
ବିପଦରେ ଅଲିଭ ରିଡଲେ, ଶୀତଦିନ ଆଗମନରେ ଓଡ଼ିଶାର ସୁଦୀର୍ଘ ବେଳାଭୂମିକୁ ନିରାପଦ ସ୍ଥାନ ମଣି ହଜାର ହଜାର ନଟିମାଇଲ ଦୂରରୁ ଓଡିଶା ଉପକୂଳ କୁ ପ୍ରଜନନ ପାଈଁ ଛୁଟି ଆସୁଥିବା ଅଲିଭ ରିଡଲେଙ୍କ ପାଈଁ ଅସୁରକ୍ଷିତ ହୋଇପଡିଛି ଓଡିଶା ଉପକୂଳ l ଉପକୂଳ ରେ ପଡ଼ିଛି ଅଲିଭ ରିଡିଲେଙ୍କ ମୃତଦେହ l ଏହି ଅଲିଭ ରିଡିଲେ କଇଁଛ ଙ୍କ ମୃତ ଦେହକୁ କାଉ କୁକୁର ଭିଡି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ବନ ବିଭାଗ କର୍ମଚାରୀ ମାନେ ଏହି ଅଲିଭ ରିଡିଲେ କଇଁଛ ଙ୍କ ମୃତ ଦେହକୁ ବାଲିରେ ପୋତିଦେଇ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପରବର୍ତୀ ସମୟରେ କୁକୁର ଓ ବନ୍ୟଜନ୍ତୁ ମାନେ ମୃତଦେହ କୁ ଟାଣି ଖାଇବା ସହିତ ବେଳାଭୂମି ପ୍ରଦୂଷିତ କରୁଛନ୍ତି l ତେବେ ଏହି ଅଲିଭ ରିଡଲେ କଇଁଛଙ୍କ ମୃତ୍ଯୁ ପଛର ଅନେକ କାରଣ ରହିଛି । ନଭେମ୍ବରରୁ ମଇ ମାସ ପର୍ଯ୍ୟନ୍ତ କଟକଣା ରହିଥିଲେ ବି ମାନୁ ନାହାନ୍ତି ଟ୍ରଲର ଓ ବୋଟ, ଯାହା ଫଳରେ କଟକଣା ଲାଗିଥିଵା ଅଞ୍ଚଳରେ ବେଆଇନ ଭାବରେ ମାଛ ଧରୁଥିବା ଟ୍ରଲର ଫ୍ୟାନରେ ଲାଗି ଖଣ୍ଡିଆ, ଖାବରା ହୋଇ ମୃତ୍ୟୁ ବରଣ କରୁଥିବା ବେଳେ ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ କେମିକାଲ ଜଳ ସମୁଦ୍ର ପାଣିରେ ମିଶିବା ଫଳରେ ଏହି ବିରଳ ପ୍ରଜାତିର ଅଲିଭ ରିଡଲେ ଙ୍କ ମୃତ୍ୟୁର କାରଣ ପାଲଟୁଥିବା ନେଇ ପରିବେଶବିତ ମାନେ ଅଭିଯୋଗ ଆଣିଛନ୍ତି l
ଯଥାଶୀଘ୍ର ଅତିଥି ବୋଲାଉଥିବା ଅଲିଭ ରିଡିଲେ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଜଙ୍ଗଲ ବିଭାଗ ହେଉ କିମ୍ବା ମତ୍ସ୍ୟ ବିଭାଗ ସଜାଗ ହୋଇ ବିରଳ ଅଲିଭ ରିଡଲେ ଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରିବେଷବିତ ମାନେ ଅନୁରୋଧ କରିଛନ୍ତି l
Your article helped me a lot, is there any more related content? Thanks! https://accounts.binance.bh/register/person?ref=IHJUI7TF
Can you be more specific about the content of your article? After reading it, I still have some doubts. Hope you can help me. https://www.binance.com/es/register?ref=RQUR4BEO