ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଚଣ୍ଡିଖୋଲ ନିକଟ ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ ଓ ସାଧାରଣ ସଭାର ଆୟୋଜନ କରାଯାଇଛି। ଗତକାଲି ପୋଲିସ ଡିଜି ଅରୁଣ ଷଡଙ୍ଗୀ ବେଣାପୁର ପଡିଆ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ଟିକନିକ ଯାଞ୍ଚ କରିଥିଲେ। ଆଜି ଅପରାହ୍ଣରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ରିହରସେଲ କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସ, ଯାଜପୁର ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର, ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମସ୍ତେ ଉତ୍ସଛୁକତାର ସହ ଅପେକ୍ଷା କରିଛନ୍ତି ସେହି ମୁହୂର୍ତ୍ତକୁ।

Leave a Reply

Your email address will not be published. Required fields are marked *