ଦଳ ମତେ କ’ଣ ଦେବ ତାକୁ ହିଁ ଅପେକ୍ଷା: ଅମରେଶ

ଦୀର୍ଘ ୨୫ ବର୍ଷ ଧରି ଛାତ୍ର ରାଜନୀତି ଠାରୁ ଆରମ୍ଭ କରି ଲୋକଙ୍କ ସେବା ଜାରି ରଖିଛି । ଆଗକୁ ଏହି ଧାରା ଜାରି ରଖିବି । ଯେଉଁ ବନ୍ଧୁମାନେ ମତେ ସବୁବେଳେ ସହାୟତା କରିଛନ୍ତି ସେମାନଙ୍କ ପାଇଁ ଏକ ଭୋଜିଭାତର ଆୟୋଜନ କରିଛି । ମତେ ଭଲପାଉଥିବା ଲୋକଙ୍କ ସହିତ ମୁଁ ସର୍ବଦା ରହିଛି । ଏମିତି କିଛି ଭାବପ୍ରବଣତା ଆନ୍ଦାଜରେ ନିଜର କୋହ ପ୍ରକାଶ କରିଛନ୍ତି ବିଜେଡି ନେତା ଅମରେଶ ଜେନା । ଦଳ ପାଇଁ ବହୁତ କିଛି କରିଛି । ଏବେ ଦଳ ମତେ କଣ ଦେବ ତାକୁ ହିଁ କେବଳ ଅପେକ୍ଷା ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଙ୍କ ଉପରେ ଆସ୍ଥା ରଖି ନିରନ୍ତର ଜନସମ୍ପର୍କ ଜାରି ରଖିଛନ୍ତି । ଆଜି ସେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଫୁଲ୍ ଦମରେ ମଧ୍ୟ ଭୁବନେଶ୍ବର ପାଇଁ ଏବେ ଟିକେଟ ଆଶାରେ ଆଗେଇ ଚାଲିଛନ୍ତି ବିଜେଡିର ଅମରେଶ ଜେନା । ସେ ଏଥର ଦଳ ପକ୍ଷରୁ ଟିକେଟ ଆଶା ରଖିଥିବା ବେଳେ ତାଙ୍କ ସମର୍ଥକଙ୍କ ଆଗରେ ଭାବୁକ ହୋଇଯାଇଥିଲେ ।

ବିଏମସିର ୪୫ ନମ୍ବର ୱାର୍ଡର କର୍ପୋରେଟର ଥିବା ଅମରେଶ କେବଳ ଦଳୀୟ ଟିକେଟ୍ ଲବିରେ ନାହାନ୍ତି ବରଂ ଖୋଲାଖୋଲି ଭାବେ ବିଧାୟକ ଅନନ୍ତ ଜେନାଙ୍କୁ ସେ ଚେତାବନୀ ଦେଇଛନ୍ତି । ଏଥର ଅମରେଶ ବିଜେଡିର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକଟ ଆଶାୟୀ ଭାବରେ ଆଗରେ ଥିବା ବେଳେ ତାଙ୍କ ପଛରେ ରୁଦ୍ର ସାମନ୍ତରାୟ ମଧ୍ୟ ପାଇଁ ମୁଣ୍ଡ ଟେକିଲେଣି ।

ସେହିଭଳି ଭାବେ ଆମେରେଶ ଜେନା ଆଜି କଳ୍ପନା ଠାରେ ଏକ ବନ୍ଧୁ ମିଳନ କରି ପାଖାପାଖି ୧୨ ହଜାର ଲୋକଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅମରେଶ ବିଜେଡି ଦଳରେ ଦୀର୍ଘ ୪ ଥର କର୍ପୋରେଟର ଭାବେ ରହିଛନ୍ତି ୨୦ ବର୍ଷ ଦଳ ପାଇଁ କାମ କରିଛନ୍ତି । ଦଳ ତାଙ୍କୁ ଏଥର ଟିକେଟ ଦେବ ବୋଲି ସେ ବିଶ୍ବାସ କରିଛନ୍ତି ।

Leave a Reply

Your email address will not be published. Required fields are marked *