ବିଧାୟକଙ୍କ ଦ୍ଵାରା ନୂତନ ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ କାର୍ଯ୍ୟର ଶୁଭାରମ୍ଭ

ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅହରହ ପ୍ରୟାସ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁଚିନ୍ତିତ ବିକାଶ ରଥ ଓଡିଶାକୁ ଏକ ନୂତନ ଦିଗନ୍ତର ସ୍ପର୍ଶ ଦେଇଛି । ଯାହାର ଆଉ ଏକ ଜ୍ବଳନ୍ତ ଉଦାହର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ପଣ୍ଡାସୁଣୀ ପଞ୍ଚାୟତରେ । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପଣ୍ଡାସୁଣୀ ପଞ୍ଚାୟତରେ ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜଳ ଖଟୁଆ, ପାଇକାସ୍ତା ଛକ RD ରାସ୍ତା ଠାରୁ କେର ପଡିଆ PWD ରାସ୍ତା, ଗଣପତି ସାହୁ ଘର ଏବଂ ବାରୀଙ୍ଗିଆ ମଲିକ ସାହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ଆଦି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସୋର ବିଧାୟକ ପର୍ଶୁରାମ ଧଡା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା କିପରି ଗ୍ରାମାଞ୍ଚଳରେ ନିରନ୍ତର ବିକାଶ କରୁଛି ତାହା ବଖାଣିଥିଲେ ।

ବାହାନଗା ବ୍ଲକରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ PWD ରାସ୍ତା ଠାରୁ ଷଠି ରାସ୍ତା ପର୍ଯ୍ୟନ୍ତ ୫କୋଟି ୭ ଲକ୍ଷ ୫୩ ହଜାର ଟଙ୍କା ବ୍ୟୟ ଅଟକଳରେ ନୂତନ ରାସ୍ତା ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ବିଜେଡି କର୍ମୀ ଓ ଜନସାଧାରଣ ଯେଗ ଦେଇଥଲେ ।

Leave a Reply

Your email address will not be published. Required fields are marked *