Category: ମୁଖ୍ୟ ଖବର

  • କ’ଣ ହେବ ମେଣ୍ଟର ଭବିଷ୍ୟତ, କୌଣସି ଦଳ କରୁନାହାନ୍ତି ସ୍ପଷ୍ଟ

    କ’ଣ ହେବ ମେଣ୍ଟର ଭବିଷ୍ୟତ, କୌଣସି ଦଳ କରୁନାହାନ୍ତି ସ୍ପଷ୍ଟ

    ଏବେ ରାଜ୍ୟରେ ଗୋଟିଏ ଚର୍ଚ୍ଚା । କେବେ ହେବ ବିଜେଡି-ବିଜେପି ମେଣ୍ଟ । ଗତ କିଛି ଦିନ ଧରି ଓଡିଶାରେ ରାଜନୈତିକ ତୁମ୍ଭିତୋଫାନ ଆରମ୍ଭ ହୋଇଛି । ଗୋଟିଏ ଦିନରେ ଦୁଇଟି ବଡ ଘଟଣା, ରାଜନୀତିର ତାତିକୁ ବହୁତ ମାତ୍ରାରେ ବଢାଇ ଦେଇଥିଲା । ଗୋଟିଏ ପଟେ ବିଜେପିର ତୁଙ୍ଗ ନେତାଙ୍କୁ ଦିଲ୍ଲୀରୁ ଆସିଲା ଡକରା ।

    ଅନ୍ୟପଟେ ନବୀନ ନିବାସରେ ବିଜେଡିର ବଡ ବଡ ଲିଡର ରୁଦ୍ଧ ଦ୍ବାର ବୈଠକ । ଆସନ ଗଣିତ ଭିତରେ ବିଜେଡି-ବିଜେପି ମେଣ୍ଟ ଆଗକୁ ବଢିପାରୁନଥିବା ଚର୍ଚ୍ଚା ହେଉଥିବା ବେଳେ ଅଚାନକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗତକାଲି ଦିଲ୍ଲୀ ଗସ୍ତରେ ବାହାରିଲେ । ମାତ୍ର ଗୋଟିଏ ଦିନରେ ପୁଣି ରାଜ୍ୟକୁ ଫେରିଆସିଲେ । ହେଲେ ସେମାନଙ୍କ ଗସ୍ତ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନଥିବା ବେଳେ ଏବେ କଣ ହେବ ରାଜ୍ୟ ରାଜନୀତିର ଭାଗ୍ୟ ତାହାକୁ ନେଇ ଉଠିଛି ପ୍ରଶ୍ନ ।

    ଏବେ ବିଭିନ୍ନ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ, ପୁରୀ ଭୁବନେଶ୍ବର ଲୋକସଭା ଆସନ ପାଇଁ ଏହି ମେଣ୍ଟ ଅଙ୍କ ଛିଡିପାରୁନି । ଅନ୍ୟପଟେ କୁଆଡେ ବିଜେପି ବିଧାନସଭା ପାଇଁ ଶତାଧିକ ଆସନ ଦାବି କରୁଛି । ସେପଟେ ବିଜେଡି ବିଧାୟକ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଅପେକ୍ଷା କରନ୍ତୁ କଣ ହେବ ଦେଖିବେ । ଆଗକୁ ଦଳୀୟ ନିଷ୍ପତ୍ତି ଯାହା ହେବ ତାହା ସମସ୍ତେ ଦେଖିବେ ।

    ଅନ୍ୟପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢିଲେ ଭଲ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଇଛନ୍ତି ।

    ତେବେ ଦିଲ୍ଲୀରୁ ଫେରିଥିବା ପ୍ରଣବ ପ୍ରକାଶ ଏବଂ ଭିକେ ପାଣ୍ଡିଆନଙ୍କୁ ନେଇ କୁହାଯାଉଛି ଯେ ସେମାନେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ସାକ୍ଷାତ କରିଛନ୍ତି । ହେଲେ ଏହା କେତେ ଦୂର ସତ ତାହା ହୁଏତ ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇପାରେ ।

  • ବହୁଚର୍ଚ୍ଚିତ ରାମଚନ୍ଦ୍ର ହତ୍ୟା ମାମଲା: ଅନ୍ୟତମ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

    ବହୁଚର୍ଚ୍ଚିତ ରାମଚନ୍ଦ୍ର ହତ୍ୟା ମାମଲା: ଅନ୍ୟତମ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

    କେନ୍ଦୁଝର ଜିଲ୍ଲାର ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଏହି ଜଘଣ୍ୟ ହତ୍ୟାକାଣ୍ଡର ୫ ବର୍ଷ ପରେ କୋର୍ଟରୁ ନ୍ୟାୟ ମିଳିବା ପରେ ରାମଚନ୍ଦ୍ରଙ୍କ ପରିବାରରେ ଖୁସି। ତେବେ ମାମଲାରେ ଅନ୍ୟ କିଛି ଲୋକଙ୍କ ନାଁ ପୋଲିସ ମାମଲାରେ ନ ଯୋଡିବାକୁ ନେଇ ତେଜିଛି ବିରୋଧ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ଦାବି। ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁରଙ୍କ ନେତୃତ୍ବରେ ରାମଚନ୍ଦ୍ରଙ୍କ ଝିଅ ମିନାରାଣୀଙ୍କ ସହ ଗ୍ରାମର ବହୁ ଲୋକ ବିରୋଧ ପ୍ରଦର୍ଶନ କରିବା ସହ ଘଷିପୁରା ଥାନା ସମ୍ମୁଖରେ ନାରାବାଜି ଦେଇଥିଲେ। ମାମଲାରୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ପୃଷ୍ଟିଙ୍କ ସ୍ବାମୀ ରଞ୍ଜିତ ପୃଷ୍ଟି ଓ ପରିବାରର ଅନ୍ୟ ପୁରୁଷମାନେ ସମ୍ପୃକ୍ତ ଥିବା ବେଳେ କାହିଁ ସେମାନଙ୍କ ନାମକୁ ବାଦ ଦେଇଥିଲା ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି

    ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରାଙ୍କୁ ୨୦୧୯ ମସିହାରେ ଅତି ବିଭତ୍ସ୍ୟ ହତ୍ୟା କରାଯାଇଥିଲା। ୫୩ ସାକ୍ଷୀଙ୍କ ବୟାନ ଆଧାରରେ୫ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍।

  • ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

    ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

    ବରଗଡ଼ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବରପାଲିରେ ଏକ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ତେବେ ଅନୁଷ୍ଠିତ ଏହି କାର୍ଯକ୍ରମରେ ସାଧାରଣ ନାଗରିକ ମାନେ ମୋଟ ୪୫ ଟି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ଆୱସ୍ ଯୋଜନା, ଭତ୍ତା ଏବଂ ପାଟକୁଲୁଣ୍ଡା ଅଞ୍ଚଳ ରେ ଗରିବ ଭୂମିହୀନ ଆଦିବାସୀ ପରିବାର କୁ ଜମି ପଟ୍ଟା ପାଇ ନ ଥିବାର ହୋଇଥିବା ଅଭିଯୋଗ ଉପରେ ଜିଲ୍ଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ସେହିପରି ଖେମେଷରା ଓ ବାରଗୁଡ଼ା ପଞ୍ଚାୟତ ର ବହୁ ମହିଳା ଏସ ଏସ ଜି ଗୁଡ଼ିକ ପକ୍ଷ ରୁ ବେଆଇନ ଚୋରା ମଦ କାରବାର କୁ ତୁରନ୍ତ ବନ୍ଦ କରିବା ପାଇଁ ନିବେଦନ କରିଥିଲେ ।

    ଏହି କାର୍ଯକ୍ରମ ରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍, ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟୀ ମୀନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନୀରୁପମା ନୀରୁପମା ଷଡଙ୍ଗୀ, ଉପ ଜିଲ୍ଲାପାଳ କୁମାର ନାଗଭୂଷଣ, ତହସିଲଦାର ରୁକ୍ମଣ ମେହେର, ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ବିଡ଼ିଓ ପ୍ରସନ୍ନ କୁମାର ପାଣ୍ଡେ ଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

  • କେନ୍ଦ୍ରାପଡାରେ ଉଗ୍ର ହେଉଛି ରାଜନୈତିକ ଆକ୍ରୋଶ

    କେନ୍ଦ୍ରାପଡାରେ ଉଗ୍ର ହେଉଛି ରାଜନୈତିକ ଆକ୍ରୋଶ

    କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଧୀନ ପଲେଇ ସମବାୟ ସମିତି ସମ୍ପାଦକ ଖିରୋଦ ଚନ୍ଦ୍ର ଭଦ୍ରଙ୍କ ଉପରେ ଆକ୍ରମଣ। ଅଫିସରେ ପଶି ସମ୍ପାଦକଙ୍କୁ ଜ୍ଞାନ ରଞ୍ଜନ ସ୍ୱାଇଁ ଓରଫ ବୁଢା ସ୍ବାଇଁ ମାଡ ମାରିବା ଘଟଣାକୁ ନେଇ ଥାନାରେ ପହଞ୍ଚିଲା ମାମଲା। ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କରୁଛି ତଦନ୍ତ । ତେବେ ଏହି ଆକ୍ରମଣର ଭିଜୁଆଲ ଅଫିସରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ରାଜନୈତିକ ଆକ୍ରୋଶରୁ ଏପରି ଘଟଣା ଘଟିଥିବା କୁହାଯାଉଛି।

    ସମ୍ପୂର୍ଣ୍ଣ ଘଟଣା ଏମିତି ଥିଲା। କିଛି ଦିନ ତାଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମାଆଙ୍କ ବର୍ଷିକୀୟା ଭୋଜ ଥିଲା। ଏହି ଭୋଜିରେ ସମବାୟ ସମିତି ସମ୍ପାଦକ ଖିରୋଦ ଭଦ୍ର ଯାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇଯାଇଥିଲେ ଜ୍ଞାନ ରଞ୍ଜନ ସ୍ୱାଇଁ । ଖିରୋଦଙ୍କ ଅଫିସରେ ପହଞ୍ଚି ଦାଦାବଟି ମାଗିଥିଲେ। ଖିରୋଦ ବଟି ଦେବେନି ବୋଲି ମନାକରିବାରୁ ଜ୍ଞାନ ଖିରୋଦ ଓ ତାଙ୍କ ସମର୍ଥକଙ୍କ ସହ ଯୁକ୍ତିତର୍କ କରିଥିଲେ ଓ ଖିରୋଦଙ୍କୁ ମାଡ ମାରିଥିଲେ। ଏହାକୁ ନେଇ ଖିରୋଦ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ଗୋଷ୍ଠୀ ସହ ଜ୍ଞାନଙ୍କର ମତାନ୍ତର ଥିବାରୁ ମନ୍ତ୍ରୀଙ୍କ ଭୋଜିକୁ ଖିରୋଦଙ୍କ ଯିବା କାରଣରୁ ଆକ୍ରମଣ ହୋଇଥିବା କହିଛନ୍ତି ଖିରୋଦ

    ଘଟଣାର ସମ୍ପୂର୍ଣ୍ଣ ଫୁଟେଜ ଅଫିସ ସିସିଟିଭିରେ କଏଦ ହୋଇଥିଲା।ଫୁଟେଜ ଆଧାର ରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି। ତେବେ ସମ୍ପ୍ରତି ନିର୍ବାଚନକୁ ନେଇ କେନ୍ଦ୍ରାପଡାରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳୁଛି। ଯଦି ସ୍ଥିତି ଏମିତି ହୁଏ ତେବେ ଆଗାମୀ ଦିନରେ ଏହା ଆହୁରି ବଢିବା ଆଶଙ୍କାରେ ସାଧାରଣ ଜନତା।

  • ସାବରଙ୍ଗ ପୋଲିସର ସଫଳତା, ଟଙ୍କା ନେଣ-ଦେଣ ବେଳେ ଠକଙ୍କୁ ମାଡିବସିଲା ପୋଲିସ

    ସାବରଙ୍ଗ ପୋଲିସର ସଫଳତା, ଟଙ୍କା ନେଣ-ଦେଣ ବେଳେ ଠକଙ୍କୁ ମାଡିବସିଲା ପୋଲିସ

    ଭଦ୍ରକ ଜିଲ୍ଲା ସାବରଙ୍ଗ ପୋଲିସର ଆଉ ଏକ ସଫଳତା । ବିଗତ କିଛି ଦିନ ହେବ ଥାନାଧିକାରୀଙ୍କ ତତ୍ତ୍ୱାବଧାନରେ ସାବରଙ୍ଗ ପୋଲିସ ଲୁଟେରାଙ୍କୁ କାବୁ କରିବା ପାଇଁ ତନାଘନା ଜାରି ରଖିଛି । ଯାହା ଫଳରେ ପୋଲିସକୁ ଗୋଟିଏ ପ ରେ ଗୋଟିଏ ସଫଳତା ମିଳୁଛି । ତେବେ ଅଧିକ ଟଙ୍କା ଲୋଭରେ ଏଭଳି ଠକାମିରେ ଶିକାର ହୋଇଥିବା ଜଣେ ଯୁବକ ଅଭିଯୋଗ କରିବା ପରେ ତାହାର ପର୍ଦ୍ଦାଫାଶ ହୋଇଛି ।

    ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତର ନାରାୟଣ ସେଠୀଙ୍କ ପାଖକୁ ଗତ 16 ତାରିଖ ଦିନ ଏକ ଫୋନ୍ କଲ ଆସିଥିଲା । ଯେଉଁଥିରେ ଜଣେ ଯୁବକ କହିଥିଲେ, ଯଦି ୫୦୦ ଟାଙ୍କିଆ ନୋଟ୍ ୪ ଥରରେ ମୋଟ ୫ ଲକ୍ଷ ଟଙ୍କା ଆମକୁ ଦେବ ତାହେଲେ ତମେ ୨୦ ଲକ୍ଷ୍ୟ ଟଙ୍କା ପାଇବ । ଏହି କଥା ଶୁଣି ଲୋଭରେ ନାରାୟଣ ସେଠୀ 17 ତାରିଖ ଦିନ ଟଙ୍କା ନେଇ ଚଣ୍ଡିଖୋଲ-ପାରାଦୀପ ରୋଡ଼ ଟୋଲ ଗେଟ୍ ପାଖକୁ ଯାଇଥିଲେ । ପରେ ଦୁଇ ଜଣ ଯୁବକ ନାରାୟଣଙ୍କୁ ଭେଟି ତାଙ୍କ ପାଖରୁ ୫ ଲକ୍ଷ ଟଙ୍କା ନେଇ ଗୋଟେ ବାକ୍ସ ଦେଇ ଏଥିରେ ୨୦ ଲକ୍ଷ୍ୟ ଟଙ୍କା ଅଛି ବୋଲି କହି ପଳାଇଯାଇଥିଲେ । ପରେ ନାରାୟଣ ଏହି ବାକ୍ସଟି ଚାବି ଲାଗିଥିବା ଦେଖି ସେହି ନମ୍ବରରେ ଫୋନ୍ କରିଥିଲେ । ହେଲେ ସୋନଙ୍କ ଫୋନ ବନ୍ଦ ଥିବା ବେଳେ ବାକ୍ସକୁ ଖୋଲି ଦେଖିବାରୁ ସେଥିରୁ କିଛି ୧୦୦ ଟଙ୍କିଆ ରହିଥିବା ବେଳେ ବାକ୍ସଟି ସମ୍ପୂର୍ଣ୍ଣ ବାଲି ଗୋଡ଼ିରେ ଭର୍ତ୍ତି ଥିଲା ।

    ନାରାୟଣ ଏସବୁ ଦେଖି ଗତ ୨୨ ତାରିଖ ଦିନ ଭଦ୍ରକ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ନେଇ ପୋଲିସ ତଦନ୍ତ କରି ଏହି ସ୍କାମରେ ସମ୍ପୃକ୍ତ ଦୋଳସାହି ଜିତାନଗା ଅଞ୍ଚଳର ବୁଲୁ ପତି ଓ କଟକ ମାହାଙ୍ଗା ଥାନା କାଉଡାଖୋଳ ଅଞ୍ଚଳର ପ୍ରିୟରଞ୍ଜନ ନାୟକ ନାମକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ । ତାଙ୍କ ପାଖରୁ ନଗଦ ୨ ଲକ୍ଷ୍ୟ ୨୦ ହଜାର ଟଙ୍କା , ୪ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିବା ସହ କୋର୍ଟ ଚାଲାଣ କରିଛି ସାବରଙ୍ଗ ପୋଲିସ ।

  • ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

    ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

    ଝାଡଖଣ୍ଡରେ ଜଣେ ସ୍ପେନୀୟ ମହିଳାଙ୍କୁ ଦୁଷ୍କର୍ମ ମାମଲା ବିଚାର ନସରୁଣୁ ରାଜ୍ୟର ପାଲାମୁ ଜିଲ୍ଲାରୁ ଗଣଦୁଷ୍କର୍ମ ର ଏକ ଘଟଣା ସାମ୍ନାକୁ ଆସିଛି। ଗତକାଲି ଏଠାରେ ଥିବା ବିଶ୍ରାମପୁର ଅଞ୍ଚଳରେ ଜଣେ ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀ ପୋଲିସକୁ ଯାଇ ଗଣ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଛତିଶଗଡର ବାସିନ୍ଦା ଏବଂ ଜଣେ ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରନ୍ତି। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

    ପାଲାମୁ ପୋଲିସ ଦେଇଥିବା ସୂଚନା ଅନୁଯାୟୀ ପାଲାମୁ ଜିଲ୍ଲାର ବିଶ୍ରାମପୁର ଅଞ୍ଚଳରେ ସୋମବାର ଦିନ ଜଣେ ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀଙ୍କଠାରୁ ଗଣଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କ ବୟସ ୨୧ ବର୍ଷ ଏବଂ ସେ ଛତିଶଗଡର ବାସିନ୍ଦା। ପୋଲିସ କହିଛି ଯେ ଅଭିଯୁକ୍ତ ବ୍ୟକ୍ତି ଏବଂ ପୀଡିତା ପରସ୍ପରକୁ ଜାଣନ୍ତି ଏବଂ ଗୋଟିଏ ଅର୍କେଷ୍ଟ୍ରା ଗ୍ରୁପରେ ଏକାଠି କାମ କରନ୍ତି। ତୃତୀୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

    ସୋମବାର ଝାଡଖଣ୍ଡ ହାଇକୋର୍ଟ ଦୁମକା ଜିଲ୍ଲାର ଜଣେ ସ୍ପେନୀୟ ମହିଳାଙ୍କ ଉପରେ ହୋଇଥିବା ବଳାତ୍କାର ଘଟଣାର ଯାଞ୍ଚ କରି ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଛି । ଏହି ମାମଲାରେ ମାନ୍ୟବର କୋର୍ଟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ମୁଖ୍ୟ ସଚିବ ତଥା ପୋଲିସ ଅଧୀକ୍ଷକ (ଏସପି)ଙ୍କୁ ଏହାର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

    ସୋମବାର ଦିନ ଦୁମକା ପ୍ରଶାସନ ଏହି ଗଣଦୁଷ୍କର୍ମର ପୀଡିତାଙ୍କ ସ୍ୱାମୀଙ୍କୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଶୁକ୍ରବାର ଦିନ ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ହାନସଡିହା ପୋଲିସ ଷ୍ଟେସନ ଅନ୍ତର୍ଗତ କୁରୁମାହାଟରେ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା,ସେତେବେଳେ ସେ ତାଙ୍କ ସ୍ୱାମୀଙ୍କ ସହ ଏକ ତମ୍ବୁରେ ରାତି କଟାଉଥିଲେ।

  • ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

    ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

    ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଚଣ୍ଡିଖୋଲ ନିକଟ ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ ଓ ସାଧାରଣ ସଭାର ଆୟୋଜନ କରାଯାଇଛି। ଗତକାଲି ପୋଲିସ ଡିଜି ଅରୁଣ ଷଡଙ୍ଗୀ ବେଣାପୁର ପଡିଆ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ଟିକନିକ ଯାଞ୍ଚ କରିଥିଲେ। ଆଜି ଅପରାହ୍ଣରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ରିହରସେଲ କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସ, ଯାଜପୁର ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର, ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମସ୍ତେ ଉତ୍ସଛୁକତାର ସହ ଅପେକ୍ଷା କରିଛନ୍ତି ସେହି ମୁହୂର୍ତ୍ତକୁ।

  • ଆବିଦ୍ ଗ୍ରହଣ କରିପାରିଲାନି ତା’ର ନା, କ୍ଲାସରେ ପଶିଲା ମୁହଁରେ ଏସିଡ୍ ପକାଇଲା

    ଆବିଦ୍ ଗ୍ରହଣ କରିପାରିଲାନି ତା’ର ନା, କ୍ଲାସରେ ପଶିଲା ମୁହଁରେ ଏସିଡ୍ ପକାଇଲା

    କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ତିନି ଜଣ କଲେଜ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ଧରାପଡିଛି। ମାଙ୍ଗାଲୁରୁ ସହର ନିକଟ କାଦବାସ୍ଥିତ ସରକାରୀ କଲେଜ ନିକଟରେ ଏହି ଘଟଣା ଘଟିଛି। ଯୁବକଟିର ନାମ ଅବିନ ଏବଂ ସେ କେରଳର ବାସିନ୍ଦା |

    ସେ ପାଠ ପଢି ନିଜ କ୍ୟାରିୟର ଗଢିବାକୁ ଚାହୁଁଥିଲା ଏବଂ ପ୍ରେମରେ ଅବସାଦ ଥିଲା | ସେ କହିଲା ଯେ ଜୀବନରେ ପ୍ରଥମେ କିଛି କର, ପ୍ରେମତ ପରେ ହୋଇପାରିବ | ଏବେ ନିଜ ଭବିଷ୍ୟତ ଏବଂ ବୃତ୍ତି ଉପରେ ଧ୍ୟାନ ଦେବାର ହେଉଛି ସମୟ | ସେ ପରୀକ୍ଷାର ପାଇଁ ପ୍ରସ୍ତୁତିରେ ଲାଗି ପଡିଲା | ଦ୍ୱାଦଶ ପାସ୍ କରିବା ପରେ ସେ କଲେଜ ଯିବାକୁ ପ୍ରସ୍ତୁତ ହେଉଥିଲା । ସ୍କୁଲରେ ତାର ଶେଷ ଦିନ ଥିଲା କାହିଁକିନା ଏ ପରୀକ୍ଷାର ଶେଷ ଦିନ ଥିଲା | ସମସ୍ତ ସାଙ୍ଗସାଥି ଖୁସିଥିଲେ | ସେ ନିଜ ସାଙ୍ଗମାନଙ୍କ ସହିତ କ୍ଲାସରେ ପହଞ୍ଚିଥିଲା , କିନ୍ତୁ ସେ ଜାଣିନଥିଲା ଯେ କିଛି କ୍ଷଣ ମଧ୍ୟରେ ତା ସ୍ୱପ୍ନ ନଷ୍ଟ ହେବାକୁ ଯାଉଛି | ପ୍ରେମରେ କାମୁଖ ଥିବା ସେହି ପାଗଳ ଆସି ତା’ର ସୁନ୍ଦର ମୁହଁରେ ଏସିଡ୍ ଫିଙ୍ଗି ଚାଲିଗଲା | ସେ ଯନ୍ତ୍ରଣାରେ ଚିତ୍କାର କଲା ଏବଂ ପାଖରେ ବସିଥିବା ତାର ଦୁଇ ସାଙ୍ଗ ମଧ୍ୟ ଏସିଡ୍ ଦ୍ୱାରା ଆଘାତ ପାଇଲେ | ଯେଉଁଠି ଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବରେ ପରୀକ୍ଷା ଦେଇଥାନ୍ତେ , ସେଠି ଚିତ୍କାରରେ କ୍ୟାମ୍ପସ ଥରି ଉଠିଲା । ଛାତ୍ରୀମାନଙ୍କୁ ଡାକ୍ତରଖାନା ନିଆଗଲା, ଯେଉଁଠି ସେମାନଙ୍କ ମୁହଁ ପୁରା ଜଳି ଯାଇଥିଲା। ଜଣେ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର । ଏଠାରେ ଜଣେ ସନ୍ଦେହୀ ଯୁବକଙ୍କୁ ଗିରଫ କରାଯାଇଛି, ଯିଏ କି କେରଳର ଅବିନ।

    ଏହି ମାମଲା କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର କାଦବାଦ ଅଞ୍ଚଳର। ପୋଲିସ୍ ଅଧୀକ୍ଷକ ରିଷାନ୍ତ କହିଛନ୍ତି ଯେ କେରଳର ମାଲାପୁରମ୍ ଜିଲ୍ଲାର ନୀଲାମବୁର ତାଲୁକର ବାସିନ୍ଦା ୨୩ ବର୍ଷୀୟ ଯୁବକ ଅବିନ ମାଲାପୁରମ୍ ଜିଲ୍ଲାର ୧୭ ବର୍ଷୀୟା ଛାତ୍ରୀ ସହ ପୂର୍ବରୁ ପରିଚିତ ଥିଲା , ପରେ ସେହି ଛାତ୍ରୀ ଜଣଙ୍କ କାଦବାଦର ସରକାରୀ ପ୍ରି-ବିଶ୍ୱବିଦ୍ୟାଳୟ କଲେଜରେ ପଢିବାକୁ ଚାଲିଆସିଥିଲା ।

    ସୋମବାର, ଯେତେବେଳେ ଝିଅଟି ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ପରୀକ୍ଷା ଲେଖିବାକୁ ପ୍ରସ୍ତୁତ ହେଉଥିଲା, ଠିକ ସେହି ସମୟରେ ଆବୀଦ ଏକ ମାସ୍କ ପିନ୍ଧି ସେଠାରେ ପହଞ୍ଚି ତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲା | ଯାହା ଫଳରେ ତା ଚେହେରା ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଜଳି ଯାଇଥିଲା | ସେ କହିଥିଲେ ଯେ ଏହି ସମୟରେ ତାଙ୍କ ଉଭୟ ବନ୍ଧୁଙ୍କ ଉପରେ ମଧ୍ୟ ଏସିଡ୍ ପଡିଥିଲା ଯେଉଁଥିପାଇଁ ସେମାନେ ମଧ୍ୟ ଜଳି ଯାଇଥିଲେ। ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଅବିନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସେ କହିଛନ୍ତି ଯେ ତିନିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନଙ୍କ ଚିକିତ୍ସା ଚାଲିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

  • ‘ନୋଟ୍ ପାଇଁ ଭୋଟ୍’ ମାମଲାରେ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ ରାୟ

    ‘ନୋଟ୍ ପାଇଁ ଭୋଟ୍’ ମାମଲାରେ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ ରାୟ

    ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ‘ନୋଟ୍ ପାଇଁ ଭୋଟ୍’ ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ଏହାର ରାୟ ପ୍ରଦାନ କରୁଥିବାବେଳେ ସାଂସଦ ତଥା ବିଧାୟକଙ୍କୁ ଆଇନ୍ ଛାଡ଼ କରିବାକୁ ମନା କରିଦେଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ବିଧାନସଭାର ଯେକୌଣସି ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତି କିମ୍ବା ଲାଞ୍ଚଖୋରୀ ସାର୍ଵଜନିକ ଜୀବନରେ ସଚ୍ଚୋଟତାକୁ ନଷ୍ଟ କରିଦିଏ |

    ସୁପ୍ରିମକୋର୍ଟ ନୋଟ୍-ଭୋଟ୍ ମାମଲାରେ ସୋମବାର ଏକ ବଡ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି ଆଗକୁ ଯଦି କୌଣସି ସାଂସଦ ଗୃହରେ ଭାଷଣ ଦେବା କିମ୍ବା ଭୋଟ୍ ଦେବା ପାଇଁ ଟଙ୍କା ନିଅନ୍ତି, ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ। ଯାହା ସେମାନଙ୍କୁ ଏବେ ଏହି ପ୍ରସଙ୍ଗରେ ଆଇନଗତ କୌଣସି ସାହାଯ୍ୟ ମିଳିବ ନାହିଁ |

    ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏକ ପ୍ରମୁଖ ନିଷ୍ପତ୍ତି ଶୁଣାଇବାବେଳେ ପୂର୍ବର ନିଷ୍ପତ୍ତିକୁ ରଦ୍ଦ କରିଦେଇଛି। ମୁଖ୍ୟତଃ, ୧୯୯୮ ମସିହାରେ ନରସିଂହ ରାଓଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୯୯୮ରେ, ୫ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ 3: 2 ରବହୁମତ ସହ ନିଷ୍ପତ୍ତି ନେଇଥିଲା ଯେ ଏହି ପ୍ରସଙ୍ଗରେ ଜନ ପ୍ରତିନିଧୀଙ୍କ ପ୍ରତି କୋର୍ଟ ଚାଲାଣ କରାଯାଇପାରିବ ନାହିଁ। କିନ୍ତୁ, ସୁପ୍ରିମକୋର୍ଟର ଏହି ନିଷ୍ପତ୍ତିକୁ ବଦଳାଇ ବର୍ତ୍ତମାନ ସାଂସଦ କିମ୍ବା ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ ଲାଞ୍ଚ ନେଇଥିଲେ ଆଇନର ମୋକଦ୍ଦମାରୁ ମୁକୁଳି ପାରିବେ ନାହିଁ।

  • ଦଳ ମତେ କ’ଣ ଦେବ ତାକୁ ହିଁ ଅପେକ୍ଷା: ଅମରେଶ

    ଦଳ ମତେ କ’ଣ ଦେବ ତାକୁ ହିଁ ଅପେକ୍ଷା: ଅମରେଶ

    ଦୀର୍ଘ ୨୫ ବର୍ଷ ଧରି ଛାତ୍ର ରାଜନୀତି ଠାରୁ ଆରମ୍ଭ କରି ଲୋକଙ୍କ ସେବା ଜାରି ରଖିଛି । ଆଗକୁ ଏହି ଧାରା ଜାରି ରଖିବି । ଯେଉଁ ବନ୍ଧୁମାନେ ମତେ ସବୁବେଳେ ସହାୟତା କରିଛନ୍ତି ସେମାନଙ୍କ ପାଇଁ ଏକ ଭୋଜିଭାତର ଆୟୋଜନ କରିଛି । ମତେ ଭଲପାଉଥିବା ଲୋକଙ୍କ ସହିତ ମୁଁ ସର୍ବଦା ରହିଛି । ଏମିତି କିଛି ଭାବପ୍ରବଣତା ଆନ୍ଦାଜରେ ନିଜର କୋହ ପ୍ରକାଶ କରିଛନ୍ତି ବିଜେଡି ନେତା ଅମରେଶ ଜେନା । ଦଳ ପାଇଁ ବହୁତ କିଛି କରିଛି । ଏବେ ଦଳ ମତେ କଣ ଦେବ ତାକୁ ହିଁ କେବଳ ଅପେକ୍ଷା ।

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଙ୍କ ଉପରେ ଆସ୍ଥା ରଖି ନିରନ୍ତର ଜନସମ୍ପର୍କ ଜାରି ରଖିଛନ୍ତି । ଆଜି ସେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଫୁଲ୍ ଦମରେ ମଧ୍ୟ ଭୁବନେଶ୍ବର ପାଇଁ ଏବେ ଟିକେଟ ଆଶାରେ ଆଗେଇ ଚାଲିଛନ୍ତି ବିଜେଡିର ଅମରେଶ ଜେନା । ସେ ଏଥର ଦଳ ପକ୍ଷରୁ ଟିକେଟ ଆଶା ରଖିଥିବା ବେଳେ ତାଙ୍କ ସମର୍ଥକଙ୍କ ଆଗରେ ଭାବୁକ ହୋଇଯାଇଥିଲେ ।

    ବିଏମସିର ୪୫ ନମ୍ବର ୱାର୍ଡର କର୍ପୋରେଟର ଥିବା ଅମରେଶ କେବଳ ଦଳୀୟ ଟିକେଟ୍ ଲବିରେ ନାହାନ୍ତି ବରଂ ଖୋଲାଖୋଲି ଭାବେ ବିଧାୟକ ଅନନ୍ତ ଜେନାଙ୍କୁ ସେ ଚେତାବନୀ ଦେଇଛନ୍ତି । ଏଥର ଅମରେଶ ବିଜେଡିର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକଟ ଆଶାୟୀ ଭାବରେ ଆଗରେ ଥିବା ବେଳେ ତାଙ୍କ ପଛରେ ରୁଦ୍ର ସାମନ୍ତରାୟ ମଧ୍ୟ ପାଇଁ ମୁଣ୍ଡ ଟେକିଲେଣି ।

    ସେହିଭଳି ଭାବେ ଆମେରେଶ ଜେନା ଆଜି କଳ୍ପନା ଠାରେ ଏକ ବନ୍ଧୁ ମିଳନ କରି ପାଖାପାଖି ୧୨ ହଜାର ଲୋକଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅମରେଶ ବିଜେଡି ଦଳରେ ଦୀର୍ଘ ୪ ଥର କର୍ପୋରେଟର ଭାବେ ରହିଛନ୍ତି ୨୦ ବର୍ଷ ଦଳ ପାଇଁ କାମ କରିଛନ୍ତି । ଦଳ ତାଙ୍କୁ ଏଥର ଟିକେଟ ଦେବ ବୋଲି ସେ ବିଶ୍ବାସ କରିଛନ୍ତି ।