ସାବରଙ୍ଗ ପୋଲିସର ସଫଳତା, ଟଙ୍କା ନେଣ-ଦେଣ ବେଳେ ଠକଙ୍କୁ ମାଡିବସିଲା ପୋଲିସ

ଭଦ୍ରକ ଜିଲ୍ଲା ସାବରଙ୍ଗ ପୋଲିସର ଆଉ ଏକ ସଫଳତା । ବିଗତ କିଛି ଦିନ ହେବ ଥାନାଧିକାରୀଙ୍କ ତତ୍ତ୍ୱାବଧାନରେ ସାବରଙ୍ଗ ପୋଲିସ ଲୁଟେରାଙ୍କୁ କାବୁ କରିବା ପାଇଁ ତନାଘନା ଜାରି ରଖିଛି । ଯାହା ଫଳରେ ପୋଲିସକୁ ଗୋଟିଏ ପ ରେ ଗୋଟିଏ ସଫଳତା ମିଳୁଛି । ତେବେ ଅଧିକ ଟଙ୍କା ଲୋଭରେ ଏଭଳି ଠକାମିରେ ଶିକାର ହୋଇଥିବା ଜଣେ ଯୁବକ ଅଭିଯୋଗ କରିବା ପରେ ତାହାର ପର୍ଦ୍ଦାଫାଶ ହୋଇଛି ।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତର ନାରାୟଣ ସେଠୀଙ୍କ ପାଖକୁ ଗତ 16 ତାରିଖ ଦିନ ଏକ ଫୋନ୍ କଲ ଆସିଥିଲା । ଯେଉଁଥିରେ ଜଣେ ଯୁବକ କହିଥିଲେ, ଯଦି ୫୦୦ ଟାଙ୍କିଆ ନୋଟ୍ ୪ ଥରରେ ମୋଟ ୫ ଲକ୍ଷ ଟଙ୍କା ଆମକୁ ଦେବ ତାହେଲେ ତମେ ୨୦ ଲକ୍ଷ୍ୟ ଟଙ୍କା ପାଇବ । ଏହି କଥା ଶୁଣି ଲୋଭରେ ନାରାୟଣ ସେଠୀ 17 ତାରିଖ ଦିନ ଟଙ୍କା ନେଇ ଚଣ୍ଡିଖୋଲ-ପାରାଦୀପ ରୋଡ଼ ଟୋଲ ଗେଟ୍ ପାଖକୁ ଯାଇଥିଲେ । ପରେ ଦୁଇ ଜଣ ଯୁବକ ନାରାୟଣଙ୍କୁ ଭେଟି ତାଙ୍କ ପାଖରୁ ୫ ଲକ୍ଷ ଟଙ୍କା ନେଇ ଗୋଟେ ବାକ୍ସ ଦେଇ ଏଥିରେ ୨୦ ଲକ୍ଷ୍ୟ ଟଙ୍କା ଅଛି ବୋଲି କହି ପଳାଇଯାଇଥିଲେ । ପରେ ନାରାୟଣ ଏହି ବାକ୍ସଟି ଚାବି ଲାଗିଥିବା ଦେଖି ସେହି ନମ୍ବରରେ ଫୋନ୍ କରିଥିଲେ । ହେଲେ ସୋନଙ୍କ ଫୋନ ବନ୍ଦ ଥିବା ବେଳେ ବାକ୍ସକୁ ଖୋଲି ଦେଖିବାରୁ ସେଥିରୁ କିଛି ୧୦୦ ଟଙ୍କିଆ ରହିଥିବା ବେଳେ ବାକ୍ସଟି ସମ୍ପୂର୍ଣ୍ଣ ବାଲି ଗୋଡ଼ିରେ ଭର୍ତ୍ତି ଥିଲା ।

ନାରାୟଣ ଏସବୁ ଦେଖି ଗତ ୨୨ ତାରିଖ ଦିନ ଭଦ୍ରକ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ନେଇ ପୋଲିସ ତଦନ୍ତ କରି ଏହି ସ୍କାମରେ ସମ୍ପୃକ୍ତ ଦୋଳସାହି ଜିତାନଗା ଅଞ୍ଚଳର ବୁଲୁ ପତି ଓ କଟକ ମାହାଙ୍ଗା ଥାନା କାଉଡାଖୋଳ ଅଞ୍ଚଳର ପ୍ରିୟରଞ୍ଜନ ନାୟକ ନାମକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ । ତାଙ୍କ ପାଖରୁ ନଗଦ ୨ ଲକ୍ଷ୍ୟ ୨୦ ହଜାର ଟଙ୍କା , ୪ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିବା ସହ କୋର୍ଟ ଚାଲାଣ କରିଛି ସାବରଙ୍ଗ ପୋଲିସ ।

Leave a Reply

Your email address will not be published. Required fields are marked *