ଭାଷଣ ମାରନ୍ତି ଜଳ, ଜମି, ଜଙ୍ଗଲ ଉପରେ ପ୍ରଥମେ ଆଦିବାସୀଙ୍କ ଅଧିକାର ରହିଛି । ମାତ୍ର ଦୀର୍ଘ ବର୍ଷ ଧରି ଏହି ସୁନା ନଦୀରୁ ଟାଟାଷ୍ଟିଲ ବଡବଡ ପାଇପ୍ ଯୋଗେ ପ୍ରଚୁର ପାଣି ନିଜ ବ୍ୟବହାର ପାଇଁ ଶୋଷି ନେଉଥିବା ବେଳେ ପ୍ରଭାବିତ କ୍ୟାମ୍ପହାଟିଂର ଆଦିବାସୀ ମାନେ ଚୁଆଁରୁ ପାଣି ପିଉଛନ୍ତି ।

    ଅନ୍ୟ ଦିନ ମାନଙ୍କରେ ତ କୌଣସି ପ୍ରକାରେ ଲୋକେ ଚଳିଯାନ୍ତି ସେହି ପାଣିରେ ହେଲେ, ବର୍ଷା ଦିନରେ ନଦୀ ପାଣି ବଢିଯାଉଥିବାରୁ ଏହା ବ୍ୟବହାର ଅନୁଉପଯୋଗୀ ହୋଇପଡେ । ଫଳରେ ଲୋକେ ପିଇବା ପାଣି ପାଇଁ ବାର ଦୁଆର ଘୁରିବୁଲନ୍ତି । ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଟାଟା ଷ୍ଟିଲ କମ୍ପାନୀର ଦ୍ବାରସ୍ଥ ହୋଇ ନିରାଶ ହୋଇସାରିଥିବା ବେଳେ ଏବେ ସରକାରଙ୍କ ଉପରେ ଆଶା ବାନ୍ଧି ରଖିଛନ୍ତି ।

  • ଶିଳ୍ପ ପ୍ରତିଷ୍ଠାନକୁ ନେଇ ଅସନ୍ତୋଷ

    ଶିଳ୍ପ ପ୍ରତିଷ୍ଠାନକୁ ନେଇ ଅସନ୍ତୋଷ

    ଭଦ୍ରକ ଜିଲ୍ଲାର ଏକ ମାତ୍ର ଶିଳ୍ପ ପ୍ରତିଷ୍ଠାନକୁ ନେଇ ଦେଖାଦେଇଛି ଅସନ୍ତୋଷ । ରାନ୍ଦୀଆ ଠାରେ ଥିବା ବେଦାନ୍ତ ଫେକର ପ୍ଲାଣ୍ଟ ଅନିୟମିତତା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଳ ଦାବି କରିଛି କି ବେଦାନ୍ତ ଫେକର କମ୍ପାନୀର 10 କିଲୋମିଟର ପରିଧି ମଧ୍ୟରେ ଥିବା ଗ୍ରାମର ଘର ଗୁଡିକୁ ମାଗଣା ବିଦ୍ୟୁତ ଦିଆଯାଉ । ଏଥିସହିତ ସେହି ଗ୍ରାମର ସମସ୍ତ ବୟସ୍କ ଲୋକଙ୍କର ମାଗଣା ଶ୍ୱାସ ଜନିତ ଚିକିତ୍ସା କରିବା ସହ ଛୋଟ ପିଲା ମାନଙ୍କର ଚର୍ମ ରୋଗ ଚିକିତ୍ସା ସହିତ ମାଗଣା ଔଷଧ ଦିଆଯାଉ, ପ୍ରତି ଦୁଇ ବର୍ଷରେ ଦୁଇ ଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ, ଶିକ୍ଷିତ ଯୁବକ-ଯୁବତୀ ମାନଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଉ ଆଦି ଦାବି କରିଛି କଂଗ୍ରେସ ।

    ଯଦି କମ୍ପାନୀ ଏହିସବୁ ଦାବି ପୂରଣ ନକରେ ତାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବା ସହ କମ୍ପାନୀକୁ ଯାଉଥିବା ଗାଡିକୁ ଅଟକାଇବ ଏବଂ ଆବଶ୍ୟକ ପଡିଲେ କମ୍ପାନୀକୁ ବନ୍ଦ କରିଦିଆଯିବ ବୋଲି କଂଗ୍ରେସ ଦଳ ଚେତାବନୀ ଦେଇଛି ।

  • ଡାକିଲି ପାହାଡ ଉପରେହଜାର ହଜାର ଭକ୍ତଙ୍କ ମେଳି

    ଡାକିଲି ପାହାଡ ଉପରେହଜାର ହଜାର ଭକ୍ତଙ୍କ ମେଳି

    କାହିଁ କେଉଁ କାଳରୁ ଏହି ମଣିଷର ଆସ୍ତା ଓ ବିଶ୍ବାସ ରହିଛି ଅଦୃଶ୍ୟ ଭଗବତ ଶକ୍ତି ଉପରେ। ଏହି ଶକ୍ତିକୁ କେହି ଦେଖିନି, ଯାହା କେବଳ ଅନୁଭବ କରିଛି। ସେଥିପାଇଁ ସ୍ଥଳ ବିଶେଷରେ ନିଜ ଆସ୍ଥା ଓ ବିଶ୍ବାସକୁ ସ୍ଥାପନ କରିଛି ବିଭିନ୍ନ ଗଛ, ବୃଚ୍ଛ, ନଦୀ, ସମୁଦ୍ର, ପାହାଡ, ପର୍ବତ ଓ ପର୍ବତ କନ୍ଦରେ ଥିବା ଗୁମ୍ଫାରେ। ଯେଉଁଠି କୌଣସି ଦୈବୀ ଶକ୍ତିର ପ୍ରତିଷ୍ଠା କରି ମଣିଷ ତାର ପୂଜା କରେ,ବାର୍ଷିକ ଯାତ୍ରା ଆନୁଷ୍ଠାନ ସମ୍ପାଦନ କରି ନିଜ ଭକ୍ତି ଅର୍ଘ୍ୟକୁ ସମ୍ପୃକ୍ତ ଦେବଦେବୀଙ୍କ ପାଦରେ ଢାଳିଦିଏ। ତାର ବିଶ୍ବାସ ଥାଏ ତାର ଆରାଧ୍ୟ ତା ଜୀବନର ସବୁ ବାଧା ବିଘ୍ନ ଦୂର କରି ଜୀବନକୁ ସରସ ସୁନ୍ଦର କରି ଗଢିତୋଳିବେ। ସେଥିଲାଗି ତ ଘଞ୍ଚ ଅରଣ୍ୟ, ସୁଉଚ୍ଚ ପାହାଡର ପଥୁରିଆ ପଥକୁ ଖାତିର ନ କରି ଆଗେଇ ଚାଲେ ପ୍ରଭୁକୃପା ପାଇଁ। ଠିକ ଯେମିତି ଡାକିଲି ପାହାଡ ଉପରେ ଜମିଥିଲା ହଜାର ହଜାର ଭକ୍ତଙ୍କ ମେଳି।

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡାକିଲି ଗ୍ରାମ ନିକଟବର୍ତ୍ତୀ ଡାକିଲି ପାହାଡ ଉପରେ ଥିବା ଗୁମ୍ଫାରେ ଅବସ୍ଥାନ କରିଛନ୍ତି ସତୀରାଣୀ ମା’। ଭକ୍ତ ପଥୁରିଆ ପଥ ଅତିକ୍ରାନ୍ତ କରିବା ପରେ ଶିଖରରେ ପହଞ୍ଚିବା ପରେ ସେଠାରେ ଥିବା ଅନ୍ଧକାରପୂର୍ଣ୍ଣ ଅଣ ଓସାରିଆ ଗୁମ୍ଫାରେ ମା’ଙ୍କ ଦର୍ଶନ କରେ। ତେବେ ଏହି ଦେବୀଙ୍କ ଯାତ୍ରା ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମା’ସତୀରାଣୀ ଯାତ୍ରା ମାଘ ପୂର୍ଣ୍ଣମୀ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ଯୁବକ ଯୁବତୀ ନୃତ୍ୟ କରିଥିବା ଦେଖିବାକୁ ମିଳିଥିଲା। ସତୀରାଣୀ ଯାତ୍ରା ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ଯାତ୍ରା କାଳରେ ପାହାଡ ଗୁମ୍ଫାରେ ମା’ସତୀରାଣୀଙ୍କ ପୂଜା ଆରାଧାନା କରାଯାଏ। ଏହି ଦେବୀ ମା’ଙ୍କ ଉପରେ ସ୍ଥାନୀୟ ବାସିନ୍ଦାଙ୍କ ରହିଛି ଅଗାଢ ବିଶ୍ବାସ। ଯିଏ ଯେଉଁ ମାନସିକ ନେଇ ସତୀରାଣୀଙ୍କ ନିକଟକୁ ଆସନ୍ତି ମା’ ସେମାନଙ୍କ ଇଛା ପୂରଣ କରିଥାନ୍ତି ବୋଲି ଲୋକଙ୍କର ବିଶାସ ରହିଛି। ତେଣୁ ଲୋକେ ତିନି ବର୍ଷରେ ଥରେ ଏହି ଯାତ୍ରା କାଳରେ ଆସି ମା’ଙ୍କ ନିକଟରେ ନିଜ ଇଛା ଜଣାଇବା ସହ ଇଛା ପୂରଣ ପରେ ମାନସିକ ଅନୁଯାୟୀ ଭୋଗରାଗ କରିଥାନ୍ତି।

    ଏଠାରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥାଏ। ରାଡଗଡା ବ୍ୟତୀତ ଆଖପାଖ ଜିଲ୍ଲାରୁ ମଧ୍ୟ ଲୋକେ ଆସନ୍ତି ଏହି ଯାତ୍ରା କାଳରେ। ପ୍ରାକୃତିକ ପରିବେଶ ମଧ୍ୟରେ ନିଜକୁ କିଛି କାଳ ହଜାଇ ଦେଇଥାନ୍ତି ଭକ୍ତି ଆରାଧନାରେ। କିନ୍ତୁ ଏପରି ଏକ ଆଧ୍ୟାତ୍ମିକ ସ୍ଥଳୀ ପାଇଁ ସରକାରଙ୍କ ପକ୍ଷରୁ ନାହିଁ କୌଣସି ବ୍ୟବସ୍ଥା। ଏଠାରେ ହଜାର ହଜାର ଲୋକଙ୍କ ସମାବେଶ ହେଉଥିବା ବେଳେ ନାହିଁ ଭଲ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ପରି ମୌଳିକ ସୁବିଧା। ତେଣୁ ଏଠାକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ। ସରକାର ଏଥିପ୍ରତି ଧ୍ୟାନ ଦେଲେ ଏହା ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା ଓ ବର୍ଷ ତମାମ ଏହି ପାହାଡି ଗୁମ୍ପାର ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରି ପାରନ୍ତେ ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳବାସୀ।

    ଏହି ପାହାଡରେ ରହିଛି ଏକାଧିକ ଗୁମ୍ଫା। ଅନ୍ଧକାରରେ ପୂର୍ଣ୍ଣ ଗୁମ୍ଫା ମଧ୍ୟରୁ ଗୋଟିଏରେ ମା’ସତୀରାଣୀଙ୍କ ପୂଜା ଆରାଧନା କରାଯାଏ। ଯଦି ସରକାର ଏହି ସ୍ଥାନ ପ୍ରତି ଧ୍ୟାନ ଦିଅନ୍ତେ, ତେବେ ଏହା ଅନେକ ଦେଶ ବିଦେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା। ଏଠାକାର ଲୋକଙ୍କ ଜୀବନଧାରଣ ପ୍ରଣାଳୀରେ ପରିବର୍ତ୍ତନ ଆଣନ୍ତା ବୋଲି ମତ ପ୍ରକାଶ ପାଉଛି।

  • ଉପକୃତ ହେବେ ବହୁ ଛାତ୍ରଛାତ୍ରୀ ଓ କ୍ରୀଡାବିତ୍

    ଉପକୃତ ହେବେ ବହୁ ଛାତ୍ରଛାତ୍ରୀ ଓ କ୍ରୀଡାବିତ୍

    ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଏକ ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କୋରାଇ ବିଧାୟକ ଅଶୋକ ବଳ ଙ୍କ ସମେତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

    ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ଯୋଗୁଁ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଓ କ୍ରୀଡାବିତ୍ ଉପକୃତ ହେବେ। ବହୁଦିନରୁ ଏଥିପାଇଁ ଦାବି ହୋଇଆସୁଥିବା ବେଳେ ଏହା କାର୍ଯ୍ୟକାରୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି।

  • ବରଗଡରେ ସ୍ଥିତି ଜାହିର କଲେ ମାଓବାଦୀ

    ବରଗଡରେ ସ୍ଥିତି ଜାହିର କଲେ ମାଓବାଦୀ

    ବରଗଡ ଜିଲ୍ଲା ପାଇକମାଲ ଗର୍ଦ୍ଧମାର୍ଦ୍ଧନ ପର୍ବତ ଠାରେ ପୋଲିସ ଓ ମାଓବାଦୀ ମଧ୍ୟ୍ୟ ରେ ଗୁଳିବିନିମୟ, ବରଗଡ ଓ ବଲାଙ୍ଗୀର ପୋଲିସ ର ସର୍ଚ୍ଚ ଅପେରସନବେଳେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି l ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜପତ ହୋଇଥିବାବେଳେ ଅଞ୍ଚଳରେ ମାଓ ବାଦୀଙ୍କ ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ଯରେ ଭୟର ବାତାବରଣ ଶୃଷ୍ଟି ହେଇଛି । ସେପଟେ ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ ନିଜେ ଘଟଣାର ଅନୁସନ୍ଧାନ କରିଥିଲେ l

    ତେବେ ପାଇକମାଲ ଥାନା ରୁ ପ୍ରାୟ ଆଠର କିଲୋମିଟର ଦୂର ରେ ଘଟଣା ଟି ଘଟିଥିବାରୁ ବରଗଡ, ନୂଆପଡା, ସାଙ୍ଗକୁ ମହାସମୁନ୍ଦର ମାଓସଂଗଠନ ହୋଇଥିବାର ସୂଚନା ରହିଛି l

  • ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିରୋଧୀଙ୍କ ସମାଲୋଚନା

    ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିରୋଧୀଙ୍କ ସମାଲୋଚନା

    ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଗତ ୧୦ ତାରିଖରୁ ୧୮ ତାରିଖ ମଧ୍ୟରେ ହୋଇଛି ୧୩ଟି ବଡ଼ ଘୋଷଣା। ବିଭିନ୍ନ ବର୍ଗଙ୍କ ଭତ୍ତା ରାଶି ବୃଦ୍ଧି ସହ କେନ୍ଦୁ ପତ୍ର ତୋଳାଳିଙ୍କୁ ସହାୟତା ରାଶି ବୃଦ୍ଧି, ଖାଦ୍ୟ ସୁରକ୍ଷାରେ ହଜାରେ ଟଙ୍କା ପ୍ରଦାନ, ବେରୋଜଗାରଙ୍କୁ ଲକ୍ଷେ ଟଙ୍କାର ସୁଧ ମୁକ୍ତ ଋଣ, ସମସ୍ତ କଲେଜ ପିଲାଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ବିଜୁଳି ଦର ୟୁନିଟ ପିଛା ୧୦ ପଇସା ହ୍ରାସ, ମମତା ଯୋଜନା ରାଶି ଦୁଇଗୁଣା ବୃଦ୍ଧି, କଳାକାର ସହାୟତା ରାଶି ଓ ବୁଣାକାରମାନଙ୍କ ଭତ୍ତା ବୃଦ୍ଧି, ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ ପାଇଁ ହଜାରେ ଟଙ୍କା, କୃଷକ ସାଥିଙ୍କ ସହାୟତା ରାଶି ବୃଦ୍ଧି, ପାଚିକାମାନଙ୍କ ପାରିଶ୍ରମିକ ରାଶି ବୃଦ୍ଧି ଓ ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ବୃଦ୍ଧି ପରି ଘୋଷଣା କରାଯାଇଛି।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିକଟରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଜେଡି କହିଛି ଯେଉଁ ଭଳି ବର୍ତ୍ତମାନ ଦରଦାମ ବୃଦ୍ଧି ହୋଇଛି ସେଥିପାଇଁ ରାଜ୍ୟର ପ୍ରାୟ ୯୬ ଲକ୍ଷ ପରିବାରକୁ ଆଜିଠୁ ୧୦୦୦ ଟଙ୍କା ଲେଖାଏଁ ଦିଆ ଯାଉଛି । ଯାହା ସେହି ପରିବାରମାନଙ୍କୁ କିଛିଟା ଆଶ୍ୱସ୍ତି ଦେବ । ଏହାକୁ ବିରୋଧୀ ଯେତେ ବିରୋଧ କଲେ ମଧ୍ୟ ଲୋକେ ତାଙ୍କୁ ଠିକଣା ଜବାବ ଦେବେ କହିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ।

    ସେପଟେ ବିରୋଧୀ କଂଗ୍ରେସ୍ ଓ ବିଜେପି ଏହାକୁ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଲାଞ୍ଚ ବୋଲି କହିଛନ୍ତି। ବିରୋଧୀ ବିଜେପି କହିଛି ୨୦୧୯ ଭଳି ସ୍ଥିତି ଆଉ ନାହିଁ । ଏଥର ବ୍ୟତିବ୍ଯସ୍ତ ନବୀନ ପଟ୍ଟନାୟକ ସରକାର । ସେଥିପାଇଁ ନିର୍ବାଚନୀ ଥୋପ ପକାଉଛନ୍ତି ରାଜ୍ୟ ସରକାର । ୧୦୦୦ ଟଙ୍କା ଦେଇ ଦେଲେ ଗରିବ ଲୋକଙ୍କ ଆର୍ଥିକ ପରିସ୍ଥିତି ସୁଧୁରିବ କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ। ସେହିପରି କଂଗ୍ରେସ କହୁଛି କେବଳ ଭୋଟ ବ୍ୟାଙ୍କ ପାଇଁ ଛଳନା କରି ସାଢ଼େ ୪ କୋଟି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର । ଯେତେ ପ୍ରଲୋଭନ ଦେଲେ ମଧ୍ୟ ସଫଳ ହେବ ନାହିଁ ବିଜେଡ଼ି ।

    ଏସବୁ ଭିତରେ ଖାଦ୍ୟ ସୁରକ୍ଷା ଯୋଜନା ବିଭିନ୍ନ pds ପଏଣ୍ଟ ଆଗରେ ଲାଗିଛି ହିତାଧିକାରୀଙ୍କ ଭିଡ । ଦିନ ୧୦ଟାରେ କଂଟ୍ରୋଲ ଦୋକାନ ଖୋଲୁଛି । କିନ୍ତୁ ସକାଳ ୫ଟାରୁ pds ପଏଣ୍ଟ ପାଖରେ ଲାଗିଛି ଲମ୍ବା ଲାଇନ। ଲୋକଙ୍କ ଭିତରେ ଚାଉଳ ଓ ଟଙ୍କା ପାଇବାକୁ ଦେଖିବାକୁ ମିଳୁଛି ଉତ୍ସାହ।

  • ଅଲିଭ ରିଡଲେଙ୍କ ପାଇଁ ଅସୁରକ୍ଷିତ ଓଡିଶା ଉପକୂଳ, ମୃତ୍ୟୁର କାରଣ ସାଜିଛି ଶିଳ୍ପ ସଂସ୍ଥାରୁ ନିର୍ଗତ କେମିକାଲ

    ଅଲିଭ ରିଡଲେଙ୍କ ପାଇଁ ଅସୁରକ୍ଷିତ ଓଡିଶା ଉପକୂଳ, ମୃତ୍ୟୁର କାରଣ ସାଜିଛି ଶିଳ୍ପ ସଂସ୍ଥାରୁ ନିର୍ଗତ କେମିକାଲ

    ବିପଦରେ ଅଲିଭ ରିଡଲେ, ଶୀତଦିନ ଆଗମନରେ ଓଡ଼ିଶାର ସୁଦୀର୍ଘ ବେଳାଭୂମିକୁ ନିରାପଦ ସ୍ଥାନ ମଣି ହଜାର ହଜାର ନଟିମାଇଲ ଦୂରରୁ ଓଡିଶା ଉପକୂଳ କୁ ପ୍ରଜନନ ପାଈଁ ଛୁଟି ଆସୁଥିବା ଅଲିଭ ରିଡଲେଙ୍କ ପାଈଁ ଅସୁରକ୍ଷିତ ହୋଇପଡିଛି ଓଡିଶା ଉପକୂଳ l ଉପକୂଳ ରେ ପଡ଼ିଛି ଅଲିଭ ରିଡିଲେଙ୍କ ମୃତଦେହ l ଏହି ଅଲିଭ ରିଡିଲେ କଇଁଛ ଙ୍କ ମୃତ ଦେହକୁ କାଉ କୁକୁର ଭିଡି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ବନ ବିଭାଗ କର୍ମଚାରୀ ମାନେ ଏହି ଅଲିଭ ରିଡିଲେ କଇଁଛ ଙ୍କ ମୃତ ଦେହକୁ ବାଲିରେ ପୋତିଦେଇ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପରବର୍ତୀ ସମୟରେ କୁକୁର ଓ ବନ୍ୟଜନ୍ତୁ ମାନେ ମୃତଦେହ କୁ ଟାଣି ଖାଇବା ସହିତ ବେଳାଭୂମି ପ୍ରଦୂଷିତ କରୁଛନ୍ତି l ତେବେ ଏହି ଅଲିଭ ରିଡଲେ କଇଁଛଙ୍କ ମୃତ୍ଯୁ ପଛର ଅନେକ କାରଣ ରହିଛି । ନଭେମ୍ବରରୁ ମଇ ମାସ ପର୍ଯ୍ୟନ୍ତ କଟକଣା ରହିଥିଲେ ବି ମାନୁ ନାହାନ୍ତି ଟ୍ରଲର ଓ ବୋଟ, ଯାହା ଫଳରେ କଟକଣା ଲାଗିଥିଵା ଅଞ୍ଚଳରେ ବେଆଇନ ଭାବରେ ମାଛ ଧରୁଥିବା ଟ୍ରଲର ଫ୍ୟାନରେ ଲାଗି ଖଣ୍ଡିଆ, ଖାବରା ହୋଇ ମୃତ୍ୟୁ ବରଣ କରୁଥିବା ବେଳେ ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ କେମିକାଲ ଜଳ ସମୁଦ୍ର ପାଣିରେ ମିଶିବା ଫଳରେ ଏହି ବିରଳ ପ୍ରଜାତିର ଅଲିଭ ରିଡଲେ ଙ୍କ ମୃତ୍ୟୁର କାରଣ ପାଲଟୁଥିବା ନେଇ ପରିବେଶବିତ ମାନେ ଅଭିଯୋଗ ଆଣିଛନ୍ତି l

    ଯଥାଶୀଘ୍ର ଅତିଥି ବୋଲାଉଥିବା ଅଲିଭ ରିଡିଲେ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଜଙ୍ଗଲ ବିଭାଗ ହେଉ କିମ୍ବା ମତ୍ସ୍ୟ ବିଭାଗ ସଜାଗ ହୋଇ ବିରଳ ଅଲିଭ ରିଡଲେ ଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରିବେଷବିତ ମାନେ ଅନୁରୋଧ କରିଛନ୍ତି l

    Scegli un tempo conveniente, metti il ​​timer (ad esempio, per 5 minuti) – e inizia a studiare il corpo disfunzione erettile materiale sull impotenza la sua reazione a diversi tipi di tocchi. Non c’è compito per ottenere un orgasmo, è importante scoprire cosa reagire meglio. Credimi, in futuro, questa conoscenza è molto utile per te.

  • ବିଧାୟକଙ୍କ ଦ୍ଵାରା ନୂତନ ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ କାର୍ଯ୍ୟର ଶୁଭାରମ୍ଭ

    ବିଧାୟକଙ୍କ ଦ୍ଵାରା ନୂତନ ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ କାର୍ଯ୍ୟର ଶୁଭାରମ୍ଭ

    ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅହରହ ପ୍ରୟାସ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁଚିନ୍ତିତ ବିକାଶ ରଥ ଓଡିଶାକୁ ଏକ ନୂତନ ଦିଗନ୍ତର ସ୍ପର୍ଶ ଦେଇଛି । ଯାହାର ଆଉ ଏକ ଜ୍ବଳନ୍ତ ଉଦାହର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ପଣ୍ଡାସୁଣୀ ପଞ୍ଚାୟତରେ । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପଣ୍ଡାସୁଣୀ ପଞ୍ଚାୟତରେ ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜଳ ଖଟୁଆ, ପାଇକାସ୍ତା ଛକ RD ରାସ୍ତା ଠାରୁ କେର ପଡିଆ PWD ରାସ୍ତା, ଗଣପତି ସାହୁ ଘର ଏବଂ ବାରୀଙ୍ଗିଆ ମଲିକ ସାହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ଆଦି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସୋର ବିଧାୟକ ପର୍ଶୁରାମ ଧଡା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା କିପରି ଗ୍ରାମାଞ୍ଚଳରେ ନିରନ୍ତର ବିକାଶ କରୁଛି ତାହା ବଖାଣିଥିଲେ ।

    ବାହାନଗା ବ୍ଲକରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ PWD ରାସ୍ତା ଠାରୁ ଷଠି ରାସ୍ତା ପର୍ଯ୍ୟନ୍ତ ୫କୋଟି ୭ ଲକ୍ଷ ୫୩ ହଜାର ଟଙ୍କା ବ୍ୟୟ ଅଟକଳରେ ନୂତନ ରାସ୍ତା ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ବିଜେଡି କର୍ମୀ ଓ ଜନସାଧାରଣ ଯେଗ ଦେଇଥଲେ ।