
ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଗତ ୧୦ ତାରିଖରୁ ୧୮ ତାରିଖ ମଧ୍ୟରେ ହୋଇଛି ୧୩ଟି ବଡ଼ ଘୋଷଣା। ବିଭିନ୍ନ ବର୍ଗଙ୍କ ଭତ୍ତା ରାଶି ବୃଦ୍ଧି ସହ କେନ୍ଦୁ ପତ୍ର ତୋଳାଳିଙ୍କୁ ସହାୟତା ରାଶି ବୃଦ୍ଧି, ଖାଦ୍ୟ ସୁରକ୍ଷାରେ ହଜାରେ ଟଙ୍କା ପ୍ରଦାନ, ବେରୋଜଗାରଙ୍କୁ ଲକ୍ଷେ ଟଙ୍କାର ସୁଧ ମୁକ୍ତ ଋଣ, ସମସ୍ତ କଲେଜ ପିଲାଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ବିଜୁଳି ଦର ୟୁନିଟ ପିଛା ୧୦ ପଇସା ହ୍ରାସ, ମମତା ଯୋଜନା ରାଶି ଦୁଇଗୁଣା ବୃଦ୍ଧି, କଳାକାର ସହାୟତା ରାଶି ଓ ବୁଣାକାରମାନଙ୍କ ଭତ୍ତା ବୃଦ୍ଧି, ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ ପାଇଁ ହଜାରେ ଟଙ୍କା, କୃଷକ ସାଥିଙ୍କ ସହାୟତା ରାଶି ବୃଦ୍ଧି, ପାଚିକାମାନଙ୍କ ପାରିଶ୍ରମିକ ରାଶି ବୃଦ୍ଧି ଓ ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ବୃଦ୍ଧି ପରି ଘୋଷଣା କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିକଟରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଜେଡି କହିଛି ଯେଉଁ ଭଳି ବର୍ତ୍ତମାନ ଦରଦାମ ବୃଦ୍ଧି ହୋଇଛି ସେଥିପାଇଁ ରାଜ୍ୟର ପ୍ରାୟ ୯୬ ଲକ୍ଷ ପରିବାରକୁ ଆଜିଠୁ ୧୦୦୦ ଟଙ୍କା ଲେଖାଏଁ ଦିଆ ଯାଉଛି । ଯାହା ସେହି ପରିବାରମାନଙ୍କୁ କିଛିଟା ଆଶ୍ୱସ୍ତି ଦେବ । ଏହାକୁ ବିରୋଧୀ ଯେତେ ବିରୋଧ କଲେ ମଧ୍ୟ ଲୋକେ ତାଙ୍କୁ ଠିକଣା ଜବାବ ଦେବେ କହିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ।
ସେପଟେ ବିରୋଧୀ କଂଗ୍ରେସ୍ ଓ ବିଜେପି ଏହାକୁ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଲାଞ୍ଚ ବୋଲି କହିଛନ୍ତି। ବିରୋଧୀ ବିଜେପି କହିଛି ୨୦୧୯ ଭଳି ସ୍ଥିତି ଆଉ ନାହିଁ । ଏଥର ବ୍ୟତିବ୍ଯସ୍ତ ନବୀନ ପଟ୍ଟନାୟକ ସରକାର । ସେଥିପାଇଁ ନିର୍ବାଚନୀ ଥୋପ ପକାଉଛନ୍ତି ରାଜ୍ୟ ସରକାର । ୧୦୦୦ ଟଙ୍କା ଦେଇ ଦେଲେ ଗରିବ ଲୋକଙ୍କ ଆର୍ଥିକ ପରିସ୍ଥିତି ସୁଧୁରିବ କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ। ସେହିପରି କଂଗ୍ରେସ କହୁଛି କେବଳ ଭୋଟ ବ୍ୟାଙ୍କ ପାଇଁ ଛଳନା କରି ସାଢ଼େ ୪ କୋଟି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର । ଯେତେ ପ୍ରଲୋଭନ ଦେଲେ ମଧ୍ୟ ସଫଳ ହେବ ନାହିଁ ବିଜେଡ଼ି ।
ଏସବୁ ଭିତରେ ଖାଦ୍ୟ ସୁରକ୍ଷା ଯୋଜନା ବିଭିନ୍ନ pds ପଏଣ୍ଟ ଆଗରେ ଲାଗିଛି ହିତାଧିକାରୀଙ୍କ ଭିଡ । ଦିନ ୧୦ଟାରେ କଂଟ୍ରୋଲ ଦୋକାନ ଖୋଲୁଛି । କିନ୍ତୁ ସକାଳ ୫ଟାରୁ pds ପଏଣ୍ଟ ପାଖରେ ଲାଗିଛି ଲମ୍ବା ଲାଇନ। ଲୋକଙ୍କ ଭିତରେ ଚାଉଳ ଓ ଟଙ୍କା ପାଇବାକୁ ଦେଖିବାକୁ ମିଳୁଛି ଉତ୍ସାହ।
Your article helped me a lot, is there any more related content? Thanks! https://www.binance.bh/register?ref=IXBIAFVY